କନକ ବ୍ୟୁରୋ : ଫିଲ୍ମ ଫ୍ରାଇଡ଼େରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ଦୃଷ୍ଟିକୋଣ । ସିନେପଲିସରେ ସଂଧ୍ୟା ୬ଟା ୧୫ରେ ସିନେମାର ପ୍ରିମିୟର ଅନୁଷ୍ଠିତ ହେବ । ଅକ୍ଷୟ ପରିଜା ପ୍ରଡ଼କ୍ସନରେ ନିବେଦିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ସୁଶାନ୍ତ ମଣି । ସିନେମାର ଟ୍ରେଲର ରାଜ୍ୟରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଫିଲ୍ମ ରିଲିଜକୁ ନେଇ ଲୋକେ ବେଶ ଉତ୍ସାହିତ ଅଛନ୍ତି ।
ଫିଲ୍ମରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରଥମ ଥର ପାଇଁ ଜଣେ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ । ସେହିପରି ହର ରଥଙ୍କୁ ଜଣେ ଓକିଲ ଭୁମିକାରେ ଦେଖିବାକୁ ପାଇବେ ଦର୍ଶକ । ଭିନ୍ନ ଏକ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ କରାଯାଇଛି । କୁହୁ ମହାନ୍ତି ନାମକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ମାମଲାର ବିଚାର ଅଦାଲତରେ ଚାଲିଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ନବାଗତା ଶୁଭଶ୍ରୀ ନାୟକ କୁହୁ ଚରିତ୍ରରେ ଅଭିନୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/uyjhmbukyjhm.jpg)