ବେରୋଜଗାରୀଙ୍କୁ ଚାକିରି ଦେଉଛି ଏସବିଆଇ ! ନିଯୁକ୍ତି ନେଇ ରଖାଯାଇନି ସେଭଳି କୌଣସି ବୟସ ସୀମା, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

45

ବ୍ୟାଙ୍କିଂ ସେକ୍ଟରରେ କାମ କରିବାକୁ ଇଚ୍ଛୁକ ଥିବା ଯୁବକ-ଯୁବତୀମାନଙ୍କ ପାଇଁ ଖୁସି ଖବର । କାରଣ ବେରୋଜଗାରୀଙ୍କ ପାଇଁ ଭାରତର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ ଖୋଲିଛି ନିଯୁକ୍ତିର ପସରା । ଯଦି ଆପଣ ଏସବିଆରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ କାଳ ବିଳମ୍ବ ନକରି ତୁରନ୍ତ ଆବେଦନ କରନ୍ତୁ । ଏସଂପର୍କିତ ତଥ୍ୟ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ପଦବୀ ସଂପର୍କିତ ବିବରଣୀ: ଏହି ପଦବୀରେ ମନ୍ନୋନିତ ଆଶାୟୀପ୍ରାର୍ଥଙ୍କୁ ପଦବୀ ଅନୁସାରେ ଦରମା ପ୍ରଦାନ କରାଯିବ । ଏଥିସହିତ ସେମାନଙ୍କର ଯୋଗ୍ୟତା ମଧ୍ୟ ସେହି ହିସାବରେ ନିର୍ଦ୍ଧାରଣ କରାଯିବ । ଏଥିରେ ସ୍ପେସିଆଲ ମ୍ୟାନେଜମେଂଟ ପଦବୀ ପାଇଁ ୩୫ ,ଡେପ୍ୟୁଟି ମ୍ୟାନେଜର ପଦ ପାଇଁ ୮୨ ଏବଂ ଡେପ୍ୟୁଟି ଜେନେରାଲ ମ୍ୟାନେଜର ପଦ ପାଇଁ ୨ ଆଶାୟୀପ୍ରାର୍ଥୀଙ୍କୁ ଚୟନ କରାଯିବ । ତେବେ ଏମାନଙ୍କର ମାସିକ ଦରମା ର୍ୟାଙ୍କ ହିସାବରେ ସ୍ଥିର କରାଯିବ ।

ବୟସ ସୀମା:ଏଥିରେ ସ୍ପେସିଆଲ ମ୍ୟାନେଜମେଂଟ ଏକ୍ସିକ୍ୟୁଟିଭ୍ ପଦବୀ ପାଇଁ ୩୦ରୁ ୪୦ ବର୍ଷର ବୟସ ପର୍ଯ୍ୟନ୍ତ ଆଶାୟୀପ୍ରାର୍ଥୀ ଆବେଦନ କରିପାରିବେ । ସେହିପରି ଡେପ୍ୟୁଟି ମ୍ୟାନେଜର ପାଇଁ ୨୫ରୁ ୩୫ ବର୍ଷ ବୟସ ଏବଂ ଡିଜିଏମ ପାଇଁ ୪୨ରୁ ୫୨ ବର୍ଷ ବୟସର ପ୍ରାର୍ଥୀ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ: ଆବେଦନ କରିବା ପାଇଁ ସାଧାରଣ ଏବଂ ଓବିସି ବର୍ଗର ଆବେଦକଙ୍କୁ ୬୦୦ଟଙ୍କା ଏବଂ ଏସସି/ଏସଟି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଶୁଳ୍କ ବାବଦକୁ ଦେବାକୁ ପଡିବ । ତେବେ ଏହି ଶୁଳ୍କ ଡେଭିଟ୍, କ୍ରେଡିଟ୍ କାର୍ଡ ଏବଂ ଇଂଟରନେଟ ବ୍ୟାଙ୍କିଂ ଜରିଆରେ ଜମା କରିପାରିବେ ।

ଆବେଦନ କରିବାର ପ୍ରକ୍ରିୟା: ଆପଣ ଏସବିଆଇର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।