ସେଭିଂ ଆକାଉଂଟରେ ସର୍ବନିମ୍ନ ଅର୍ଥ ରାଶି ରଖିବା ଭଳି ପ୍ରୋଭିଜନ ଆଳରେ ଗରିବଙ୍କୁ ଲୁଟିବାରେ ଲାଗିଛନ୍ତି ସରକାରୀ ବ୍ୟାଙ୍କ । ଏକଥା ଆମେ କହୁନାହୁଁ ବରଂ ନିଟକରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଏଭଳି ସାଘାଂତିକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି କି ସରକାରୀ ବ୍ୟାଙ୍କଗୁଡିକ ଖୋଲାଖୋଲି ଭାବେ ଗରିବଙ୍କ ଟଙ୍କା ଆତ୍ମସାତ୍ କରିଛନ୍ତି ଆଉ ଏହି ତାଲିକାର ଶୀର୍ଷରେ ରହିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ।
ସୂଚନା ମୁତାବକ, ଷ୍ଟେଟ୍ ବ୍ୟାଙ୍କ ୧ ଏପ୍ରିଲରୁ ୩୦ ଜୁନ୍ ମଧ୍ୟରେ ତଥା ତ୍ରିମାସ କାଳରେ ନିଜର ଖାତାଧାରକଙ୍କ ଠାରୁ ପାଖାପାଖି ୨୩୫ କୋଟି ଟଙ୍କା ରୋଜଗାର କରିସାରିଛି । ଆଉ ଅନ୍ୟ ବ୍ୟାଙ୍କ ମଧ୍ୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରାସ୍ତାକୁ ଅନୁସରଣ କରିଛନ୍ତି । ତେବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସେଭିଂ ଖାତାଧାରୀଙ୍କ ପାଇଁ ନିଜ ଖାତାରେ ସର୍ବଦା ସର୍ବନିମ୍ନ ଅର୍ଥ ରାଶି ବାବଦକୁ ୫ ହଜାର ଟଙ୍କା ଜମା ରଖିବାକୁ ଜରୁରୀ ବୋଲି ନିର୍ଦ୍ଦେଶନାମା ଜାରି କରିଛି । ଚଳିତ ବଜେଟ୍ ବର୍ଷର ଆରମ୍ଭରୁ ହିଁ ସାର୍ବଜନୀକ କ୍ଷେତ୍ରରେ ଥିବା ବ୍ୟାଙ୍କଗୁଡିକ ସେଭିଂ ଖାତାଧାରକଙ୍କ ପାଇଁ ନିଜର ଖାତାରେ ସବୁବେଳେ ଏକ ନିଶ୍ଚିତ ନ୍ୟୁନତମ ଅର୍ଥ ରାଶି ରଖିବା ଭଳି କଟକଣା ଲାଗୁ କରିଛନ୍ତି । ୫ ହଜାର ଟଙ୍କାରୁ କମ୍ ଟଙ୍କା ରହିବା କାରଣରୁ ବ୍ୟାଙ୍କ ତାର ଗ୍ରାହକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରୁଛି । ଅଧିକାଂଶ ଖାତାଧାରୀଙ୍କୁ ତ ଏହି ଦଣ୍ଡାତ୍ମକ କଟକଣା ସଂପର୍କରେ କୌଣସି ସୂଚନା ବି ନାହିଁ ।
ଏଠାରେ ଆମେ କହି ରଖୁଛୁ କି, ବିଶେଷ କରି ଗରିବ ଏବଂ କମ୍ ଆୟବର୍ଗର ଲୋକମାନେ ହିଁ ସରକାରୀ ବ୍ୟାଙ୍କରେ ନିଜର ସେଭିଂ ଖାତା ଖୋଲିଥାନ୍ତି । ବ୍ୟବସାୟୀ ନିଜର କରେଂଟ୍ ଖାତା ଜରିଆରେ କାରବାର କରିଥାନ୍ତି ଏବଂ ଅଧିକ ସୁବିଧା ତଥା ସୁଧ ଲୋଭରେ ସେମାନେ ସରକାରୀ ବ୍ୟାଙ୍କ ବଦଳରେ ବିଭିନ୍ନ ଘରୋଇ ବ୍ୟାଙ୍କରେ ସେଭିଂ ଖାତା ଖୋଲିବାକୁ ଅଧିକ ପସନ୍ଦ କରିଥାନ୍ତି । ଯାହାଦ୍ୱାରା କି ତାଙ୍କୁ ଏଭଳି କଟକଣା ଫରକ୍ ପଡିନଥାଏ ।
ସୂଚନା ମୁତାବକ ମଧ୍ୟପ୍ରଦେଶର ଆରଟିଆଇ କର୍ମକର୍ତ୍ତା ଚନ୍ଦ୍ରଶେଖର ଗୌଡ ନିକଟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କଠାରୁ ଏସମ୍ଭନ୍ଧୀୟ ତଥ୍ୟ ମାଗି ଥିଲେ ଏବଂ ବ୍ୟାଙ୍କର ସିପିଆଇଓ ତାଙ୍କୁ ଏଭଳି ତଥ୍ୟ ଦେଇଥିଲେ । ତେବେ ଚନ୍ଦ୍ରଶେଖରଙ୍କ ଅଭିଯୋଗ ରହିଛି କି, ପ୍ରଧାନମନ୍ତ୍ରୀ ଜିରୋ ବାଲାନ୍ସ ପ୍ରୋଭିଜନ ଥିବା ଯେଉଁ ଜନଧନ ଖାତାମାନ ଖୋଲିଥିଲେ , ତାହାଦ୍ୱାରା ହେଉଥିବା କ୍ଷତିକୁ ଭରଣ କରିବା ପାଇଁ ବ୍ୟାଙ୍କ ଏବେ ଏହି କଟକଣା ମାଧ୍ୟମରେ ଜନତାଙ୍କଠାରୁ ସେହି ସବୁ ଟଙ୍କା ଆଦାୟ କରୁଛି । ସବୁଠାରୁ ବଡ କଥା ହେଲା, ଅଧିକାଂଶ ଖାତାଧାରୀଙ୍କୁ ମଧ୍ୟ ଏ ବାବଦରେ ସାମାନ୍ୟତମ ଆଭାସ ନାହିଁ ।
ଗୌଡଙ୍କ ଅଭିଯୋଗ ରହିଛି କି, ବିମୁଦ୍ରୀକରଣ ଦିନମାନଙ୍କରେ ମଧ୍ୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବଂ ତାର ସହଯୋଗୀ ବ୍ୟାଙ୍କଗୁଡିକ ନିଜର ଖାତାଧାରୀଙ୍କୁ ଧୋକ୍କା ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ୧୪ ନଭେମ୍ବର , ୨୦୧୬ରେ ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଥିଲା କି ବିମୁଦ୍ରାକରଣର ସମୟସୀମା କାଳରେ କୌଣସି ବି ଖାତାଧାରକଙ୍କଠାରୁ ଏଟିଏମ ଚାର୍ଜ ଆଦାୟ କରାଯିବ ନାହିଁ ବୋଲି ଏବଂ ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶନାମାକୁ ଯଦିଓ ଅନ୍ୟ ସମସ୍ତ ବ୍ୟାଙ୍କ ପାଳନ କରିଥିଲେ ମାତ୍ର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏହାକୁ ପାଳନ କରିନଥିଲା । ଯାହାଦ୍ୱାରା ଜୁଲାଇରୁ ସେପ୍ଟେମ୍ବର ୨୦୧୬ ଭିତରେ ଷ୍ଟେଟ୍ ବ୍ୟାଙ୍କର ଆମଦାନୀ ୨୮୫.୭୪ କୋଟି ଟଙ୍କାରୁ ବୃଦ୍ଧି ପାଇ ଅକ୍ଟୋବରରୁ ଡିସେମ୍ବର ୨୦୧୬ରେ ହୋଇଥିଲା ୪୩୫ କୋଟି ଟଙ୍କା ।
ତେବେ ଗୌଡ ବ୍ୟାଙ୍କକୁ ଯେତେବେଳେ ଏସଂପର୍କରେ ପ୍ରଶ୍ନ କଲେ କି ଏଟିଏମରୁ ଚାର୍ଜ ଆଦାୟ ନକରିବାର ନିୟମକୁ କାହିଁକି ପାଳନ କରାଗଲା ନାହିଁ । ସେତେବେଳେ ତାଙ୍କୁ ଜବାବରେ ମିଳିଥିଲା କି, ସେମାନଙ୍କୁ ଏସଂପର୍କରେ କୌଣସି ସୂଚନା ମିଳିନଥିଲା ବୋଲି । ଅନ୍ୟପଟେ ବିମୁଦ୍ରାକରଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜନତାକଙ୍କୁ ଭରସା ଦେଇଥିଲେ କି ବ୍ୟାଙ୍କମାନଙ୍କରେ ଭିଡ ଜମାଇବା ବଦଳରେ ଏଟିଏମରୁ ଟଙ୍କା ଉଠାନ୍ତୁ, ଏହାଦ୍ୱାରା କୌଣସି ଚାର୍ଜ ଆପଣଙ୍କୁ ଦେବାକୁ ପଡିବ ନାହିଁ । ତେବେ ଗୋଟିଏ ପଟେ ସରକାରଙ୍କ ଜନଧନ ଖାତା ଖୋଲାଯାଇ ତାର ଖୁବ୍ ପ୍ରଚାର କରାଗଲା ହେଲେ ଅନ୍ୟପଟେ କେହି ବି ଧ୍ୟାନ ଦେଉନାହାଁନ୍ତି କି ଯେଉଁମାନେ ସେହି ସମୟରେ ଖାତା ଖୋଲିପାରିନଥିଲେ ସେମାନଙ୍କର ଖାତା ଏବେ କିପରି ଖୋଲିବ ।
ସୌଜନ୍ୟ- ଜନସତ୍ତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/sbi.jpeg)