ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କ ପାଇଁ ଏମିତି ଏକ ଜମାଖାତା ଘୋଷଣା କରିଛି। ଯେଉଁଥିରେ ସର୍ବନିମ୍ନ ରାଶି ରଖିବାକୁ ପଡ଼ିବ ନାହିଁ। ଏହି ସୁବିଧା କେବଳ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ମିଳିବ। ଯେଉଁଲୋକମାନେ ନିଜ ଜମାଖାତାରେ ସର୍ବନିମ୍ନ ରାଶି ରଖିବାକୁ ନେଇ ଚିନ୍ତାରେ ଥାଆନ୍ତି ଏସବିଆଇର ଏହି ଅଫର ସେହି ଗ୍ରାହକଙ୍କୁ ବହୁ ସୁବିଧା ପ୍ରଦାନ କରିବ। ଏସବିଆଇର ଏହି ଜମାଖାତା ନାମ ‘ଇନଷ୍ଟା ସେଭିଂ ଆକାଉଣ୍ଟ’ ରଖିଛନ୍ତି। ଏହି ଜମାଖାତାକୁ ଖୋଲିବା ପାଇଁ ଗ୍ରାହକଙ୍କୁ ଏସବିଆଇର କୌଣସି ଶାଖାକୁ ଯିବାକୁ ପଡ଼ିବ ନାହିଁ।

Advertisment

ଏସବିଆଇ ମୁତାବକ, ଇନଷ୍ଟା ସେଭିଂ ଆକାଉଣ୍ଟ ପାଇଁ ଗ୍ରାହକଙ୍କୁ କୌଣସି ଏସବିଆଇ ଶାଖାକୁ ଯିବାକୁ ପଡ଼ିବ ନାହିଁ। ଏହି ଆକାଉଣ୍ଟକୁ ବ୍ୟବହାରକାରୀ ଘରେ ବସି ଖୋଲି ପାରିବେ।

୧. ଏସବିଆଇ ଇନଷ୍ଟା ସେଭିଂ ଆକଉଣ୍ଟକୁ ଏସବିଆଇ ୟୋନୋ ଆପ୍ ସାହାର୍ଯ୍ୟରେ ଖୋଲି ପାରିବେ।

୨. ଏହି ଆକାଉଣ୍ଟ କିଛି ମିନିଟ୍ ଭିତରେ ଖୋଲି ଯାଇଥାଏ।

୩. ଏହି ଜମାଖାତା ଖୋଲିବା ପାଇଁ ଗ୍ରାହକଙ୍କୁ କୌଣସି ଦସ୍ତାବିଜ ଦେବାକୁ ପଡ଼ିବ ନାହିଁ। ଏହା ପେପରଲେସ୍ ଜମାଖାତା ଖୋଲିବା ପାଇଁ ସୁବିଧା ଦେଇଥାଏ। ଏହି ଜମାଖାତାର ଗ୍ରାହକ ବର୍ଷକୁ ୧,୦୦,୦୦୦ଟଙ୍କା ଟ୍ରାନ୍ଜାକ୍ସନ୍ କରିପାରିବେ।

୪. ଏସବିଆଇର ଇନଷ୍ଟା ସେଭିଂ ଆକାଉଣ୍ଟକୁ ବର୍ଷକ ପରେ ରେଗୁଲାର ସେଭିଂ ଆକାଉଣ୍ଟରେ ପରିବର୍ତ୍ତନ କରି ପାରିବେ ଗ୍ରାହକ। ଏହି ଜମାଖାତାକୁ ପ୍ରତ୍ୟେକ ଭାରତୀୟ ଖୋଲି ପାରିବେ। ଯେଉଁମାନଙ୍କ ବୟସ ୧୮ବର୍ଷରୁ ଅଧିକ ହୋଇଥିବ।