ସରକାରଙ୍କ ବଡ ନିଷ୍ପତି: ଚାଳକ ପିନ୍ଧିପାରିବେନି ବିନା ଆଇଏସଆଇ ମାର୍କ ବାଲା ହେଲମେଟ୍, ଜରିମାନା ସହ ହୋଇପାରେ ୨ ବର୍ଷକାଳ ଜେଲ୍

44

ଦୁଇ ଚକିଆ ଗାଡି ତଥା ବାଇକ୍ ଚାଳକଙ୍କୁ ବିନା ଆଇଏସଆଇ ମାର୍କ ବାଲା ହେଲମେଟ ବିକ୍ରିକରୁଥିବା ଦୋକାନୀମାନଙ୍କ ବିରୋଧରେ ଖୁବ ଶୀଘ୍ର ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏଣିକି ଏଭଳି ହେଲମେଟ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଜେଲର ହାୱା ଖାଇବାକୁ ପଡିବ । ଏହାଛଡା ଏଭଳି ହେଲମେଟ ପ୍ରସ୍ତୁତ କରିବା ଏବଂ ବିକ୍ରି କରିବା ମଧ୍ୟ ଆଇନଗତ ଦଣ୍ଡନୀୟ ଅପରାଧ ବୋଲି ଗଣାଯିବ ।

ପ୍ରଥମ ଥର ଲାଗିବ ୨ ଲକ୍ଷ ଟଙ୍କାର ଜରିମାନା

ତେବେ ଯଦି କୌଣସି ବ୍ୟକ୍ତି ତଥା ଦୋକାନୀ ସରକାରଙ୍କ ଏହି ନିଷ୍ପତିକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ୨ ଲକ୍ଷ ଟଙ୍କାର ଜରିମାନା ଏବଂ ୨ ବର୍ଷ କାଳ ଜେଲ ଦଣ୍ଡାଦେଶ ହେବ । ସେହିପରି ଦ୍ୱିତୀୟ ଥର ପାଇଁ ଧରା ପଡିଲେ ଜରିମାନାର ରକମ ଏବଂ ଜେଲଦଣ୍ଡାଦେଶକୁ ମଧ୍ୟ ବଢାଇ ଦିଆଯିବ । ତେବେ ଏହି କଟକଣା ଆସନ୍ତା ବର୍ଷରୁ ସାରା ଦେଶରେ କାର୍ଯ୍ୟକାରୀ କରିଦିଆଯିବ ।

ସାଧାରଣ ଜନତାଙ୍କ ମତାମତ

ସଡକ ପରିବହନ ମନ୍ତ୍ରାଳୟ ଏସଂପର୍କରେ ନିର୍ଦ୍ଦେଶାବଳୀ ଜାରି କରିବା ସହିତ ସାଧାରଣ ଜନତାଙ୍କ ମତାମତ ଲୋଡିଛନ୍ତି । ଆସନ୍ତା ବର୍ଷ ୧୫ ଜାନୁଆରୀରୁ ଏହି ନିୟମ ସାରା ଦେଶରେ ଲାଗୁ କରିଦିଆଯିବ । ଯାହାଦ୍ୱାରା କେବଳ ଆଇଏସଆଇ ମାର୍କ ବିଶିଷ୍ଟ ହେଲମେଟ ହିଁ ବିକ୍ରିକରାଯାଇପାରିବ ।

କାହିଁକି ନିଆଗଲା ନିଷ୍ପତି

ସରକାରଙ୍କ ତରଫରୁ ଏଭଳି ନିଷ୍ପତି ଏଥିପାଇଁ ନିଆଯାଇଛି, କାରଣ ସାରା ଦେଶରେ ଘଟୁଥିବା ସଡକ ଦୁର୍ଘଟଣାରୁ ବିନା ହେଲମେଟରେ ପିନ୍ଧିଥିବା ଲୋକଙ୍କର ହିଁ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, କେବଳ ୨୦୧୭ରେ ୧୫ ହଜାର ଲୋକଙ୍କର ମୃତ୍ୟୁ ବିନା ହେଲମେଟ ପିନ୍ଧି ଗାଡି ଚଲାଉଥିବା କାରଣରୁ ହିଁ ଘଟିଛି । ତେଣୁ ଏହାକୁ ରୋକିବା ପାଇଁ ଏବଂ ସାଧାରଣ ଜନତାଙ୍କୁ ଭଲ କ୍ୱାଲିଟିର ହେଲମେଟ କିଣିବାକୁ ପ୍ରୋତ୍ସାହିତ କରାଯିବ । ସେହିପରି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି କି, ନିମ୍ନମାନର ହେଲମେଟ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗିପାରେ , ଏପରିକି ଏହା ବଢି ୧୦ ଗୁଣା ଅଧିକ ବି ହୋଇପାରେ ।