କିଛି ଦିନ ତଳେ ଦିଲ୍ଲୀରେ ଜଣେ କଂଗ୍ରେସ ନେତାଙ୍କ ଘରେ ଏସି ଫାଟିବା କାରଣରୁ ଦୁଇ ନିରୀହ ଶିଶୁଙ୍କର ମୃତ୍ୟୁ ହେବା ଘଟଣା ଯେତିକି ହୃଦୟ ବିଦାରକ ଥିଲା, ସେତିକି ମଧ୍ୟ ଚେତାବନୀମୂଳକ ଥିଲା । ଏହା ସେହି ସମସ୍ତ ଲୋକମାନଙ୍କ ପାଇଁ ଏକ ଚେତାବନୀ ଅଟେ, ଯେଉଁମାନେ କି ଇଲେକ୍ଟ୍ରୋନିକ ଉପକରଣକୁ ଅବାଧ ଭାବରେ ବ୍ୟବହାର କରୁଛନ୍ତି ଏବଂ ସେଗୁଡିକର କେୟାର ନେବାକୁ ପୂରା ଭୁଲି ଯାଉଛନ୍ତି ।
ଆଜିକାଲି ଲୋକମାନଙ୍କର ଜୀବନଶୈଳୀରେ ବହୁତ ବଡ ପରିବର୍ତ୍ତନ ଦେଖାଦେଇଛି ଏବଂ ଉପଭୋକ୍ତାବାଦ ଏତେ ମାତ୍ରାରେ ବୃଦ୍ଧି ପାଇଛି କି ନିମ୍ନ ମଧ୍ୟମ ବର୍ଗର ଲୋକଙ୍କମାନଙ୍କ ନିକଟରେ ମଧ୍ୟ ସୁଖ ସୁବିଧାର ଅନେକ ସାମଗ୍ରୀ ଉପଲବ୍ଧ । କାହିଁକି ନା ସବୁକିଛି ସାମଗ୍ରୀ ଏବେ ଅତି ସହଜରେ କିସ୍ତିରେ ମିଳିଯାଉଛି । ତେବେ ବୈଦ୍ୟୁତିକ ଉପରକଣର ଚାହିଦା ବୃଦ୍ଧି ପାଇବା ସହ ଏହାକୁ ନେଇ ପ୍ରତିଦିନ କିଛି ନା କିଛି ଅଘଟଣ ମଧ୍ୟ ଘଟୁଛି । ଏପରିକି ଏହି ଦୁର୍ଘଟଣାରେ କାହାର ଜୀବନ ମଧ୍ୟ ଚାଲିଯାଉଛି । ତେଣୁ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ବିଶେଷ କରି ଏସିର ରକ୍ଷଣାବେକ୍ଷଣା ସହ ଜଡିତ କିଛି ଏଭଳି ଜରୁରୀ କଥା ସଂପର୍କରେ ଜଣାଇବୁ ,ଯାହାଦ୍ୱାରା ଆପଣ ଓ ଆପଣଙ୍କର ପରିବାରକୁ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା.. .
• ସର୍ବପ୍ରଥମେ ଆପଣ ଜାଣିରଖିବା ଉଚିତ କି , ଆପଣ କେଉଁ ଏସି କିଣୁଛନ୍ତି, ଆପଣଙ୍କ ଘରର ୱାୟରିଂ ଏବଂ ବିଦ୍ୟୁତ ଲୋଡ ତାକୁ ସହି ପାରିବ କି ନାହିଁ ।
• ଘରର ୱାୟରିଂ କରିବା ସମୟରେ ଧ୍ୟାନରେ ରଖିବେ କି ଶସ୍ତା ତାର ବଦଳରେ ସବୁବେଳେ ବ୍ରାଣ୍ଡେଡ ତାର ବ୍ୟବହାର କରିବାକୁ ।
• ଖରା ଦିନେ ଏସିର ସର୍ଭିସିଂ ନିଶ୍ଚୟ କରନ୍ତୁ । ବିନା ସର୍ଭିସିଂ କରି ଏସି ଚଲାନ୍ତୁ ନାହିଁ ।
• ସର୍ଭିସିଂ କରିବା ସମୟରେ ଧ୍ୟାନ ରଖିବେ କି ୱିଣ୍ଡୋ ଏସି ପିଛର ତଳ ଆଡକୁ ଢଳି ରହିବା ଉଚିତ । ଯାହାଦ୍ୱାରା ବର୍ଷା ପାଣି ଏଥିରେ ଜମି ପାରିବ ନାହିଁ ।
• ଏସି ପ୍ଲଗ ସମୟେ ସମୟେ ଯାଂଚ କରନ୍ତୁ ।
• ଏସିର ଗ୍ୟାସ ଆଦି ଭରିବା ସମୟରେ ଶସ୍ତା ୱେଣ୍ଡର ସେବାନିଅନ୍ତୁ ନାହିଁ ।
• ଯଦି ଆପଣ ପୁରୁଣା ଏସି କିଣୁଛନ୍ତି ତେବେ ସାଧାବନ ରୁହନ୍ତୁ ଏବେ କୌଣସି ପରିଚିତ ମେକାନିକଙ୍କଠାରୁ ତାକୁ ଭଲ ଭାବରେ ଯାଂଚ କରିଦିଅନ୍ତୁ ।
• ସେହିପରି ଆପଣ ଏସିର ପ୍ଲଗ ଯେଉଁଠି ଲଗାଉଛନ୍ତି ସେଠାରେ କୌଣସି ପର୍ଦ୍ଦା ଲଗାନ୍ତୁ ନାହିଁ । କାରଣ ସ୍ପାର୍କ ହେବାଦ୍ୱାରା ପର୍ଦ୍ଦରେ ନିଆଁ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।
କିପରି ହେଇଥାଏ ସର୍ଟସର୍କିଟ
• ଏସିର କମ୍ପ୍ରେସରର୍ସରେ ଅନେକ ଥର ବିଦ୍ୟୁତ ତାର ପୁରୁଣା ହୋଇଯିବା କାରଣରୁ ସର୍ଟ ସର୍କିଟ ହୋଇଥାଏ ।
• ଏହାବ୍ୟତୀତ, ଉକ୍ଟକ୍ଟକ୍ଷବଦ୍ଭଗ୍ଧରୁ ତରଳ ପଦାର୍ଥ ଲିକ୍ ହେବା ଦ୍ୱାରା ମଧ୍ୟ ବିଦ୍ୟୁତ୍ ତାରରେ ସର୍ଟ ସର୍ଟିକ ହୋଇଥାଏ ।
• ଅଧିକାଂଶ ସମୟରେ ଅଧିକ ଲୋଡ ହେବା କାରଣରୁ ଏସି ପାଇଁ ବ୍ୟବହୃତ ସୁଇଚ ଓ ତାର କ୍ଷମତାଠାରୁ ଅଧିକ ଗରମ ହୋଇ ତରଳି ଯାଇଥାଏ । ଯାହଦ୍ୱାରା ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।
• ସେହିପରି ଅଚାନକ୍ ଭୋଲଟେଜ୍ କିମ୍ବା କରେଂଟରେ ବୃଦ୍ଧି ଘଟିବା ମଧ୍ୟ ସମ୍ବେଦନଶୀଳ ବୈଦ୍ୟୁତିକ ଉପରକଣ ପାଇଁ କ୍ଷତିକାରଣ ହୋଇଥାଏ ।