ମାତ୍ର ୨ ହଜାର ଟଙ୍କାରେ କିଣନ୍ତୁ ରୟାଲ ଇନଫିଲ୍ଡ । କଂପାନୀ ଦେଲା ସୁଯୋଗ

188

ଗାଡି ନିର୍ମାତା କଂପାନୀ ତଥା ରୟାଲ ଇନଫିଲ୍ଡ, ଭାରତୀୟ ମୋଟରସାଇକେଲ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିଛି । ଭାରତରେ ରୟାଲ ଇନଫିଲ୍ଡ ୩୫୦ରୁ ୭୫୦ ସିସି ପର୍ଯ୍ୟନ୍ତ ବାଇକର ବିକ୍ରି ବହୁଳମାତ୍ରାରେ ଚାଲିଛି । ଯାହାର ଲୁକ୍ ଏବଂ ଫିଚର୍ସ ବାକି ବାଇକଠାରୁ ବେଶ ଭିନ୍ନ ରହିଛି । ଯେଉଁଥିପାଇଁ ଏହି ବାଇକ୍ ଏବେ ଯୁବପିଢୀଙ୍କୁ ବେଶ ଆକର୍ଷିତ କରିଛି । ଏଠାରେ ଆମେ ଏକଥା ଆଲୋଚନା କରିବାର ଗୋଟିଏ ଖାସ୍ କାରଣ ରହିଛି । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ ।

ଆପଣଙ୍କର ରୟାଲ ଇନଫିଲ୍ଡ ବାଇକର ଦାମ ସଂପର୍କରେ ଜ୍ଞାନଥିବ ନିଶ୍ଚୟ । ତଥାପି ଏଠାରେ ଆମେ କହିରଖୁଛୁ କି, ରୟାଲ ଇନଫିଲ୍ଡ ବାଇକର ଦାମ ୧ ଲକ୍ଷ ୧୩ ହଜାର ଟଙ୍କାରୁ ଆରମ୍ଭ ହୋଇଥାଏ । ଯାହାର ସବୁଠାରୁ ଶସ୍ତା ମଡେଲ ହେଉଛି ରୟାଲ ଇନଫିଲ୍ଡ ବୁଲେଟ୍ ୩୫୦ । ଯଦି ଆପଣ ମଧ୍ୟ ରୟାଲ ଇନଫିଲ୍ଡ କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ଆପଣଙ୍କୁ ଟଙ୍କା ପାଇଁ ଚିନ୍ତିତ ହେବାକୁ ପଡିନପାରେ । କାରଣ ଆପଣ ଚାହୁିଁଲେ କିଛି ପରିମାଣର ଟଙ୍କା ଦେଇ ଏହି ବାଇକ କିଣିପାରିବେ । ଯଦି ଆପଣ ରୟାଲ ଇନଫିଲ୍ଡ ବୁଲେଟ୍ ୩୫୦କୁ କିଣିବାକୁ ଚାହୁଛନ୍ତି ଏବଂ ଏଥିପାଇଁ ଆପଣଙ୍କ ନିକଟରେ ପରିମାଣର ଅର୍ଥର ଅଭାବ ରହିଛି ତେବେ ଆପଣ ମାତ୍ର ୨୦୦୦ଟଙ୍କା ବିନିମୟରେ ବାଇକ୍ କିଣିପାରିବେ । ଅର୍ଥାତ୍ ଆପଣ ଏହି ଗାଡିଟିକୁ ଇଏମଆଇ ଉପରେ କିଣିପାରିବେ । ଯେଉଁଥିପାଇଁ ଆପଣଙ୍କୁ ପ୍ରତିମାସ ଦେବାକୁ ପଡିବ ମାତ୍ର ୨ ହଜାର ଟଙ୍କା । ଯଦିଓ ଏନେଇ ଅଧିକ କୌଣସି ସୂଚନା ଆମକୁ ମିଳିପାରିନାହିଁ ମାତ୍ର ଏସଂପର୍କିତ ଖବର ଆପଣ ସମ୍ବନ୍ଧିତ ଅଫିସକୁ ଯାଇ ଖବର ପାଇପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଏହି ବାଇକରେ ବ୍ୟବହୃତ ହୋଇଛି ୩୪୬ ସିସିର ଇଂଜିନ୍ । ଯାହାକୁ ୫ ସ୍ପିଡ ଗିୟରବକ୍ସ ସହ ସଂଯୋଗ କରାଯାଇଛି । ତେବେ ଏହି ବୁଲେଟ୍ ୩୫୦ ପାଖାପାଖି ୪୦ କିମି ପର ଲିଟର ମାଇଲେଜ ଦେଇଥାଏ ବୋଲି କଂପାନୀର ଦାବି ରହିଛି ।

 

 

ସୌଜନ୍ୟ: ନିଜ୍ୟୁ-୧୮