କନକ ବ୍ୟୁରୋ : ଆଜି ଶୁକ୍ରବାର ହେଉଛି ପ୍ରଥମ ପଞ୍ଚକ । ଏନେଇ ବାବା ଧବଳେଶ୍ୱରଙ୍କ ସମସ୍ତ ରୀତିନୀତି କରାଯାଉଛି । ରାତି ୩ଟାରୁ ପହଡ ଖୋଲାଯାଇ ସୁବାସିତ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଛି । ସେହିଭଳି ଧବଳେଶ୍ୱରଙ୍କ ନିକଟରେ ଖେଚୁଡି ଭୋଗ ଲାଗି କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦ୍ୱାର ଫିଟାଯାଇଛି ।

Advertisment

ଧବଳେଶ୍ୱରଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ମୁଖ୍ୟ ରାସ୍ତାକଡରେ ଧବଳେଶ୍ୱରଙ୍କ ଫାଟକ ନିକଟରେ ପରଦାରେ ଦର୍ଶନ କରୁଛନ୍ତି । ଚଳିତଥର ପ୍ରଶାସନଙ୍କ ନିଷ୍ପତ୍ତି ଅନୁସାରେ ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ଭିଡ ଯୋଗୁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।