କନକ ବ୍ୟୁେରା: ଶ୍ରୀମନ୍ଦିରରେ ଆଜି ଚିତା ଲାଗି ଅମାବାସ୍ୟା । ଆଜି ମହାପ୍ରଭୁଙ୍କ ମସ୍ତକରେ ଝଟକିବ ରତ୍ନ ଖଚିବ ସୁବର୍ଣ୍ଣ ଚିତା । ନିଳାଦ୍ରୀ ବିଜେ ପରେ ଆଜି ରହିଛି ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି। ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ରହିଛି ମହାପ୍ରଭୁଙ୍କ ଚିତ୍ତାଲାଗି ନିତି।
ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ, ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚିତାକୁ ପୁଣି ଥରେ ଲଗାଇବେ । ହୀରା, ଲୀଳା ଓ ମଣି ମାଣିକ୍ୟରେ ଏହି ଚିତାକୁ ଶ୍ରୀମସ୍ତକରେ ଲାଗି କରିବା ପାଇଁ ଓସ୍ୱ ସାଙ୍ଗରେ ଶ୍ରୀପଟ-ଶ୍ରୀପଟି ମାଧ୍ୟମରେ ଲାଗି କରାଯାଇଥାଏ ବୋଲି ପୌରାଣିକ ତଥ୍ୟ ରହିଛି । ଶ୍ରୀଜିଉମାନଙ୍କର ଚିତାଲାଗି ପରେ ସେହି ବେଶ ଦେଖିବାକୁ ଅନେକ ଭକ୍ତ ଚିତାଲାଗି ତିଥିରେ ଶ୍ରୀମନ୍ଦିର ଆସିଥାନ୍ତି । ତେବେ ଏହି ନୀତି ପାଇଁ ଆଜି ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ।