ଭୋଡା ଓ ଆଇଡିଆ ୟୁଜର୍ସଙ୍କ ପାଇଁ ବଡ ଖବର: ଖୁବ୍ ଶୀଘ୍ର କଂପାନୀରେ ହୋଇପାରେ ଏକ ବଡ ପରିବର୍ତ୍ତନ । ଗ୍ରାହକଙ୍କୁ ମିଳୁଛି କଂପାନୀ ତରଫରୁ ଏହି ମେସେଜ

96

କିଛି ଦିନ ହେଲା ଉଭୟ ଭୋଡାଫୋନ ଓ ଆଇଡିଆର ୟୁଜର୍ସଙ୍କ ନିକଟକୁ ଏକ ଇମେଲ ଆସୁଛି ଯେଉଁଥିରେ କଂପାନୀମାନଙ୍କର ବିଲୟନ ତଥା ଦୁଇ କଂପାନୀ ମଧ୍ୟରେ ହେବାକୁ ଯାଉଥିବା ସମ୍ମିଶ୍ରଣ ସଂପର୍କର ଉଲ୍ଲେଖ ରହିଛି । ତେବେ ଏହି ମେଲରେ କୁହାଯାଇଛି କି, ଏହି ଦୁଇ ଦିଗ୍ଗଜ କଂପାନୀମାନଙ୍କ ସେବା ନେବାଦ୍ୱାରା ଆପଣଙ୍କୁ କି ଲାଭ ମିଳିବ ।

ସୂଚନା ମୁତାବକ, ଉଭୟ ଭୋଡାଫୋନ ଏବଂ ଆଇଡିଆ ଭଳି କଂପାନୀର ବିଲୟନ ତଥା ସମ୍ମିଶ୍ରଣ ଆଗାମୀ ମାସରେ ହୋଇପାରେ, ଯାହାଦ୍ୱାରା ଏମାନେ ଭାରତ ସବୁଠାରୁ ବଡ ଟେଲିକମ କଂପାନୀ ହୋଇଯିବେ । ଏକ ରିପୋର୍ଟରେ ପ୍ରକାଶିତ ଖବର ଅନୁସାରେ, ଭୋଡାଫୋନର ସବ୍ସକ୍ରାଇବର୍ସ ଏବଂ ବିକ୍ରେତାଙ୍କୁ କଂପାନୀର ମ୍ୟାନେଜିଂ ଡାଇରେକ୍ଟର ସୁନିଲ ସୁଦଙ୍କ ତରଫରୁ ଏକ ଇମେଲର ପ୍ରଥମ ବ୍ୟାଚ ପଠାଯାଇସାରିଛି । ସେହିପରି ଆଇଡିଆର ଏମଡି ହିମାଂଶୁ କପାନିୟାଙ୍କ ତରଫରୁ ବି ଏଭଳି ମେଲ ସବ୍ସକ୍ରାଇବର୍ସ ଏବଂ ବିକ୍ରେତାଙ୍କ ନିକଟକୁ ପଠାଯାଇଛି ।

ଋିପୋର୍ଟ ଅନୁସାରେ, ଆଇଡିଆ ସେଲ୍ୟୁଲରର ଏମଡି ତଥା ହିମାଂଶୁ କପାନିୟାଙ୍କ ତରଫରୁ ପଠାଯାଇଥିବା ମେଲରେ ଉଲ୍ଲେଖ ରହିଛି କି, ସମ୍ମିଶ୍ରଣ ପ୍ରକ୍ରିୟା ଜାରି ରହିଛି ଏବଂ ଆଶା କରାଯାଉଛି ୨୦୧୮ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇପାରେ । ମେଲରେ ଆହୁରି ମଧ୍ୟ ଲେଖାଯାଇଛି କି, ଆପଣଙ୍କର ମୋବାଇଲ ଅନୁଭୋବକୁ ଆହୁରୀ ଭଲ କରିବା ପାଇଁ ତଥା ଦ୍ରୁତ ବେଗଗାମୀ ବ୍ରୋଡବ୍ୟାଣ୍ଡ ସ୍ପିଡ, ଭଲ ଭଏସ କ୍ୱାଲିଟି ଏବଂ ଇନଡୋର କଭରରେ ଆଦିକୁ ଆହୁରୀ ମଜଭୁତ କରାଯିବ ।

ତେବେ ସାରାବିଶ୍ୱରେ ୫ଜି ସ୍ମାର୍ଟଫୋନର ଶିପମେଂଟ ୨୦୨୧ ସୁଦ୍ଧା ୨୫୫ପ୍ରତିଶତ ବୃଦ୍ଧିପାଇବ । ଦାବି ରହିଛି କି, ୫ଜି ସ୍ମାର୍ଟଫୋର ଏହି ଆକଳନ ୨୦୨୧ ସୁଦ୍ଧା ୧୧ କୋଟି ୟୁନିଟକୁ ଛୁଇପାରେ । ନିକଟରେ ଏକ ରିପୋର୍ଟରେ ପ୍ରକାଶିତ ଖବର ମୁତାବକ, ୫ଜି ସ୍ମାର୍ଟଫୋନର ଅଭିବୃଦ୍ଧି ୨୦୧୯ସୁଦ୍ଧା ଧୀମା ରହିବ କିନ୍ତୁ ୫ଜି ଇନଫ୍ରାଷ୍ଟ୍ରକଚରକୁ ମଜଭୁତ ହେବା କ୍ଷଣି ହିଁ ଏହି ଆକଳନ ଦ୍ରୁତ ଗତିରେ ବୃଦ୍ଧିପାଇପାରେ ।