ପରିବହନ ବିଭାଗର କଡା ନିର୍ଦ୍ଦେଶ : ଏଣିକି ନିଜ ଘର ବାହାରେ ଗାଡି ରଖିଲେ ଦେବାକୁ ପଡିବ ଜରିମାନା ନଚେତ୍ ଉଠାଇ ନେବ ପୁଲିସ

37

ଘର ବାହାରେ ଗାଡି ପାର୍କିଂ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଖବରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ପରିବହନ ବିଭାଗ ସିଭିକ୍ ଏଜେନ୍ସିମାନଙ୍କ ସହ ମିଶି ଏକ ନୋଟିଫିକେସନ ଜାରି କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି କି, ଜନଗହଳୀପୂର୍ଣ୍ଣ ଅଂଚଳମାନଙ୍କ ପାଇଁ ବି ବର୍ତ୍ତମାନ ଏରିୟା ପାର୍କିଂ ପ୍ଲାନ ପ୍ରସ୍ତୁତ କରାଯିବ । ଏବଂ ଘର ବାହାରେ ପାର୍କିଂ କରାଯିବା ଉପରେ ଲୋକଙ୍କଠାରୁ ଶୁଳ୍କ ଆଦାୟ କରାଯିବ ।

ଜାଣନ୍ତୁ କେଉଁମାନଙ୍କଠାରୁ ଆଦାୟ କରାଯିବ ଶୁଳ୍କ

ଯଦି କୌଣସି ବିଲ୍ଡିଂ ତଳେ ନିୟମ ମୁତାବକ, ଷ୍ଟିଲ୍ଟ ପାର୍କିଂ ନିର୍ମାଣ କରାଯାଇଛି ଏବଂ ଏହାପରେ ବି ଯଦି ସେଠାକାର ଲୋକେ ନିଜର ଗାଡିଗୁଡିକୁ ସାର୍ବଜନୀକ ସ୍ଥାନରେ ପାର୍କିଂ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ତଥା ଏମାନଙ୍କଠାରୁ ଦୁଇଗୁଣା ଚାର୍ଜ ଆଦାୟ କରାଯିବ ।

ଫୁଟପାଥରେ ରଖା ଯାଇଥିବା ଗାଡିଗୁଡିକୁ ଉଠାଇ ନିଆଯିବ

ଫୁଟପାଥରେ ପାର୍କିଂ ପାଇଁ କୌଣସି ଅନୁମତି ଦିଆଯିବ ନାହିଁ । ଏବଂ ଅବୈଧ ଢଙ୍ଗରେ ପାର୍କିଂ ହୋଇଥିବା ଗାଡିକୁ ଉଠାଇ ନିଆଯିବ । ସମସ୍ତ ଲେନ ଏବଂ ଷ୍ଟ୍ରିଟ ଉପରେ ଗୋଟିଏ ଲେନକୁ ଇମରଜେନ୍ସି ଭେଇକିଲ୍ ତଥା ଆମ୍ବୁଲାନ୍ସ, ଫାୟାର ଟେଣ୍ଡର, ପୁଲିସ ଗାଡି ପାଇଁ ଚିହ୍ନିତ କରାଯିବ ଏବଂ ଏହି ଲେନରେ ଅନ୍ୟ ଗାଡିଗୁଡିକର ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ ।

ସୂଚନା ମୁତାବକ, ଏଥିପାଇଁ ଏକ ନିଦ୍ଦିଷ୍ଟ ପରିମାଣର ପାର୍କିଂ ଶୁଳ୍କ ସ୍ଥିର କରାଯିବ ଏବଂ ଏହାର ଦାୟିତ୍ୱ ସିଭିକ୍ ଏଜେନ୍ସିମାନଙ୍କୁ ନ୍ୟସ୍ତ କରାଯିବ ହେଲେ ଏହି ପାର୍କିଂ ଶୁଳ୍କ ନିଦ୍ଧାରଣ କରିବା ପୂର୍ବରୁ ଆରଡବ୍ଲୁଏ ସହ ବିଚାର ବିମର୍ଶ କରିବାକୁ ପଡିବ । ଟ୍ରାନ୍ସପର୍ଟ କମିସନରର ଅଧ୍ୟକ୍ଷତାରେ ବେସ୍ ପାର୍କିଂ ଫିସ କମିଟି ପ୍ରସ୍ତୁତ କରାଯିବ । ଯାହାର ସୁପାରିସ୍ ମୁତାବକ ହିଁ ପାର୍କିଂ ଶୁଳ୍କ ନିଦ୍ଧାରଣ କରାଯାଇପାରିବ । ଏହି କମିଟିରେ ଏମସିଡି, ଡିଡିଏ, ଦିଲ୍ଲୀ ସରକାରଙ୍କ ସହରୀ ବିକାଶ ବିଭାଗ, ଏନଡିଏମସିର ଅଧିକାରୀ ମଧ୍ୟ ସାମିଲ ରହିବେ ।