ଚାକିରିଆଙ୍କ ପାଇଁ ଖୁସି ଖବର…ଏଣିକି ନିଜ ହିସାବରେ କମାଇ ପାଇବେ ପିଏଫ ! ମିଳିବ ଅଧିକ ଦରମା, କର୍ମଚାରୀଙ୍କୁ ଦିଆଯିବ ସ୍ୱତନ୍ତ୍ର ଆଇକାର୍ଡ

5,812

କନକ ବ୍ୟୁରୋ: ଏଣିକି ନିଜ ଇଚ୍ଛା ଅନୁସାରେ କାଟିହେବ ପିଏଫ୍ । ଘରୋଇ ସଂସ୍ଥାମାନଙ୍କରେ କାମ କରୁଥିବା କର୍ମଚାରୀମାନେ ପିଏଫ୍ ବାବଦକୁ ଦେଉଥିବା ନିଜ ଦରମାର ୧୨ ପ୍ରତିଶତ ରାଶିକୁ ନିଜ ସୁବିଧା ଅନୁସାରେ କମାଇ ପାରିବେ । ତେବେ ନୂଆ ସୋସିଆଲ ସିକ୍ୟୁରିଟି କୋଡ ବିଲ୍-୨୦୧୯ ଅନୁସାରେ ଏହି ସୁବିଧା ବେସରକାର ୀ କର୍ମଚାରୀମାନଙ୍କୁ ଉପଲବ୍ଧ କରାଉଛନ୍ତିି କେନ୍ଦ୍ର ସରକାର । ଏହି ବିଲଟିକୁ କେନ୍ଦ୍ରୀୟ କ୍ୟାବିନେଟ୍ ପକ୍ଷରୁ ମଂଜୁରୀ ମିଳିସାରିଥିବା ବେଳେ ଖୁବ୍ ଶୀଘ୍ର ଏହାକୁ ସଂସଦରେ ଉପସ୍ଥାପନା କରାଯାଇପାରେ । ତେବେ ଏହି ସୁବିଧା ଦ୍ୱାରା କର୍ମଚାରୀମାନଙ୍କୁ ମିଳୁଥିବା ଟେକ୍ ହୋମ ସାଲାରୀ କିମ୍ବା ସାଲାରୀ ଇନ୍ ହ୍ୟାଣ୍ଡ ବୃଦ୍ଧି ପାଇବ ।

ସେହିଭଳି ଏହି ନୂଆ ବିଲରେ କୁହାଯାଇଛି କି, ନିଯୁକ୍ତି କର୍ତ୍ତା ତଥା କଂପାନୀ ନିଜର ୧୨ ପ୍ରତିଶତ ପୂରା ଭାଗ ଦେବାକୁ ହେବ । ଏଠାରେ ଆମେ ଆପଣଙ୍କୁ କହିରଖୁଛୁ କି, କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ତଥା ଇପିଏଫରେ ଉଭୟ କର୍ମଚାରୀ ଏବଂ କଂପାନୀକୁ ମୋଟ ଦରମାର ୧୨-୧୨ ପ୍ରତିଶତର ଅଂଶଦାନ ଦେବାକୁ ପଡିଥାଏ । ତେବେ ଏହି ନୂଆ ବିଲଟି କାର୍ଯ୍ୟକାରୀ ହେବା ଦ୍ୱାରା କଂପାନୀକୁ କୌଣସି ଲାଭ ମିଳିବ ନାହିଁ, ହେଲେ କର୍ମଚାରୀମାନେ ଅଧିକ ଦରମା ପାଇବେ ।

ସୋସିଆଲ ସିକ୍ୟୁରିଟି କୋଡ ବିଲ-୨୦୧୯ରେ କେନ୍ଦ୍ର ସରକାରଙ୍କ ତରଫରୁ ଅସଂଗଠିତ ଶ୍ରେଣୀର କର୍ମଚାରୀମାନଙ୍କୁ ବି ଗୁରୁତ୍ୱ ଦିଆଯାଇଛି । ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ମଧ୍ୟ ଏକ ନୁୟିକ୍ ଆଇଡେଂଟିଟି କାର୍ଡ (ଆଇକାର୍ଡ) ପ୍ରଦାନ କରାଯିବ । ଯାହାକି ଆଧାରକାର୍ଡ ସହ ଲିଙ୍କ ରହିବ । ଏଥିରେ ଉକ୍ତ କର୍ମଚାରୀଙ୍କ ସହ ଜଡିତ ସମସ୍ତ ତଥ୍ୟ ଉପଲବ୍ଧ କରାଯିବ । ତେବେ ଏହି କାର୍ଡ ଜରିଆରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ସରକାରୀ ସୁବିଧାଗୁଡିକର ଲାଭ ମଧ୍ୟ ଅତି ସହଜରେ ମିଳିପାରିବ ।