କନକ ବ୍ୟୁରୋ: ପୂରା ବିଶ୍ବର ନଜର ଥିଲା ଆମେରିକା-ଋଷିଆର ମିଟିଂ ଉପରେ । ଅର୍ଥାତ୍ ଟ୍ରମ୍ପ ଓ ପୁଟିନ୍ କେଉଁ ବିଷୟରେ ଆଲୋଚନା କରିବେ ତାହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା । ହେଲେ ଏବେ ପୁଟିନ୍ଙ୍କୁ ଟ୍ରମ୍ପଙ୍କ ପତ୍ନୀ ଯେଉଁ ଚିଠି ଦେଇଛନ୍ତି ତାହାକୁ ନେଇ ବି ଭାରି ଚର୍ଚ୍ଚା । କାରଣ ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ପୁଟିନ୍ଙ୍କୁ କାହିଁକି ଚିଠି ଦେଲେ, ସେ ଚିଠିରେ କଣ ଲେଖାଥିଲା ତାହାକୁ ନେଇ ବି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି ।
ପୁଟିନ୍ଙ୍କୁ ଚିଠି ଦେଲେ ଟ୍ରମ୍ପଙ୍କ ପତ୍ନୀ
ଚିଠିରେ କଣ ଲେଖାଥିଲା, ବଢ଼ିଲା ଚର୍ଚ୍ଚା
ପୁଟିନ୍ଙ୍କୁ ନିଜ ମନ କଥା କହିଲେ ଟ୍ରମ୍ପ
ଭେଟିପାରିଲେନି, ଚିଠି ଲେଖି ସବୁ କହିଦେଲେ
ୟୁକ୍ରେନ୍-ଋଷିଆ ମଧ୍ୟରେ ଲାଗିଥିବା ଯୁଦ୍ଧ କେମିତି ବନ୍ଦ ହେବ ସେନେଇ ପୂରା ବିଶ୍ବ ଚିନ୍ତାରେ । ଖାସ୍ କରି ଆମେରିକା ବାରମ୍ବାର ଚେଷ୍ଟା କରିଛି କି, ୟୁକ୍ରେନ୍-ଋଷିଆ ଯୁଦ୍ଧ ବନ୍ଦ ହେଉ । ହେଲେ ବାରମ୍ବାର ଚେଷ୍ଟା ପରି ବି ଯୁଦ୍ଧ ଥମିଲା ନାହିଁ । ହେଲେ ଆଲାସ୍କାରେ ଉଭୟ ନେତାଙ୍କ ବୈଠକ ପରେ ଯୁଦ୍ଧ ବନ୍ଦ ହେବ ବୋଲି କୁହାଯାଉଥିଲା ହେଲେ ସେମିତି କିଛି ହେଲା ନାହିଁ । ଇଏ ତ ଗଲା ଟ୍ରମ୍ପ-ପୁଟିନ୍ଙ୍କ ସାକ୍ଷାତକାରର ଚର୍ଚ୍ଚା । ହେଲେ ଟ୍ରମ୍ପଙ୍କ ପତ୍ନୀ ଯେଉଁ ଚିଠି ଦେଲେ ତାହାକୁ ନେଇ ବି ଜୋରଦାର ଚର୍ଚ୍ଚା ।
ସୂଚନା ଅନୁସାରେ, ବୈଠକ ପୂର୍ବରୁ, ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ପୁଟିନଙ୍କ ପାଇଁ ଏକ ଚିଠି ଲେଖିଥିଲେ । ଯାହାକୁ ଟ୍ରମ୍ପ ନିଜ ହାତରେ ପୁଟିନଙ୍କୁ ଦେଇଥିଲେ । ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ତାଙ୍କ ସହିତ ନଥିଲେ, କିନ୍ତୁ ସେ ପୁଟିନଙ୍କୁ କିଛି କହିବାକୁ ଚାହୁଥିଲେ। ତେଣୁ, ମେଲାନିଆ ଏକ ଚିଠି ଲେଖି ଟ୍ରମ୍ପଙ୍କ ହାତରେ ଦେଇଥିଲେ । ପୁଟିନଙ୍କ ସହ ସାକ୍ଷାତ ବେଳେ ଟ୍ରମ୍ପ ତାଙ୍କ ପକେଟରୁ ଏହି ଚିଠିଟିକୁ ବାହାର କରିଥିଲେ ଆଉ ତାଙ୍କୁ ବ୍ୟକ୍ତିଗତ ଭାବରେ ଦେଇଥିଲେ ।
ଏହି 'ଶାନ୍ତି ପତ୍ର'ରେ ମେଲାନିଆ କହିଥିଲେ, “ପ୍ରତ୍ୟେକ ପିଲା ଦେଶର ଗ୍ରାମାଞ୍ଚଳରେ ଜନ୍ମ ହୁଅନ୍ତୁ ଅବା ସହରାଞ୍ଚଳରେ, ସେମାନେ ତାଙ୍କ ହୃଦୟରୁ ଶାନ୍ତି ପୂର୍ଣ୍ଣ ବାର୍ତ୍ତା ବାଣ୍ଟନ୍ତି। ବିଶ୍ବର ପ୍ରତିଟି ପିଲା କେମିତି ସୁଃଖ ଓ ଶାନ୍ତିରେ ରହିବେ ସେନେଇ ଆମର ଗୁରୁଦାୟିତ୍ବ ରହିଛି ବୋଲି ଚିଠିରେ ଲେଖାଥିଲା । ଅର୍ଥାତ୍ ମେଲାନିଆ ଯୁଦ୍ଧ ବନ୍ଦ କରିବାକୁ ପୁଟିନ୍ଙ୍କୁ ଅନୁରୋଧ କରିଛନ୍ତି ବୋଲି ସ୍ପଷ୍ଟ ହୋଇଛି । ମୋଟ୍ ଉପରେ ଆମେରିକା ଓ ଋଷିଆ ଆଲୋଚନାକୁ ନେଇ ପୂରା ବିଶ୍ବରେ ଏବେ ଭାରି ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଟ୍ରମ୍ପଙ୍କ ପତ୍ନୀ ଯେଉଁ ଚିଠି ଲେଖିଲେ ତାହା ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।