କନକ ବ୍ୟୁରୋ: ଭୋଟ୍ ଚୋରି ଯାତ୍ରା ପାଇଁ ୧୬ ଦିନିଆ ବିହାର ଗସ୍ତରେ ଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି ସମୟରେ ବିହାରର ଅନେକ ଜିଲ୍ଲାରେ ରାଲି କଲେ ରାହୁଲ । ରାଲି ସମୟରେ ରାହୁଲଙ୍କ ତେଜସ୍ବୀଙ୍କୁ ଦେଖିବାକୁ ମିଳିଥିଲା । ଖାଲି ଏକାଠି ହୋଇଥିଲେ ତାହା ନୁହେଁ ବରଂ ବୁଲେଟ୍ରେ ବସି ଉଭୟ ନେତା ଭୋଟରଙ୍କ ପାଖରେ ପହଞ୍ଚିଥିଲେ । ବିଜେପି ସରକାର ଓ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଥିଲେ । କେମିତି ଭୋଟ୍ ଚୋରି ହେଉଛି ସେନେଇ ଲୋକଙ୍କୁ ବୁଝାଇ ଥିଲେ । ହେଲେ ଏବେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ତେଜସ୍ବୀ । କହିଛନ୍ତି, କଂଗ୍ରେସ ଯାହା କଲା ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ବିହାରବାସୀ କଂଗ୍ରେସ ଉପରେ ଖୁସି ନାହାନ୍ତି । ତେବେ କଂଗ୍ରେସକୁ କାହିଁକି ଟାର୍ଗେଟ୍ କଲେ ତେଜସ୍ବୀ ତାହାକୁ ନେଇ ଏବେ ଚର୍ଚ୍ଚା ।
କଂଗ୍ରେସ ଉପରେ ବର୍ଷିଲେ ତେଜସ୍ବୀ ଯାଦବ
ରାହୁଲଙ୍କ ରାଲି କଲେ, ଏବେ ବିରୋଧ କଲେ
ବିହାର ନିର୍ବାଚନ ପୂର୍ବରୁ ରାହୁଲ-ତେଜସ୍ବୀ ହେବେ ମୁହାଁମୁହିଁ
ଜିଏସ୍ଟି ସ୍ଲାବ୍କୁ ନେଇ କେନ୍ଦ୍ରର ବଡ଼ ବୈଠକ
କେରଳ କଂଗ୍ରେସ ଟ୍ବିଟ୍ କଲା
ବି ଫର୍ ବିଡ଼ି…ବି ଫର୍ ବିହାର
ଟ୍ବିଟ୍ ପରେ ଗର୍ଜିଲେ ତେଜସ୍ବୀ
ସଜସଜ ଜିଏସ୍ଟିକୁ ନେଇ କେନ୍ଦ୍ର ସରକାର ବଡ଼ ବୈଠକ କରିଥିଲେ । ଏହି ବୈଠକରେ ୨ ଜିଏସ୍ଟି ସ୍ଲାବ୍କୁ ନେଇ ବଡ଼ ନିଷ୍ପତ୍ତି ହୋଇଥିଲା । ବାସ୍ ଏହାପରେ ବିରୋଧୀ ସରକାରଙ୍କୁ ସମାଲୋଚନା କରିଥିଲେ । ହେଲେ କେରଳ କଂଗ୍ରେସର ଟ୍ବିଟର ପେଜ୍ରେ ଏକ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା ବି ଫର୍ ବିଡି…ବି ଫର୍ ବିହାର । ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ନେଇ ଜୋରଦାର ବିରୋଧ କରାଯାଇଛି । ଖାସ୍ କରି ଆର୍ଜେଡି ନେତା ତେଜସ୍ବୀ ଯାଦବ କଂଗ୍ରେସେ ଉପରେ ଜୋରଦାର ବର୍ଷିଛନ୍ତି । କହିଛନ୍ତି, କଂଗ୍ରେସ ଯେଉଁପରି ଭାବରେ ବିଡ଼ି ସହ ବିହାରକୁ ଯୋଡ଼ିଛି ତାହା ଗ୍ରହଣୀୟ ନୁହେଁ ।
ନିର୍ବାଚନ ପୂର୍ବରୁ ସରଗରମ ହେଲା ବିହାର ରାଜନୀତି
ଚଳିତବର୍ଷ ଶେଷ ଆଡ଼କୁ ବିହାରର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରତିଟି ରାଜନୈତିକ ଦଳ ଏବେଠୁ ରଣନୀତି କଲେଣି । ସେଇଥି ଲାଗି ତ ବିହାର ରାହୁଲ ୧୬ ଦିନିଆ ବିହାର ଗସ୍ତରେ ଯାଇ ସାଧାରଣ ସଭା କରିଛନ୍ତି । ରାହୁଲ ଭାବିଥିଲେ ଯେ ଏହି ରାଲି ପରେ ବିହାରରେ ଇଣ୍ଡି ମେଣ୍ଟ ସରକାର କରିବ । ତେଜସ୍ବୀ ବି କଂଗ୍ରେସକୁ ଖୋଲାଖୋଲି ସମର୍ଥନ ଦେଇଥିଲେ । ଖାଲି ସମର୍ଥନ ଦେଇଥିଲେ ତାହା ନୁହେଁ ବରଂ ରାହୁଲଙ୍କ ପାଖେ ପାଖେ ରହିଥିଲେ । ଏ ସବୁ ଦେଖିବା ପରେ ବିହାର ରାଜନୀତିରେ ଗୋଟିଏ ନୂଆ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଥିଲା । ହେଲେ କେରଳ କଂଗ୍ରେସ ପକ୍ଷରୁ ବିହାରକୁ ନେଇ ଅଫିସିଆଲ୍ ଟ୍ବିଟ୍ ହେବା ପରେ ଏବେ ଖେଳ ପୂରା ବଦଳିଯିବ ବୋଲି କୁହାଯାଉଛି ।
ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ବିହାର ନିର୍ବାଚନକୁ ନେଇ ଏବେଠୁ ଶାସକ ବିରୋଧୀ ମୁହାଁମୁହିଁ ହେଉଛନ୍ତି । ଉଭୟ ଉଭୟଙ୍କ ଉପରେ ଦୋଷ ଲଦୁଛନ୍ତି । ତେବେ ଏହାରି ଭିତରେ ନିର୍ବାଚନ କାହା ସପକ୍ଷରେ ଯାଉଛି ତାହା ଦେଖିବାକୁ ବାକି ରହିଲା ।