କନକ ବ୍ୟୁରୋ : ଶାସ୍ତ୍ରରେ ଶ୍ରାବଣ ମାସରେ ମଦ ଏବଂ ଆମିଷଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ବିଜ୍ଞାନ ମଧ୍ୟ ଏହା ସ୍ୱୀକାର କରେ ଯେ ମୌସୁମୀ ଅର୍ଥାତ୍ ଭୋଳାନାଥଙ୍କୁ ଉତ୍ସର୍ଗ କରାଯାଇଥିବା ଶ୍ରାବଣ ମାସରେ ଏହି ଦୁଇଟି ଜିନିଷଠାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପ୍ରତି ଭାରି ଭଲ । ବିଜ୍ଞାନରେ ଏପରି ଅନେକ ତର୍କ କରାଯାଇଛି ଯେ ଶ୍ରାବଣରେ ମଦ ଏବଂ ଆମିଷଠାରୁ ଦୂରତା କାହିଁକି ଜରୁରୀ । ଶ୍ରାବଣ ମାସ ଏକ ଧାର୍ମିକ ମାସ ଏବଂ ଏହା ପଛରେ ବୈଜ୍ଞାନିକ ଓ ସାମାଜିକ କାରଣ ମଧ୍ୟ ରହିଛି । ତେବେ ବିଜ୍ଞାନ ଏହା ଉପରେ କାହିଁକି ଗୁରୁତ୍ୱ ଦିଏ, ଆସନ୍ତୁ ଜାଣିବା । ଶ୍ରାବଣ ଅର୍ଥାତ୍ ବର୍ଷାଋତୁ । ଏହା ଏପରି ଏକ ଋତୁ, ଯାହା ଆର୍ଦ୍ରତା ବଢ଼ାଇଥାଏ । ଏପରି ପାଗରେ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ ଥାଏ । ଫଳରେ ମାଂସରେ ବ୍ୟାକ୍ଟେରିଆ ଏବଂ ଭାଇରସ୍ ଶୀଘ୍ର ବଢ଼ିଥାଏ । ଯାହା ଫୁଡ୍ ପଏଜନିଂର ସମସ୍ୟାକୁ ବଢ଼ାଇଥାଏ ।

Advertisment
alcohol
alcohol Photograph: (google)

ମାଛମାନଙ୍କର ପ୍ରଜନନ ଋତୁ ହେଉଛି ମୌସୁମୀ । ଅନେକ ରାଜ୍ୟରେ ଏହି ସମୟରେ ସରକାର ମାଛ ନ ଧରିବାକୁ ନିର୍ଦ୍ଦେଶ ଜାରି କରନ୍ତି । ବିଶେଷଜ୍ଞମାନେ ମଧ୍ୟ ଏହି ଋତୁରେ ମାଛ ନ ଖାଇବାକୁ ପରାମର୍ଶ ଦିଅନ୍ତି । ଏହାର ଅନେକ କାରଣ ରହିଛି । ପ୍ରଥମତଃ ବର୍ଷାଋତୁରେ ଜଳ ପ୍ରଦୂଷଣ ବଢ଼ିଥାଏ । ପାଣିରେ ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଥାଏ । ଫଳରେ ମାଛ ମାଧ୍ୟମରେ ମଣିଷ ଦେହରେ ସଂକ୍ରମଣ ବ୍ୟାପିବା ଏବଂ ଝାଡ଼ା,ବାନ୍ତି ହେବାର ଆଶଙ୍କା ରହିଥାଏ । ଯେହେତୁ ମାଛମାନଙ୍କର ଏହା ପ୍ରଜନନ ସମୟ ତେଣୁ ସେମାନଙ୍କଠାରେ ଅନେକ ପ୍ରକାର ପରିବର୍ତ୍ତନ ଦେଖା ଦେଇଥାଏ । ଏହି ପରିବର୍ତ୍ତନଗୁଡ଼ିକ ମାଛର ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଏ । ମାଛ ପରଜୀବୀ ଏବଂ ରୋଗ ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରନ୍ତି ଯାହା ଖାଇବା ଦ୍ୱାରା ମଣିଷଙ୍କଠାରେ ବ୍ୟାପିପାରେ ।

fish-1
fish-1 Photograph: (google)

ବର୍ଷାଋତୁ ସଂକ୍ରାମକ ରୋଗ ପାଇଁ ମଧ୍ୟ ଜଣାଯାଏ । ଆୟୁର୍ବେଦ ବିଶେଷଜ୍ଞ କୁହନ୍ତି ବର୍ଷାଋତୁରେ ଶରୀରର ରୋଗ ସହିତ ଲଢ଼ିବାର ଶକ୍ତି ଅର୍ଥାତ୍ ପ୍ରତିରକ୍ଷା ଶକ୍ତି କମିଯାଏ । ସଂକ୍ରାମକ ରୋଗ କେବଳ ମଣିଷ ନୁହେଁ ପଶୁମାନଙ୍କୁ ମଧ୍ୟ ଶିକାର କରିଥାଏ । ଏହି କାରଣରୁ ବର୍ଷାଋତୁରେ ଆମିଷ ଖାଇବା ଅନେକ ରୋଗକୁ ଡାକିପାରେ । ଆୟୁର୍ବେଦରେ ମୌସୁମୀରେ ହାଲୁକା ଏବଂ ଶାକାହାରୀ ଭୋଜନ ଖାଇବାକୁ କୁହାଯାଇଛି । ବର୍ଷାଋତୁ ମେଟାବୋଲିଜିମ୍ ଅର୍ଥାତ୍ ପାଚନ ଶକ୍ତିକୁ ଦୁର୍ବଳ କରିଥାଏ । ଆମିଷ ଖାଦ୍ୟକୁ ତାମସିକ ଭୋଜନ ବୋଲି ବିବେଚନା କରାଯାଏ ଯାହା ସହଜରେ ହଜମ ହୁଏ ନାହିଁ । ଯାହାଦ୍ବାରା ଶରୀର ଏହାକୁ ହଜମ କରିବା ପାଇଁ ଅଧିକ ପରିଶ୍ରମ କରେ । ପାଚନ ପାଇଁ ଶରୀର ଉପରେ ଅତିରିକ୍ତ ଚାପ ପଡ଼ିଲେ ଗ୍ୟାସ୍, ଅଜୀର୍ଣ୍ଣ, ଏସିଡିଟି ଏବଂ ଭାରିପଣ ଅନୁଭବ ହୋଇପାରେ । ପୂର୍ବରୁ ଦୁର୍ବଳ ହୋଇଥିବା ପ୍ରତିରକ୍ଷା ସିଷ୍ଟମ୍ ଅସୁବିଧା ବଢ଼ାଇପାରେ ।

Nonveg
Nonveg Photograph: (google)

ଗ୍ରୀଷ୍ମଋତୁରେ ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଏ କାରଣ ଦେହରୁ ଅଧିକ ଝାଳ ବାହାରିଥାଏ । ଏହା ପରେ ଆରମ୍ଭ ହେବାକୁ ଥିବା ବର୍ଷାଋତୁ ଶରୀରରୁ ଅଧିକ ପାଣି ଶୁଖାଇବାର କାମ କରିଥାଏ । ଫଳସ୍ୱରୂପ ଶରୀର ପୂର୍ବ ଅପେକ୍ଷା ଅଧିକ ପାଣି ଅଭାବର ସମ୍ମୁଖୀନ ହୋଇଥାଏ । ଏପରି ପରିସ୍ଥିତିରେ ମଦ ଶରୀରରେ ଉତ୍ତାପ ସୃଷ୍ଟି କରେ ଏବଂ ଡିହାଇଡ୍ରେସନ୍‍ର କାରଣ ହୋଇଥାଏ । ରକ୍ତଚାପରେ ମଧ୍ୟ ଉତଥାନ-ପତନ ଆଣିଥାଏ । ମଦ୍ୟପାନ କରିବାର ଆଉ ଗୋଟିଏ ବଡ଼ ସମସ୍ୟା ହେଲା ଏହା ଦୁର୍ଘଟଣା ବଢ଼ାଇବାର କାମ କରିଥାଏ ଏବଂ ବିପଦ ବୃଦ୍ଧି କରିବାର କାମ କରିଥାଏ ।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH)ର ରିପୋର୍ଟ ଅନୁସାରେ ମଦ ସଡ଼କ ଦୁର୍ଘଟଣାର ଆଶଙ୍କା ବଢ଼ାଇଥାଏ । ବ୍ରାଜିଲର ରିଓ-ଡି-ଜେନେରିଓରେ ହୋଇଥିବା ରିସର୍ଚ୍ଚରେ କୁହାଯାଇଛି ଯେ ୪୨.୫ ପ୍ରତିଶତ ଭୟଙ୍କର ସଡ଼କ ଦୁର୍ଘଟଣା ସେହି ଲୋକମାନଙ୍କ ସହିତ ହୋଇଥିଲା ଯେଉଁମାନେ ମଦ ପିଇଥିଲେ । ଏହି ମାମଲା କୌଣସି ନିର୍ଦ୍ଦିଷ୍ଟ ବୟସ ବର୍ଗ ପର୍ଯ୍ୟନ୍ତ ସୀମିତ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ରିପୋର୍ଟ ଅନୁସାରେ ମଦ ପିଇବା ପରେ ହେଉଥିବା ସଡ଼କ ଦୁର୍ଘଟଣାରେ ବୃଦ୍ଧି ଘଟିଛି । ଏହାର ସିଧାସଳଖ ପ୍ରଭାବ ସେହି ଲୋକମାନଙ୍କ ଉପରେ ମଧ୍ୟ ପଡ଼ିଛି, ଯେଉଁମାନେ ମଦ ପିଇ ନ ଥିଲେ କିନ୍ତୁ ମଦ ପିଇଥିବା ଗାଡ଼ି ଚାଳକର ଭୁଲର ଶିକାର ହୋଇଥିଲେ ।