କନକ ବ୍ୟୁରୋ : ପ୍ରତିଦିନ ଆକାଶରେ ଶହ ଶହ ଯାତ୍ରୀଙ୍କୁ ନେଇ କେତେ ଯେ ବିମାନ ଉଡ଼େ ତାହାର କିଛି ଠିକଣା ନାହିଁ । କିନ୍ତୁ ବର୍ତ୍ତମାନ ବିମାନ ଯାତ୍ରା କରୁଥିବା ପ୍ରତିଟି ଯାତ୍ରୀଙ୍କ ମଧ୍ୟରେ ଭୟ ଜାତ ହୋଇଛି । ଅହମଦାବାଦ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ସାରା ଦେଶ ଯେମିତି ବିମାନ ଯାତ୍ରା କରିବାକୁ ପଛଘୁଞ୍ଚା ଦେଉଛି । ଏଭଳି ସମୟରେ ପ୍ରଶ୍ନ ଉଠୁଛି ଯେ କେଉଁ ଏୟାରଲାଇନ୍ସ ସବୁଠାରୁ ଅଧିକ ସୁରକ୍ଷିତ ଏବଂ ଭାରତରେ କେତେ ବିମାନ ଉଡୁଛି ? ଏହି କମ୍ପାନି ଭିତରୁ କାହା ପାଖରେ ଅଧିକ ବିମାନ ରହିଛି ଏବଂ କେଉଁ କମ୍ପାନିର ବିମାନ ଉପରେ ଯାତ୍ରୀମାନେ ଅଧିକ ଭରସା କରନ୍ତି ?
/filters:format(webp)/kanak/media/media_files/2025/06/24/thumb_720-2025-06-24-14-40-02.jpg)
୨୦୨୫ ର ଆକଳନ ଅନୁସାରେ ଭାରତ ଆକାଶରେ ସବୁଠାରୁ ଅଧିକ ବିମାନର ସଂଖ୍ୟା ଇଣ୍ଡିଗୋର ରହିଛି । ୨୦୨୩ ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ଇଣ୍ଡିଗୋ କମ୍ପାନି ପାଖରେ ପାଖାପାଖି ୩୪୨ ଟି ବିମାନ ଥିଲା ଯାହା ୨୦୨୫ ରେ ୪୩୦ ପର୍ଯ୍ୟନ୍ତ ପହଞ୍ଚିଥିଲା । ଘରୋଇ ବଜାରରେ ଇଣ୍ଡିଗୋର ୬୪ % ଅଂଶ ରହିଛି । ଯାହା Airbus A320 ର ବିମାନ (A320, A321neo) ସଂଚାଳିତ କରେ । ଏୟାର ଇଣ୍ଡିଆ ହେଉଛି ଦ୍ବିତୀୟ ସବୁଠାରୁ ବଡ଼ କମ୍ପାନି ଯାହା ପାଖରେ ୨୦୨୫ ପର୍ଯ୍ୟନ୍ତ ୩୦୦ ରୁ ଅଧିକ ବିମାନ ରହିଛି । ଏୟାର୍ ଇଣ୍ଡିଆରେ Vistara ଏବଂ AirAsia India ମଧ୍ୟରେ ସଂଯୋଗ ହୋଇଯାଇଛି । ଏୟାର ଇଣ୍ଡିଆ Airbus (A319, A320, A321, A350) ଏବଂ ବୋଇଂ (777, 787) ବିମାନ ରଖିଛି । ୨୦୨୪ ରେ Vistara ର ୭୦ ଟି ବିମାନ ସହ ସଂଯୋଗ ଏବଂ ୨୦୨୩ ରେ ୪୭୦ ନୂଆ ବିମାନର ଅର୍ଡର ଏହାକୁ ଆହୁରି ବିସ୍ତାର କରିଥାଏ ।
/filters:format(webp)/kanak/media/media_files/2025/06/24/air-india-indigo-2025-06-24-14-40-39.jpg)
ତୃତୀୟ ନମ୍ବରରେ ଆସେ ସ୍ପାଇସ୍ ଜେଟ୍ , ଯାହାର ମୂଳ ସଂଖ୍ୟା ୬୦ । ଏହି କମ୍ପାନି ବୋଇଂ 737 ଏବଂ Bombardier Dash 8 ବିମାନର ସଂଚାଳନ କରିଥାଏ । ୬୩୦ ଦିନର ଉଡ଼ାଣ ଭିତରେ ଏହା ୬୪ ଗନ୍ତବ୍ୟସ୍ଥଳକୁ ଯୋଡ଼ିଛି । ଏହି ତାଲିକାରେ (Akasa Air) ର ନାଁ ଚତୁର୍ଥ ନମ୍ବରରେ ଆସେ । ଯାହାର ବିମାନର ସଂଖ୍ୟା ପାଖାପାଖି ୩୦ । ଏହି କମ୍ପାନି Boeing 737 Max 8 ଏବଂ Max 200 ବିମାନର ସଂଚାଳନ କରିଥାଏ । ତେବେ ୨୦୨୩ ମସିହାରେ ୭୨ ଟି ବିମାନର ଅର୍ଡର ଦିଆଯାଇଛି ଯେଉଁଥିରେ ୧୬ ଟି ବିମାନ ଡେଲିଭର୍ ହୋଇସାରିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନର ସଂଖ୍ୟା କହିଲେ ୩୦ ରୁ ୪୦ । ଏହି କମ୍ପାନୀ Boeing 737(8) ବିମାନର ବ୍ୟବହାର କରେ ଏବଂ ୩୩ ଟି ସ୍ଥାନକୁ ଉଡ଼େ । ଏହାଛଡ଼ା ଏହାକୁ ସଂଯୋଗ କରୁଥିବା କମ୍ପାନି ପାଖରେ ୨୦ ଟି ବିମାନ ରହିଛି । ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ଭାରତରେ କାର୍ଯ୍ୟସୂଚୀ ଏୟାରଲାଇନ୍ସ ପାଖରେ ପାଖାପାଖି ୭୭୧ ବିମାନ ଥିଲା ଯେଉଁଥିରୁ ୧୧୨ ବିମାନକୁ ସାମିଲ କରାଗଲା । ୨୦୨୫ ପର୍ଯ୍ୟନ୍ତ ବିମାନର ସଂଖ୍ୟା ୮୬୦ ପାଖାପାଖି ପହଞ୍ଚିପାରେ । ଯେଉଁଥିରେ ଇଣ୍ଡିଗୋ ଏବଂ ଏୟାର୍ ଇଣ୍ଡିଆର ପ୍ରମୁଖ ଯୋଗଦାନ ରହିଛି ।
ତେବେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ବିମାନ ଦୁର୍ଘଟଣା ଏୟାର୍ ଇଣ୍ଡିଆ କମ୍ପାନି ସହ ଘଟିଛି । ୧୯୫୦ ରୁ ୨୦୨୫ ମଧ୍ୟରେ ୭ ଟି ବଡ଼ ଦୁର୍ଘଟଣା ଏବଂ ୧୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଦେଖିସାରିଛି ଏହି କମ୍ପାନି । ଏହାଛଡ଼ା ଇଣ୍ଡିୟାନ୍ ଏୟାରଲାଇନ୍ସରେ ୧୯୮୮ ରୁ ୧୯୯୩ ମଧ୍ୟରେ ଅନେକ ଦୁର୍ଘଟଣା ଘଟିଛି ଯେଉଁଥିଲେ ଶହ ଶହ ସଂଖ୍ୟାରେ ଯାତ୍ରୀଙ୍କ ଜୀବନ ଯାଇଛି ।