ହେ ପ୍ରଭୁ...  ମୋ ଉଜୁଡା ସଂସାରକୁ ସଜାଡି ଦିଅ ! ଦୃଷ୍ଟିହୀନ ସ୍ବାମୀ ପାଇଁ ବିକଳ ସ୍ତ୍ରୀ

Advertisment

ରୋଗ ସ୍ବାମୀଙ୍କ ଆଖି ଦୁଇଟି ଛଡେଇନେଲା । ଏବେ ଘରର ମୂରବୀ ଅକ୍ଷମ। ଘରେ ଦାନା , କନା ଦେବାବାଲା ଦେବାବାଲାର ଦୁଃଖରେ ଦୁଃଖୀ ପୁରା ପରିବାର । ଚାନ୍ଦବାଲି ଶଶୀକାନ୍ତ ନାୟକଙ୍କ ହୃଦୟବିଦାରକ କାହାଣୀ।

Updated On

ରୋଗ ସ୍ବାମୀଙ୍କ ଆଖି ଦୁଇଟି ଛଡେଇନେଲା । ଏବେ ଘରର ମୂରବୀ ଅକ୍ଷମ। ଘରେ ଦାନା , କନା ଦେବାବାଲା ଦେବାବାଲାର ଦୁଃଖରେ ଦୁଃଖୀ ପୁରା ପରିବାର । ଚାନ୍ଦବାଲି ଶଶୀକାନ୍ତ ନାୟକଙ୍କ ହୃଦୟବିଦାରକ କାହାଣୀ।

ଅଦ୍ୟତନ ହୋଇଛି
Sashikant Nayak

Sashikant Nayak Photograph: (KanakNews)

କନକ ବ୍ୟୁରୋ: ସମୟ ସବୁ ସୁଖ ଛଡେଇନେଲା । ଆଖିର ଆଲୋକ ଚାଲିଗଲା। ଏବେ ମୁଁ ପଙ୍ଗୁ। ଏଇ ପିଣ୍ଢାରେ ଅଚଳ ହୋଇ ବସିବା ଛଡା ଆଉ କିଛି ବାଟ ନାହିଁ। ମାଗିଯାଚି ମୋ ସ୍ତ୍ରୀ ପିଲାମାନେ ଚଳୁଛନ୍ତି ମୋ ଦେହ ସହୁନି । ହେଲେ କରିବି କ’ଣ ? ମୁଁ ନାଚାର।

ଦୃଷ୍ଟିହୀନ ଶଶୀକାନ୍ତଙ୍କୁ ଦେଖିବା ପରେ କାହାରିବି ମନ ଭିତରଟା କାନ୍ଦିଉଠିବ । ବିଧାତା ଏଭଳି କରେ କାହିଁକି । ଅଭାବ ଅଭାବରେ ଚାଲୁଥିବା ପରିବାରଟାକୁ ତଳିତଳାନ୍ତ ନକଲେ କ’ଣ ତା’ର ମନ ଶାନ୍ତି ନାହିଁ । ଏ ମଣିଷଟା ତ କାହାରି କିଛି କରିନଥିଲା । କାହିଁକି ବିହି ଏ ଦଣ୍ଡ ଦେଲା । ଯୁବ ବୟସରେ ଆଖି ଦିଟା ଛଡେଇନେଲା । ଯୋଉ ବୟସରେ ପରିବାରର ଜଞ୍ଜାଳକୁ ନିଜେ ବୋହି ନେବାକଥା ଆଜି ସେହିମାନଙ୍କ ସାହାରା ନହେଲେ ପାଦ ଆଗକୁ ବଢୁନି । ମନ କହୁଛି ଏ ଜୀବନ ଥାଇ ଯାହା ନଥାଇ ତାହା।
 ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜ୍ଞାପିତ କନ୍ଧା ଗାଁର ଶଶୀକାନ୍ତ ନାୟକ । ତାମିଲନାଡୁର ଏକ ସୂତାମିଲରେ କାମ କରୁଥିଲେ । ସେଠାରେ ମାତ୍ର ୧୦ ହଜାର ଟଙ୍କା ପାଉଥିଲେ ବି ସ୍ତ୍ରୀ ଅନ୍ନପୂର୍ଣ୍ଣା ଭାରି ମାପିଚୁପି ପରିବାରକୁ ଚଳାଇନେଉଥିଲେ । ଅଭାବ ଭିତରେ ବି ଚଳିଯାଉଥିଲା ଘର । ହେଲେ ଭାଗ୍ୟ ଶତ୍ରୁ ହେଲା । ଶଶୀକାନ୍ତଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଥିଲା। ସେଠାରେ କିଛି ଦିନ ଡାକ୍ତରୀ ଚିକିତ୍ସା ପରେ ଘରକୁ ଚାଲିଆସିଥିଲେ । ହେଲେ ମୁଣ୍ଡବିନ୍ଧା ଅସହ୍ୟ ହେବାରୁ ଏସସିବି ଆଇ ଏକାଧିକ ଥର ପରୀକ୍ଷା କରାଇବା ପରେ ଜଣାପଡିଲା ଶଶୀକାନ୍ତଙ୍କ ମୁଣ୍ଡରେ ଟ୍ୟୁମର ହୋଇଛି। ଅପରେସନ୍ ନିହାତି ଦରକାର। 

 ଜମିବାଡି ବିକି ଟଙ୍କା ଯୋଗାଡ କଲେ, ସେତିକି ନହେବାରୁ ଗାଁ ଲୋକେ ବି କିଛି ସାହାଯ୍ୟ କଲେ। ଅପରେସନ୍ କଲାବେଳକୁ ଡାକ୍ତର ଯାହା କହିଲେ ସେଥିରେ ପତ୍ନୀ ଅନ୍ନପୂର୍ଣ୍ଣାଙ୍କ ପାଦତଳୁ ମାଟି ଖସିଯାଇଥିଲା । ଅପରେସନ୍ ବେଳକୁ ଢେର ଡେରି ହୋଇଯାଇଥିଲା । ଟ୍ୟୁମର ଫାଟିଯାଇ କ୍ୟାନ୍ସର ଆଡକୁ ଗତି କଲାଣି । ତା’ ପରେ ପରେ ୩୦ଟା କେମୋ । ସବୁ ପରେ ବି କିଛି ଲାଭ ହେଲାନି । ସବୁଦିନ ପାଇଁ ଦୃଷ୍ଟଶକ୍ତି ହରାଇଲେ ଶଶୀକାନ୍ତ। ସାରା ପୃଥିବୀଟା ତାଙ୍କ ପାଇଁ ଅନ୍ଧକାର ହୋଇଗଲା । ସେଥିରେ ବି ଦାଉସାଧୁଛି ପ୍ରଶାସନ। ଶଶୀଙ୍କ ପାଖରେ ୧୦୦ ପ୍ରତିଶତ ଦୃଷ୍ଟିହୀନ ସାର୍ଟିଫିକେଟ ଅଛି । ହେଲେ ଏଯାଏଁ ତାଙ୍କୁ ସମ୍ପୂର୍ଣ୍ଣ ଦିବ୍ୟାଙ୍କ ଭତ୍ତାର ଟଙ୍କା ମିଳିନି । ନା ପାଖରେ ଅଛି ଅନ୍ତ୍ୟୋଦୟ କାର୍ଡ ଖଣ୍ଡେ ନା ଭଲ ଘର ଟେ । ପ୍ରଶାସନ ଆଗରେ ଆଉ କେତେ ବା ଗୁହାରୀ କରିବେ?

ପୋଷିଲା ସ୍ବାମୀ ଅକ୍ଷମ ହୋଇଯିବା ପରେ ଦୁଃଖ ଯେମିତି ସୁନାମୀ ଭଳି ମାଡିଆସିଲା । ଏବେ ତ ଦି ବୋଳି ଦିମୁଠା ଖାଇବାକୁ ମିଳିବା କଷ୍ଟ । ଅନ୍ନପୂର୍ଣ୍ଣାଙ୍କ ଶରୀର ବି ଅସୁସ୍ଥ । ସେଇଥିଲେ ବି ସେ ସ୍ବାମୀଙ୍କୁ ସାହାରା ଦେଇଚାଲିଛନ୍ତି । ଏଭଳି ସ୍ଥିତିରେ ଯୋଉଦିନ ସାହିପଡିଶା କ’ଣ ଦିଟା ଦେଲେ ଚୂଲି ଲାଗେ, ନହେଲେ ପାଣି ଟିକେ ପିଇ ଚଳେଇଦିଅନ୍ତି । ଗୋଟେପଟେ ସ୍ବାମୀଙ୍କ କଷ୍ଟ ଆରପଟେ ପିଲା ଦିଟାଙ୍କ ଭେଭାକିଲା ପେଟ ଦେଖି ଗୁମୁରିଗୁମରି କାନ୍ଦନ୍ତି ଅନ୍ନପୂ୍‌ର୍ଣ୍ଣା।

ଶଶୀଙ୍କ ଏ କଷ୍ଟ ଦେଖି ଯେଉଠି ବାହାର ଲୋକଙ୍କ ମନ ସହୁନି, ସେଠି ସ୍ଥାନୀୟ ଲୋକ ପ୍ରତିନଧି ହେଉ ବା ପ୍ରଶାସନର ଆଖି ପଡୁନି କେମିତି? ହେଲେ ଦର୍ଶକବନ୍ଧୁ ଆପଣଙ୍କ କିଛି କିଛି ସହାୟତା ଶଶୀଙ୍କ କଷ୍ଟକୁ ଲାଘବ କରିବ ନିଶ୍ଚୟ
 ଶଶୀକାନ୍ତଙ୍କୁ ସାହାଯ୍ୟ କରିବାକେ ଚାହୁଁଥିଲେ ଠିକଣା

ଶଶିକାନ୍ତ ନାୟକ : 

SBI Bank Ac.No-35642810427

Chandbali Branch

IFC Code -= SBIN0002039

Mob.No. – 8480816722

 


 
ଚାନ୍ଦବାଲିରୁ ଅରୁଣ ସାହୁଙ୍କ ରିପୋର୍ଟ- କନକ ନ୍ୟୁଜ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe