କନକ ବ୍ୟୁରୋ: ଆଧାରକାର୍ଡ…ବଡ଼ ଜରୁରୀ ଦସ୍ତାବିଜ୍ । ପ୍ରତି କାମରେ ଏହା ଦରକାର । ସେ ସରକାରୀ ହେଉ କି ବେସରକାରୀ ହେଉ । ଆଧାର ବିନା କୌଣସି କାମ ହେବା ମୁସ୍କିଲ । ଆଧାର ଅପଡେଟ୍ କରିନଥିଲେ ଅନେକ ଗୁରୁତ୍ବପୂର୍ଣ୍ଣ କାମ ହେବ ନାହିଁ । ବାରମ୍ବାର ଅପଡେଟ୍ କରିବାକୁ ତାରିଖ ବି ଆସିଛି । ହେଲେ ଏବେ ଶେଷ ତାରିଖ ଆସିଯାଇଛି । ଯଦି ଏହି ସମୟରେ ଆପଣ ଆଧାର ଅପଡେଟ୍ କରିନାହାନ୍ତି ତେବେ ହଇରାଣ ହୋଇପାରନ୍ତି । ତେଣୁ ଡେରି ନକରି ତୁରନ୍ତ ଆଧାର ଅପଡେଟ୍ କରାଇ ନିଅନ୍ତୁ ।
ଆଧାର ଅପଡେଟ୍ କରିନାହାନ୍ତି କି ?
ହାତରେ ଆଉ ମାତ୍ର ୯ ଦିନର ସମୟ
ତୁରନ୍ତ କରାଇ ନିଅନ୍ତୁ, ନହେଲେ ହଇରାଣ ହେବେ
ୟୁଆଇଡିଏଆଇର ବଡ଼ ସୂଚନା
ଏବେ ଫ୍ରିରେ କରନ୍ତୁ, ନହେଲେ…
ଆଧାରକାର୍ଡକୁ ନେଇ ୟୁଆଇଡିଏଆଇ ବଡ଼ ସୂଚନା ଦେଇଛି । କହିଛି କି ଏବେ ସୁଦ୍ଧା ଯେଉଁମାନେ ଆଧାରକାର୍ଡ ଅପଡେଟ୍ କରିନାହାନ୍ତି ସେମାନେ ଏବେ ହିଁ କରାଇନିଅନ୍ତୁ । ଯଦି ଏହି ସମୟରେ ଅପଡେଟ୍ ନକରନ୍ତି ତେବେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
୬ ମାସ ପର୍ଯ୍ୟନ୍ତ ବଢିଥିଲା ଡେଡ୍ଲାଇନ୍
ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା ୟୁଆଇଡିଏଆଇ ୧୦ ବର୍ଷ ପୂର୍ବେ ଆଧାରକାର୍ଡ ତିଆରି କରିଥିଲା । ପରେ ପରେ ସାଧାରଣ ଲୋକ ଅନେକ ଅଭିଯୋଗ କରିବା ପରେ ଫ୍ରି'ରେ ପୁଣି ଥରେ କେମିତି ଆଧାରକାର୍ଡ ଅପଡେଟ୍ ହେବ ସେନେଇ ବି ବ୍ୟବସ୍ଥା ବି କରିଥିଲା । ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଆଧାର ଅପଡେଟ୍ର ଡେଡ୍ଲାଇନ୍ ବଢାଯାଇଥିଲା । ପୂର୍ବରୁ ଡିସେମ୍ବର ୨୦୨୪ ସୁଦ୍ଧା ଆଧାର ଅପଡେଟ୍ କରିବାକୁ ଡେଡ୍ଲାଇନ୍ ଥିଲା । ଏହାପରେ ବି ପୁଣି ଥରେ ଜୁନ୍ ୨୦୨୫ ପର୍ଯ୍ୟନ୍ତ ଅପଡେଟ୍ ପାଇଁ ଡେଡ୍ଲାଇନ୍ ବଢାଗଲା । ତେଣୁ ପୁଣି ଥରେ ଡେଡ୍ଲାଇନ୍ ବଢିବା ଆଶା ରଖିବା ମୁର୍ଖାମି ବୋଲି କୁହାଯାଉଛି । ସେଇଥି ଲାଗି ତ ତୁରନ୍ତ ଆଧାରକାର୍ଡ ଅପଡେଟ୍ କରିବା ପାଇଁ କୁହାଯାଉଛି । ଏମିତିକି ମାଇ ଆଧାର ପୋର୍ଟାଲ ଆପଣ ସାହାଯ୍ୟ ବି ନେଇପାରିବେ ।
ଡେଡ୍ଲାଇନ୍ ପରେ ଲାଗିବ ଚାର୍ଜ
ଯେଉଁମାନେ ଡେଡ୍ଲାଇନ୍ ମଧ୍ୟରେ ଆଧାରକାର୍ଡ ଅପଡେଟ୍ କରିନାହାନ୍ତି ସେମାନେ ଏବେ ବିନା ଅର୍ଥରେ ଅପଡେଟ୍ କରିପାରିବେ ନାହିଁ । କୁହାଯାଉଛି କି, ଆଧାର ଅପଡେଟ୍ କରାଇବାକୁ ହେଲେ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ନିକଟସ୍ଥ ଆଧାରକେନ୍ଦ୍ରରେ ଯାଇ ଆପଣ ଆଧାରକାର୍ଡ ଅପଡେଟ୍ କରିପାରିବେ ।
କାହିଁକି ଜରୁରୀ ଆଧାରକାର୍ଡ
ଆଧାର କାର୍ଡ କାହିଁକି ଜରୁରୀ ବୋଲି ଅନେକ ପ୍ରଶ୍ନ କରନ୍ତି । ଖାଲି ଏତିକି ନୁହେଁ ବରଂ ଲୋକେ ପ୍ରଶ୍ନ କରନ୍ତି ଆମ ପାଖରେ ଭୋଟର ଆଇକାର୍ଡ ଓ ପାନ୍ କାର୍ଡ ରହିଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଯେହେତୁ ଆଧାରକାର୍ଡରେ ବାୟୋମେଟ୍ରିକ୍ ରହିଛି ତେଣୁ ଏହା ଅତି ଗୁରୁତ୍ବପୂର୍ଣ୍ଣ ।
ଫ୍ରି'ରେ କେମିତି ଅପଡେଟ୍ କରିବେ ଆଧାର ?
-ଅନଲାଇନ୍ରେ ୟୁଆଇଡିଏଆଇ ୱେବସାଇଟ୍କୁ ଯାଆନ୍ତୁ
-ପରେ ପରେ ମାଇ ଆଧାରକାର୍ଡକୁ ଯାଇ ଅପଡେଟ୍ ଆଧାରକାର୍ଡରେ କ୍ଲିକ୍ କରନ୍ତୁ
- ଏବେ ଅପଡେଟ୍ ଆଧାର ବିବରଣୀ ପେଜ୍କୁ ଯାଆନ୍ତୁ ଏବଂ ଦସ୍ତାବିଜ୍ ଅପଡେଟ୍ରେ କ୍ଲିକ୍ କରନ୍ତୁ
- ଏବେ ଆଧାରକାର୍ଡ ନମ୍ବର ଦିଅନ୍ତୁ ଓ ଓଟିପିରେ କ୍ଲିକ୍ କରନ୍ତୁ
-ରେଜିଷ୍ଟ୍ରେସନ୍ ମୋବାଇଲ୍ ନମ୍ବରକୁ ଆସିଥିବା ଓଟିପି ଦିଅନ୍ତୁ
-ଏହାପରେ ଅପଡେଟ୍ର ତଥ୍ୟ ଦିଅନ୍ତୁ
- ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦିଅନ୍ତୁ
ଏମିତି କରିବା ପରେ ଆପଣଙ୍କ ମୋବାଇଲ୍କୁ ଏକ କୋଡ୍ ଆସିବ । ପରେ ପରେ ନୂଆ ଅପଡେଟ୍ ଆଧାରକାର୍ଡ ଆପଣ ପାଇପାରିବେ । ମୋଟ୍ ଉପରେ ଆଧାର ଅପଡେଟ୍ ନକରିଥିଲେ ତୁରନ୍ତ କରାଇନିଅନ୍ତୁ ନହେଲେ ଅଯଥାରେ ଖର୍ଚ୍ଚାନ୍ତ ହେବେ ।