କନକ ବ୍ୟୁରୋ: ଆଜିର ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଭିନ୍ନ ଚିନ୍ତାଧାରା ସହିତ ନୂଆ ନୂଆ ଷ୍ଟାର୍ଟଅପ୍ ଆରମ୍ଭ କରୁଛନ୍ତି ବ୍ୟବସାୟୀ । ଆଉ ଏହାରି ଭିତରେ ଚର୍ଚ୍ଚାକୁ ଆସିଛନ୍ତି ଉଜ୍ଜୟିନୀର ଦୁଇ ଭାଇ ବୀରେନ୍ଦ୍ର କୁଶୱାହ ଏବଂ ପୁଷ୍ପେନ୍ଦ୍ର କୁଶୱାହ । ପ୍ଲେନରେ ହୋଟେଲ୍ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଏହି ଦୁଇ ଭାଇ ।

Advertisment

କିଛି ଦିନ ପୂର୍ବରୁ ଦୁଇଭାଇ ମିଶି ପାଖାପାଖି ୪୦ ଲକ୍ଷ ଟଙ୍କାରେ ଏକ ବଡ଼ ବିଏସଏଫର କାର୍ଗୋ ବିମାନ କିଣିଛନ୍ତି । ଏହି ବିମାନଟି ୧୫ ଫୁଟ ଉଚ୍ଚର ଥିବା ବେଳେ ଲମ୍ବ ୭୦ ଫୁଟ ଓ ଚଉଡା ୧୦୦ ଫୁଟ । ଏହାର ଓଜନ ପ୍ରାୟ ୨୦ ଟନ୍ ରହିଛି । ବିଏସଏଫର କାର୍ଗୋ ବିମାନକୁ କିଣିଥିବା ପୁଷ୍ପେନ୍ଦ୍ର କୁଶୱାହ କହିଛନ୍ତି,‘ ଏଯାବତ କେବଳ ନାଗପୁର ଏବଂ ଇନ୍ଦୋରରେ ବିମାନ ରେସ୍ତୋରାଁ ଥିବା ଦେଖିବାକୁ ମିଳିଛି । ଖୁବ ଶୀଘ୍ର ଆମେ ବିଏସଏଫର ଅବସରପ୍ରାପ୍ତ ବିମାନକୁ ଉଜ୍ଜୟିନୀକୁ ଆଣିବୁ ।

ବିଏସଏଫର ଏହି କାର୍ଗୋ ବିମାନରେ ୫୫ଜଣ ବସିବାର ସୁବିଧା ରହିଛି । ଏହାକୁ ବିଏସଏଫ ଯବାନ ମାନେ ଦୀର୍ଘ ୧୮ବର୍ଷ ଧରି ବ୍ୟବହାର କରିବା ପରେ ଏହା  ୨୦୦୯ରେ ଅବସର ଗ୍ରହଣ କରିଥିଲା । ଏହି ବିମାନଟିକୁ ସୀମାରେ ଯବାନ ଏବଂ ଅଧିକାରୀମାନଙ୍କୁ ନେବା ଆଣିବା କରିବା ପାଇଁ ବ୍ୟବହାର କରାଯାଉଥିଲା । କିଛିଦିନ ହେବ ଏହି ବିମାନଟି ଦିଲ୍ଲୀ ବିମାନବନ୍ଦରରେ ନିଲାମ ହୋଇଛି । ଯାହାକୁ  ଏହି ଦୁଇ ଭାଇ କିଣିଛନ୍ତି ।