ସାଉଥ୍ ଇଣ୍ଡିଆନ୍ ନୁହେଁ ଇଡଲି ସାମ୍ବର: ଇଡଲି ସହ ଅଛି ଇଣ୍ଡୋନେସିଆ ଲିଙ୍କ୍, ସାମ୍ବର ସହ ରହିଛି ସମ୍ରାଟଙ୍କ ସମ୍ପର୍କ

Advertisment

ଏଇ ନିକଟରେ ଆପଣ ଗୁଗୁଲ ଡୁଡୁଲରେ ଏମିତି ଏକ ଛବି ଦେଖିଥିବେ ଯାହାକୁ ଇଡଲିରେ ସଜା ହୋଇଥିଲା, ଦେଖିବାକୁ ବଢ଼ିଆ ଲାଗୁଥିଲା । ଇଡଲି ସାଙ୍ଗକୁ ସାମ୍ବର ।

ଏଇ ନିକଟରେ ଆପଣ ଗୁଗୁଲ ଡୁଡୁଲରେ ଏମିତି ଏକ ଛବି ଦେଖିଥିବେ ଯାହାକୁ ଇଡଲିରେ ସଜା ହୋଇଥିଲା, ଦେଖିବାକୁ ବଢ଼ିଆ ଲାଗୁଥିଲା । ଇଡଲି ସାଙ୍ଗକୁ ସାମ୍ବର ।

Idli-Sambar-PKG-T

କନକ ବ୍ୟୁରୋ : ଏଇ ନିକଟରେ ଆପଣ ଗୁଗୁଲ ଡୁଡୁଲରେ ଏମିତି ଏକ ଛବି ଦେଖିଥିବେ ଯାହାକୁ ଇଡଲିରେ ସଜା ହୋଇଥିଲା, ଦେଖିବାକୁ ବଢ଼ିଆ ଲାଗୁଥିଲା । ଇଡଲି ସାଙ୍ଗକୁ ସାମ୍ବର । ଏ ଦକ୍ଷିଣ ଭାରତୀୟ ଡିସ୍ କଥା କହିଲେ ପାଟିରେ ଲାଳ ଆସିଯାଏ । କିନ୍ତୁ ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ପ୍ରକୃତରେ ଇଡଲି ସାମ୍ବର ସାଉଥ୍ ଇଣ୍ଡିଆନ୍ ଡିସ୍ ନୁହେଁ । ତାହେଲେ କେଉଁଠାର? ଏହା ପଛରେ ରହିଛି ମଜାଦାର୍ ଇତିହାସ ।

ଇଡଲି ସାମ୍ବରର ସମ୍ପର୍କ ଗୋଟିଏ କଏନର ଦୁଇ ପାର୍ଶ୍ବ ଭଳି ।  ଇଡଲି ନା ଧରିଲେ ଆପେ ଆପେ ସାମ୍ବର ନାଁ ଆସିଯାଏ । ଏହା ଏକ ସାଉଥ୍ ଇଣ୍ଡିଆନ୍ ଡିସ୍ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ପ୍ରକୃତରେ ଏହା ସାଉଥ୍ ଇଣ୍ଡିଆନ୍ ନୁହେଁ ବରଂ ଏହା ବିଦେଶରୁ ଆସିଛି ।

କେଉଁଠୁ ଆସିଲା ଇଡଲି?
ପ୍ରକୃତରେ ଇଡଲି ଇଣ୍ଡୋନେସିଆର ଖାଦ୍ୟ । ଇତିହାସ କହେ, ସପ୍ତମରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ଏହାର ଖାଇବା ପ୍ରଚଳନ ଆରମ୍ଭ ହୋଇଥିଲା । ଇଣ୍ଡୋନେସିଆରେ ଏହାକୁ କେଡଲି ବା କେଦାରୀ ବୋଲି କୁହନ୍ତି । ଇତିହାସକାରଙ୍କ କହିବା ଅନୁସାରେ, ଇଣ୍ଡୋନେସିଆରେ ହିନ୍ଦୁ ରାଜାଙ୍କ ଶାସନ କାଳରେ ସେମାନେ ମଝିରେ ମଝିରେ ଭାରତ ଭ୍ରମଣ ପାଇଁ ଆସୁଥିଲେ । ଭାରତ ଆସିବାବେଳେ ନିଜ ସହ ରୋଷେୟାଙ୍କୁ ଆଣୁଥିଲେ । ସେମାନେ ଇଡଲି ତିଆରି କରିବା ଓ ଖାଇବା ଦେଖି ଭାରତରେ ଏହାର ପ୍ରଚଳନ ଆରମ୍ଭ ହେଲା । ଅନ୍ୟ ପକ୍ଷଙ୍କ କହିବା କଥା, ଇଡଲିର ସମ୍ପର୍କ ଆରବ ବ୍ୟବସାୟୀଙ୍କ ସହ ଅଛି । ଯିଏ ଭାରତରେ ଆସି ଚାଉଳ ବଟାରେ ପିଠା ବନାଇବା. ଶିଖାଇଥିଲେ, ଯାହା ଭାରତରେ ପରବର୍ତ୍ତୀ ସମୟରେ ଇଡଲି ଭାବେ ନାମିତ ହେଲା । ଭାରତରେ ଏହି ବ୍ୟଞ୍ଜନ ଦଶମ ଶତାବ୍ଦୀର କନ୍ନଡ଼ ଗ୍ରନ୍ଥରେ ଉଲ୍ଲେଖ ରହିଛି ।

କେଉଁଠୁ ଆସିଲା ସାମ୍ବର?
ଏଏବେ ଆସିବା ଇଡଲିର ସାଙ୍ଗ ସାସମ୍ବର ଆଡ଼କୁ । କୁହାଯାଏ ଡାଲିରେ ପରିବା ଓ ମସଲା ପକାଇ  ରାନ୍ଧିବା ବ୍ୟଞ୍ଜନରୁ ସାମ୍ବରର ଉତ୍ପତ୍ତି । ୧୭ଶ ଶତାବ୍ଦୀରେ ଏହାର ପ୍ରଚଳନ  ତାଞ୍ଜାବୁରରେ ହୋଇଥିଲା , ଯାହା ସେ ସମୟରେ ମରାଠାଙ୍କ ଅଧିନରେ ଥିଲା । ଇତିହାସ ଅନୁସାରେ, ମରାଠା ସମ୍ରାଟ ଶିବାଜୀଙ୍କ ବଡ଼ ପୁଅ ସାମ୍ବାଜୀ ଯେବେ ତାଞ୍ଜାବୁର ଆସିଲେ ତାଙ୍କୁ ଏକ ନୂଆ ବ୍ୟଞ୍ଜନ ପରଷାଗଲା। କଥା ହେଉଛି ପ୍ରକୃତରେ ତାଙ୍କ ପାଇଁ ରୋଷେୟା ଯାହା ରାନ୍ଧିବାକୁ ଚାହୁଥିଲେ ସେଥିପାଇଁ ମୁଗଡାଲି ସହ କୋକମ୍ ନାମକ ସାମଗ୍ରୀ ଦରକାର ଥିଲା କିନ୍ତୁ ତାହା ଉପଲବ୍ଧ ନଥିବାରୁ ହରଡ଼ ଡାଲି ସହ ପରିବା ମିଶାଇ ସେଥିରେ ତେନ୍ତୁଳି, ହେଙ୍ଗୁ ପକାଇ ରାନ୍ଧିଦେଲେ  । ଏହାକୁ ସାମ୍ବାଜୀ ଖାଇ ଖୁବ୍ ପ୍ରଶଂସା କରିଥିଲେ ଏବଂ ଏହା ତାଙ୍କର ନାଁରେ ସାମ୍ବର ନାମରେ ପରିଚୟ ପାଇଲା । କ୍ରମେ  ଏହାକୁ ଦକ୍ଷିଣ ଭାରତକୁ ଆସିଲା। 

ଦ୍ବାଦଶ ଶତାବ୍ଦୀର ଗ୍ରନ୍ଥ ’ବିକ୍ରମାଙ୍କ ଅଭିଦୟ’ରେ ସାମ୍ବରର ବର୍ଣ୍ଣନା ରହିଛି, ଯାହାକୁ ଚାଲୁକ୍ୟ ରାଜା ସମୋଶ୍ବର ତୃତୀୟ ଲେଖିଥିଲେ । ଏଥିରେ ସାମ୍ବରକୁ ମସଲାର ମିଶ୍ରଣ ଭାବେ ବର୍ଣ୍ଣନା କରାଯାଇଛି। ଯେଥିରେ ହେଙ୍ଗୁ, ହଳଦୀ, ଗୋଲମରିଚ, ଧନିଆ ପେସା ବ୍ୟବହାର କରାଯାଏ । ଏହାକୁ ପରିବାରେ ମିଶାଯାଏ । ତେବେ ସେ ଯାହା ହେଉ ପ୍ରକୃତ ତଥ୍ୟ ଜାଣିବା ଗୋଟେପଟେ କିନ୍ତୁ ସାମ୍ବରରେ ଇଡଲି ବୁଡ଼ାଇ ଖାଇବାର ମଜା ଆଉ ଗୋଟେପଟେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe