ରୋବଟ୍ ପରିବା କାଟୁଛି; ରୋଷେଇ କରୁଛି, ବାସନ ଧୋଉଛି ନିଜକୁ ଚାର୍ଜ କରି ନିଜେ କାମ କରୁଛି ...

 ‘ଫିଗର ୦୩’ ଗଛରେ ପାଣି ଦେବାଠାରୁ ଆରମ୍ଭ କରି ଘର ସଫା କରିବା, ଖାଦ୍ୟ ପରଷିବା, ବାସନ ଧୋଇବା ଏବଂ ପୋଷାକପତ୍ର ସଫା କରି ତାକୁ ଭାଙ୍ଗିଭୁଙ୍ଗି ସାଇତି ରଖିବା ଭଳି ବିଭିନ୍ନ କାର୍ଯ୍ୟ କରିପାରୁଛି ।

Household robots

Household robots Photograph: (Household robots)

କନକ ବ୍ୟୁରୋ: ରୋବଟ୍ ରେଷ୍ଟୁରାଣ୍ଟରେ କାମ କରୁଥିବାର ଦେଖିଥିବେ, ଖାଦ୍ୟ ବାଢ଼ି ଦେଉଥିବାର ବି ଦେଖିଥିବେ । ହେଲେ ବିଶ୍ବରେ ଏମିତି ଏକ ରୋବଟ୍ ଅଛି ଯିଏ ଘରର ସବୁ କାମ କରୁଛି ଏବଂ ଥରକରେ ନିଜକୁ ନିଜେ ଚାର୍ଜ କରି ୫ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରୁଛି । 

ହ୍ୟୁମାନୋଇଡ୍ ରୋବୋଟ୍ ଉପରେ କାମ କରୁଥିବା କାଲିଫର୍ନିଆର ‘ଫିଗର ଏଆଇ’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି ‘ଫିଗର ୦୩’ ରୋବଟ୍ କୁ ଲଞ୍ଚ କରିଛନ୍ତି । ଘରର ଯାବତୀୟ କାମ କରିବା ପାଇଁ ଏହି ନୂତନ ଯନ୍ତ୍ର ମାନବଟିକୁ ବିକଶିତ କରାଯାଇଛି ବୋଲି କମ୍ପାନି କହିଛି ।  ‘ଫିଗର ୦୩’ ଗଛରେ ପାଣି ଦେବାଠାରୁ ଆରମ୍ଭ କରି ଘର ସଫା କରିବା, ଖାଦ୍ୟ ପରଷିବା, ବାସନ ଧୋଇବା ଏବଂ ପୋଷାକପତ୍ର ସଫା କରି ତାକୁ ଭାଙ୍ଗିଭୁଙ୍ଗି ସାଇତି ରଖିବା ଭଳି ବିଭିନ୍ନ କାର୍ଯ୍ୟ କରିପାରୁଛି ।

ନୂତନ ତଥା ଉନ୍ନତ ହାର୍ଡୱେର୍ ଯୋଗୁଁ ‘ଫିଗର ୦୩’ ରୋବଟ୍ ଘର ପରି ଏକ ‘ଜଟିଳ ଓ ବିଶୃଙ୍ଖଳିତ ସ୍ଥାନ’ରେ ନିଜକୁ ବୁଦ୍ଧିମାନ ଭାବରେ ସ୍ଥାନିତ କରି ବିଭିନ୍ନ କାର୍ଯ୍ୟ ଭଲ ଭାବେ କରିପାରୁଛି । ଏଥିରେ ଲାଗିଥିବା ନରମ ଆଙ୍ଗୁଠି ଗୁଡ଼ିକ ବିଭିନ୍ନ ଆକୃତି ଓ ଆକାରର ବସ୍ତୁକୁ ଧରିବାରେ ସାହାଯ୍ୟ କରେ । ଏହାର ଆଙ୍ଗୁଠି ଟିପରେ ଲାଗିଥିବା ସେନ୍‌ସର ପେପରକ୍ଲିପ୍ ପରି, ମାତ୍ର ତିନି ଗ୍ରାମ ହେଲେ ବି ଓଜନ ଦାର୍ ଜିନିଷ ମଧ୍ୟ ଅନୁଭବ କରିପାରିବ ।

ସବୁଠାରୁ ବଡ଼ କଥା ହେଲା ଏହା ମଣିଷଠାରୁ ନିରନ୍ତର କାମ ଶିଖିପାରିବ ଏବଂ ସମୟ ଅନୁସାରେ ନିଜକୁ ଉନ୍ନତ କରିପାରିବ । ୬୧ କେଜି ଓଜନ ଓ ୫ ଫୁଟ ୮ ଇଞ୍ଚ ଉଚ୍ଚର ଏହି ରୋବଟ୍‌ ଏକ ୱାୟାରଲେସ୍ ଷ୍ଟାଣ୍ଡରେ ଛିଡ଼ା ହୋଇ ନିଜକୁ ଚାର୍ଜ କରିପାରିବ ଏବଂ ଥରେ ଚାର୍ଜ ହେଲେ ତାହା ୫ ଘଣ୍ଟା ଯାଏ କାମ କରିପାରିବ । କମ୍ପାନି ଏପର୍ଯ୍ୟନ୍ତ ଏହାର ବଜାର ମୂଲ୍ୟ ଧାର୍ଯ୍ୟ କରି ନାହିଁ । ତେବେ ଆସନ୍ତା ବର୍ଷ ତାହାର ବିକ୍ରି ଆରମ୍ଭ ହେବ ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe