ଭୋଟରଙ୍କ ନଖରେ କାହିଁକି ଲଗାନ୍ତି ନୀଳ କାଳି? ଆଶ୍ଚର୍ଯ୍ୟ କରିଦେବ ଲିଟର ପିଛା ଦାମ୍

ବିହାର ବିଧାନସଭା ନିର୍ବାଚନ ଓ ନୂଆପଡ଼ା ଉପନିର୍ବାଚନ ଭିତରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ନୀଳ ସ୍ୟାହି । ତେବେ ଏହି ସମୟରେ ଆପଣ ଗୋଟିଏ କଥା ଲକ୍ଷ୍ୟ କରିଥିବେ ଯେ, ଭୋଟ୍ ଦେବା ବେଳେ ଭୋଟରଙ୍କ ହାତରେ ଏକ ସ୍ୱତନ୍ତ୍ର କାଳି ବ୍ୟବହାର କରାଯାଇଥାଏ ।

26-VOTE-INK-RAJA-PKG-t

The Fascinating Story Behind Blue Ink Photograph: (KanakNews)

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ଓ ନୂଆପଡ଼ା ଉପନିର୍ବାଚନ ଭିତରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ନୀଳ ସ୍ୟାହି । ତେବେ ଏହି ସମୟରେ ଆପଣ ଗୋଟିଏ କଥା ଲକ୍ଷ୍ୟ କରିଥିବେ ଯେ, ଭୋଟ୍ ଦେବା ବେଳେ ଭୋଟରଙ୍କ ହାତରେ ଏକ ସ୍ୱତନ୍ତ୍ର କାଳି ବ୍ୟବହାର କରାଯାଇଥାଏ । ଯାହା ହଠାତ୍ ହାତରୁ ଲିଭିନଥାଏ । ହେଲେ ଏହି ସ୍ୟାହି କାହିଁକି ବ୍ୟବହାର କରାଯାଏ? ଏହାର ଦାମ କେତେ? ଏ ନୀଳ ସ୍ୟାହି ପଛରେ ରହିଛି କିଛି ରୋଚକ କାହାଣୀ ଆସନ୍ତୁ ଜାଣିବା । 

ଏହି ନୀଳ ସ୍ୟାହି କେବଳ ଭାରତ ନୁହେଁ ବିଶ୍ୱର ୩୫ଟି ଦେଶରେ ଭୋଟରଙ୍କ ପାଇଁ ବ୍ୟବହାର କରାଯାଉଛି । ଏହି ସ୍ୟାହିର କାହାଣୀ ଭାରତରେ ୧୯୫୧-୫୨ ସାଧାରଣ ନିର୍ବାଚନରୁ ଆରମ୍ଭ ହୋଇଥିଲା । ଭୋଟର ବାରମ୍ବାର ଭୋଟ ଦେବା ଅଭିଯୋଗ ନିର୍ବାଚନ କମିସନଙ୍କ ନିକଟକୁ ପହଞ୍ଚିବାରୁ କମିସନ ଏପରି ଏକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଲେ ଯେଉଁଥିରେ ଭୋଟ ଦେଇ ସାରିଥିବା ଭୋଟରଙ୍କୁ ଚିହ୍ନଟ କରିହେବ ଓ ସେ ବାରମ୍ବାର ଏଠି ସେଠି ଭୋଟ ଦେଇ ପାରିବେନି । ଏଥିଲାଗି ନ୍ୟାସନାଲ ଫିଜିକାଲ ଲ୍ୟାବ୍ରୋଟୋରି ଅଫ ଇଣ୍ଡିଆଙ୍କ ସହାୟତା ନିଆଯାଇଥିଲା । ଏନପିଏଲ ପାଣି ଓ ସାବୁନରେ ଲିଭୁ ନଥିବା ସ୍ୟାହି ତିଆରି କରିଥିଲେ ।

ଏଣିକି ଏୟାର ହଷ୍ଟେସ୍ ସହ ଏୟାର ଆଣ୍ଟି, ବିମାନରେ ନିଯୁକ୍ତ ହେବେ ବିବାହିତା ମହିଳା

୧୯୫୨ ମସିହାରେ ଏହି ସ୍ୟାହିକୁ ଏନପିଏଲ ଓ କାଉନସିଲ ଅଫ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ବୈଜ୍ଞାନିକ ଏହାକୁ  ତିଆରି କରିଥିଲେ । ଏହି ସ୍ୟାହି ତିଆରିର କଣ୍ଟ୍ରାକ୍ଟ ମୈସୁରର ପେଣ୍ଟସ୍ ଆଣ୍ଡ ବାର୍ଣ୍ଣିସ୍ ଲିମିଟେଡକୁ ମିଳିଥିଲା । କର୍ଣ୍ଣାଟକର ଏହି କମ୍ପାନି  ଆଜି ମଧ୍ୟ ଗୋପନୀୟତାର ସହ ଏହି ସ୍ୟାହିକୁ ତିଆରି କରୁଛି । ୧୯୭୧ ମସିହା ପୂର୍ବରୁ ଏହି ସ୍ୟାହିକୁ ଭୋଟରଙ୍କ ଅଙ୍ଗୁଳିରେ ଲଗା ଯାଉଥିଲା । ହେଲେ ଅନେକ ଭୋଟର ଏହାକୁ ଲଗାଇବାକୁ ରାଜି ହେଉ ନଥିଲେ । ଏହା ଛଡା ଏହି ସ୍ୟାହିକୁ ଲୋକେ ରଗଡି ଲିଭେଇ ଦେବାର ମଧ୍ୟ ଆଶଙ୍କା ଥିଲା । ଏଣୁ ନିର୍ବାଚନ ଆୟୋଗ ୧୯୭୧ରେ ଏହି ସ୍ୟାହି ଅଙ୍ଗୁଳି ବଦଳେ ନଖରେ ଲଗାଇବାକୁ ନିୟମ କରିଥିଲେ । ସେବେଠାରୁ ସ୍ୟାହି ଅଙ୍ଗୁଳି ନଖରେ ଲଗାଯାଉଛି । ଏହା ଦ୍ୱାରା ନଖ ବଢିବା ସହିତ ଚିହ୍ନ ମଧ୍ୟ ବଢି ବଢି କଟିଯିବ ।

ନିର୍ବାଚନ ବେଳେ ବ୍ୟବହାର ହେଉଥିବା ଏହି ସ୍ୟାହିର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଗୋଟିଏ ଲିଟର ଏହି ନୀଳ ସ୍ୟାହିର ଦାମ ପାଖାପାଖି ୧୨ ହଜାର ୭ ଶହ ଟଙ୍କା ହେବ । ଅର୍ଥାତ ୧୦ ଏମଏଲ୍ ସ୍ୟାହି ଥିବା ଗୋଟିଏ ଛୋଟ ବୋତଲ କିଣିବାକୁ ନିର୍ବାଚନ ଆୟୋଗ ୧୨୭ ଟଙ୍କା ଖର୍ଚ୍ଚ କରିଥାନ୍ତି । ଖାଲି ସେତିକି ନୁହେଁ, ୨୦୨୪ ନିର୍ବାଚନ ସମୟରେ ଏହି ନୀଳ ସ୍ୟାହି କିଣିବାକୁ ପାଖାପାଖି ୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe