କନକ ବ୍ୟୁରୋ: ରାଜଧାନୀରେ ବୁଲାକୁକୁର ଆତଙ୍କ ସୃଷ୍ଟି କଲେଣି । ରାତିରେ ଏକୁଟିଆ ଦେଖିଲେ ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି । ସେ କ୍ୟାପିଟାଲ୍ ହସ୍ପିଟାଲ୍ ହେଉ କି ବିଏମ୍‌ସି ହସ୍ପିଟାଲ ଅବା ଅନ୍ୟ କୌଣସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସବୁଠି ପ୍ରତିଦିନ କୁକୁରକାମୁଡ଼ା ରୋଗୀଙ୍କ ଭିଡ଼ ଲାଗୁଛି । ଦିନକୁ ଦିନ କୁକୁରକାମୁଡ଼ା ରୋଗୀ ସଂଖ୍ୟା ବି ବଢ଼ିଚାଲିଛି । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ମୁତାବକ, ରାଜଧାନୀ ଭୁବନେଶ୍ଵରରେ ଗତ ୪ ମାସ ଭିତରେ ୧୦୦୫ଜଣଙ୍କୁ କୁକୁର କାମୁଡ଼ି ଘାଇଲା କଲେଣି । ଏଥିରେ ସର୍ବାଧିକ ୧୫ ବର୍ଷ ବୟସ ଭିତରେ ରହିଛନ୍ତି । ହିସାବ କଲେ ମାସକୁ ହାରାହାରି ୨୫୦ଜଣ କୁକୁର କାମୁଡ଼ାରେ ଡାକ୍ତରଖାନାକୁ ଆସୁଛନ୍ତି । 

Advertisment

ଯଦି ବର୍ଷ ଆରମ୍ଭ କଥା ଦେଖିବା, ଜାନୁଆରିରେ ୭୭ଜଣଙ୍କୁ କୁକୁର କାମୁଡ଼ିଥିଲା । କିନ୍ତୁ ପରେ ଏହି ସଂଖ୍ୟା ହଜାରେ ଡେଇଁଯିବା ଉଦ୍‌ବେଗର କାରଣ ପାଲଟିଛି । ଏଥିରେ କାହାରି ମୃତ୍ୟୁ ହୋଇନି ସତ, କିନ୍ତୁ ସାମାନ୍ୟ ଅସାବଧାନତା ହେଲେ, ଜଳାତଙ୍କ ରୋଗ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି । ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ନକଲେ, ଅତିବେଶିରେ କୁକୁର କାମୁଡ଼ିବାର ୧୫ ବର୍ଷ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ । ସାରା ରାଜ୍ୟରେ ୨୦୨୪-୨୫ରେ ୧୦୪୫ଜଣଙ୍କ କୁକୁରକାମୁଡ଼ାଜନିତ ଜଳାତଙ୍କ ରୋଗରେ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି । ଓଡ଼ିଶାରେ ପ୍ରତି ମାସରେ ୨୦ରୁ ୩୦ହଜାର କୁକୁରକାମୁଡ଼ା ମାମଲା ଡାକ୍ତରଖାନାକୁ ଆସୁଛି । ଯେହେତୁ କୁକୁରକାମୁଡ଼ା ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି ଓ ସେହି ଅନୁସାରେ ମୃତ୍ୟୁସଂଖ୍ୟା ବି ବଢ଼ିଚାଲିଛି, ଏଣୁ ପ୍ରତି ଜିଲ୍ଲାରେ ରାବିଜ୍ ମଡେଲ୍ ଚିକିତ୍ସା କେନ୍ଦ୍ର ଖୋଲିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି । ବର୍ତ୍ତମାନ ରାଜ୍ୟରେ ଏକମାତ୍ର କଟକ ଏସ୍‌ସିବି ମେଡିକାଲ୍‌ରେ ଏହି କେନ୍ଦ୍ର ରହିଛି ।

କାମୁଡ଼ା ସଂଖ୍ୟା ବଢ଼ି ବଢ଼ି ଚାଲିଛି ସତ, କିନ୍ତୁ ବନ୍ଧ୍ୟାକରଣରେ ସେତେଟା ତତ୍ପରତା ଦେଖାଦେଇନି । ଆଜି ସୁପ୍ରିମକୋର୍ଟଙ୍କ ରାୟ କେବଳ ରାଜଧାନୀବାସୀଙ୍କୁ ନୁହେଁ, ସାରା ଓଡ଼ିଶାବାସୀଙ୍କୁ କିଛିଟା ଆଶ୍ୱସ୍ତ କରିଛି । ବୁଲାକୁକୁରଙ୍କୁ ବନ୍ଧ୍ୟାକରଣ, ଆଣ୍ଟି ରାବିଜ୍ ଇଞ୍ଜେକ୍ସନ୍ ଆଦି ଉପରେ ସୁପ୍ରିମକୋର୍ଟ ଗୁରୁତ୍ବ ଦେଇଛନ୍ତି । ସର୍ବସାଧାରଣ ଜାଗାରେ ଖାଇବାକୁ ଦେବାରେ କଟକଣା ଲଗାଇଛନ୍ତି । କାମୁଡ଼ା କୁକୁରଙ୍କୁ ସେଲ୍ଟର୍‌ରେ ରଖିବାକୁ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା କୁକୁରଙ୍କ ଦୌରାତ୍ମ୍ୟ କମାଇବ ବୋଲି ବୁଦ୍ଧିଜୀବୀ ମହଲ ଆଶାପୋଷଣ କରିଛନ୍ତି ।

ପ୍ରାଣୀସଂପଦ ବିଭାଗ ୨୦୧୯ ମସିହାରେ ବୁଲାକୁକୁରଙ୍କ ଗଣନା କରିଥିଲା । ଗଣନା ଅନୁସାରେ ସାରା ରାଜ୍ୟରେ ପ୍ରାୟ ୧୮ଲକ୍ଷ ବୁଲାକୁକୁର ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସାରା ବିଶ୍ବର ୩୬ ପ୍ରତିଶତ ଥିଲେ । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୧ଲକ୍ଷରୁ ଅଧିକ ବୁଲାକୁକୁର ଥିଲେ। ବୁଲାକୁକୁର ଭାରତରେ ରହିଛନ୍ତି । କୁକୁର କାମୁଡ଼ାର ୨୪ ଘଣ୍ଟା ଭିତରେ ପରେ ଗଂଜାମ, ବାଲେଶ୍ବର ଓ କଟକ ଜିଲ୍ଲାରେ କୁକୁର ସଂଖ୍ୟା ଅଧିକ ଥିଲା । ଟିକା ନେବା ଉଚିତ । ନ ହେଲେ ଏହାର ଭୂତାଣୁ ଶରୀରକୁ ବ୍ୟାପିଯିବ । ଯଦି ବୁଲାକୁକୁରରେ ଖୋର୍ଦ୍ଧା ଜିଲ୍ଲା ପଞ୍ଚମ ସ୍ଥାନରେ ଥିଲା । ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପିଯାଏ ମୃତ୍ୟୁ ସୁନିଶ୍ଚିତ । ଯଦି କେହି ତତ୍କାଳ ପାଣିରେ କାମୁଡ଼ା ସ୍ଥାନକୁ ୩୪,୦୧୪ଟି ବୁଲାକୁକୁର ଥିଲେ । କିନ୍ତୁ ଓଡ଼ିଶା ବୁଲାକୁକୁର ସଂଖ୍ୟାରେ ଧୋଇବା ସହ ସାବୁନରେ ଧୁଏ, ୯୦ ପ୍ରତିଶତ ସଂକ୍ରମଣ କମିଯାଏ ।

ଏ ଭିତରେ ବୁଲାକୁକୁରଙ୍କ ସଂଖ୍ୟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁରକାମୁଡ଼ା ଇଞ୍ଜେକ୍ସନ୍(ଆରଆଇଜି ଓ ଏଆରଭି) ଦୁଇଗୁଣା ହୋଇଗଲାଣି । ଭୁବନେଶ୍ଵର କଥା ଦେଖିଲେ, ଜନସଂଖ୍ୟାର ଉପଲବ୍ଧ ଅଛି । ଆଗକୁ ସବୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁରକାମୁଡ଼ା ଇଞ୍ଜେକ୍ସନ୍ ପ୍ରାୟ ୪ ପ୍ରତିଶତ ହିସାବରେ ଏଠାରେ ପ୍ରାୟ ୭୦ହଜାର ବୁଲାକୁକୁର ଥିବା ରଖିବାକୁ ଯୋଜନା କରାଯାଉଛି । ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଖୁବ୍‌ଶୀଘ୍ର ଭୁବନେଶ୍ଵର ମହାନଗର ନିଗମ ଆକଳନ କରିଛି । ସେହି ଅନୁସାରେ କୁକୁର ଏକ ବୈଠକ ଡକାଯାଉଛି ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି ।