କନକ ବ୍ୟୁରୋ: ଘରେ ଘରେ ଏବେ ଲିଭର ସମସ୍ୟା ଦେଖାଯାଉଛି । ଅନେକ ଲିଭର ରୋଗରେ ପଡ଼ି ଜୀବନ ମଧ୍ୟ ହରାଉଛନ୍ତି । ଧୀରେ ଧୀରେ ଏହି ରୋଗର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ହେଲେ ଏହି ରୋଗକୁ ନେଇ ଡାକ୍ତର ଯେଉଁ ସୂଚନା ଦେଇଛନ୍ତି ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାରଣ ଆମେ ଖାଉଥିବା ନିତିଦିନ ଖାଦ୍ୟ ହିଁ ଲିଭର ଖରାପ ହେବାର ମୁଖ୍ୟ କାରଣ ବୋଲି ଡାକ୍ତର କହିବା ପରେ ଏବେ ଚିନ୍ତାରେ ଅନେକ । ଡାକ୍ତର କହିଛନ୍ତି, ଦୈନଦିନ ଜୀବନରେ ଆମେ ଖାଉଥିବା ଖାଦ୍ୟ ଅନେକ ପରିମାଣରେ ଲାଭ ଦେଉଛି…ଆଉ କିଛି ଖାଦ୍ୟ ଶରୀର ଉପରେ ସାଙ୍ଘାତିକ ପ୍ରଭାବ ପକାଉଛି ।
ନିଇତି ଏହି ସବୁ ଖାଉଥିଲେ ସାବଧାନ
ଲିଭର ଖରାପ ହେବାର ଏହାହିଁ କାରଣ
ଡାକ୍ତର କଲେ ବଡ଼ ଖୁଲାସା
ଏହି ୩ ଖାଦ୍ୟ ଖାଉଥିଲେ ସାବଧାନ
ସତର୍କ କରାଇଦେଲେ ଡାକ୍ତର
ହାବାର୍ଡ ହେଲ୍ଥ କେୟାରର ଜଣେ ଡାକ୍ତର କହିଛନ୍ତି, ଆମେ ନିଜ ଖାଦ୍ୟ ଉପରେ ଯଦି ନିୟନ୍ତ୍ରଣ ନକରିବା ତେବେ ଲିଭର କେତେବେଳେ ବି ଖରାପ ହୋଇପାରେ । ତେଣୁ ଆମେ ଖାଉଥିବା ଖାଦ୍ୟ ଉପରେ ବିଶେଷ ଭାବରେ ଧାନ ଦେବାର ଆବଶ୍ୟକତା ରହିଛି । ଖାସ୍ କରି ବଜାରରେ ମିଳୁଥିବା ଜୁସ୍ ସାଙ୍ଘାତିକ ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ଏହି ବନ୍ଦ ଡବାରେ ମିଳୁଥିବା ଜୁସ୍ରେ ପୋଷକ ରହୁନାହିଁ । ତେଣୁ ଏହା ଶରୀର ପାଇଁ ଅଧିକ କ୍ଷତିକାରକ ହୋଇପାରେ । ଏହି ଜୁସ୍ ପିଇବା ପରେ ଶରୀରର ସର୍କରାମାତ୍ରା ଅଧିକ ରହେ । ତେଣୁ ଲିଭର ଅଧିକ ମାତ୍ରାରେ କାମ କରେ । ଯାହାଦ୍ବାରା ଲିଭର କେତେବେଳେ ବି ଖରାପ ହୋଇପାରେ ।
ସାଧାରଣ ଭାବରେ ଆମେ ନିତିଦିନ ଆମେ ତେଲ ବ୍ୟବହାର କରିଥାଆନ୍ତି । ହେଲେ କିଛି ତେଲରେ ଏମିତି କିଛି କାରକ ଅଛି ଯାହାକୁ ଖାଇବା ମାତ୍ରେ ଲିଭର ଉପରେ ସାଙ୍ଘାତିକ ପ୍ରଭାବ ପଡ଼େ । ଖାଲି ଲିଭର ଉପରେ ପ୍ରଭାବ ପଡ଼େ ତାହା ନୁହେଁ ବରଂ ଫ୍ୟାଟି ଲିଭର ବି ହୋଇପାରେ ।
କୋଲ୍ଡ ଡ୍ରିଙ୍କ୍ସ ପିଉଛନ୍ତି କି ?
ସାଧାରଣ ଭାବରେ ଆମେ ଅନେକ ସମୟରେ କୋଲ୍ଡ ଡ୍ରିଙ୍କ୍ସ ଓ ସଫ୍ଟ ଡ୍ରିଙ୍କ୍ସ ପିଇଥାଆନ୍ତି । ଅବଶ୍ୟ ପାଟିକୁ ଭଲ ଲାଗେ । କିନ୍ତୁ ଶରୀର ପାଇଁ ଏହା କ୍ଷତିକାରକ । ସୂଚନା ଅନୁସାରେ, ଏହାକୁ ପିଇବା ଦ୍ବାରା ଫ୍ୟାଟି ଲିଭରର ଆଶଙ୍କା ସର୍ବାଧିକ ରହେ । ତେଣୁ ଏହି ସବୁ ଖାଦ୍ୟ ଖାଉଥିଲେ କିମ୍ବା ପାନୀୟ ପିଉଥିଲେ ବେଳ ଥାଉଥାଉ ସାବଧାନ ହେବେ । ନହେଲେ ସାଙ୍ଘାତିକ ସମସ୍ୟାରେ ଆପଣ ପଡ଼ିପାରନ୍ତି । ହେଲେ ଡାକ୍ତର ଏହା ବି ସ୍ପଷ୍ଟ କରିଛନ୍ତି କି, ଏହିପରି ଖାଦ୍ୟ ଯେଉଁମାନେ ଖାଉଛନ୍ତି ସେମାନଙ୍କୁ ଏହି ରୋଗ ହେବ ବୋଲି ମଧ୍ୟ କୌଣସି ସ୍ପଷ୍ଟତା ନାହିଁ । ତେଣୁ ନିଜର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ସେ ଅନୁରୋଧ କରିଛନ୍ତି ।
ମୋଟ୍ ଉପରେ, ବର୍ତ୍ତମାନ ସମୟରେ ଘରେ ଘରେ ଲିଭର ସମସ୍ୟା ଦେଖାଯାଉଛି । ଯାହାକୁ ନେଇ ଚିନ୍ତା ବଢିଛି । ତେଣୁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।