କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ଏମିତି ଅନେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ୍ ହୁଏ ଯାହା ଚର୍ଚ୍ଚାର ବିଷୟ ପାଲଟିଥାଏ । ସେ ହୋଟେଲ୍ ଖାଦ୍ୟରେ ପୋକ ବାହାରିବାକୁ ନେଇ ହେଉ କିମ୍ବା ଆଇସକ୍ରିମରେ ଝିଟିପିଟିକୁ ବାହାରିବାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ତେବେ ଏହାରି ଭିତରେ ବର୍ତ୍ତମାନ ପୁଣି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଲଡୁ ଭିତରେ ମୃତ ଅସରପା ବାହାରୁଥିବାର ନଜର ଆସୁଛି । ଭିଡିଓରେ କୁହାଯାଇଛି ଯେ ଆନ୍ଧ୍ରପ୍ରଦେଶର ଦେବସ୍ଥାନମ୍ ମନ୍ଦିରରେ ଲଡୁ ପ୍ରସାଦରେ ଏହି ଅସରପା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ସାରା ରାଜ୍ୟରେ ତୁମ୍ବି ତୋଫାନ ଦେଖିବାକୁ ମିଳୁଛି । ଭକ୍ତଙ୍କ ଆସ୍ଥା, ବିଶ୍ବାସ ସହ ଜଡ଼ିତ ମନ୍ଦିରର ପ୍ରସାଦରେ ମୃତ ଅସରପା ବାହାରିବାକୁ ନେଇ ଭକ୍ତ ଅସନ୍ତୋଷ ଜାହିର କରୁଛନ୍ତି ।
శ్రీశైలం లడ్డు ప్రసాదంలో బొద్దింక కలకలం
— Telugu Scribe (@TeluguScribe) June 29, 2025
ప్రసాదాల కౌంటర్ వద్ద భక్తుల ఆందోళన
ఇదేంటని ప్రశ్నించిన భక్తుడి నుంచి లడ్డు లాక్కున్న అధికారులు
ప్రసాదంలో బొద్దింక వ్యవహారంపై స్పందించిన ఆలయ ఈవో శ్రీనివాసరావు
ఈ ఘటన నిజంగా జరిగిందా లేదా ఎవరైనా కావాలనే దుష్ప్రచారం చేస్తున్నారనే దానిపై… pic.twitter.com/w5Ku6bwwbw
ଏହି ଭିଡିଓକୁ ପ୍ରଥମେ ସୋସିଆଲ୍ ମିଡିଆରେ ଶରସଚନ୍ଦ୍ର ନାମକ ଜଣେ ବ୍ୟକ୍ତି ପୋଷ୍ଟ୍ କରିଥିଲେ । ଭିଡିଓରେ ଲଡୁ ଭିତରେ ମୃତ ଅସରପା ଦେଖିବାକୁ ମିଳିଥିଲା । ଏହି ଲଡୁ ଶ୍ରୀଶୈଲମ୍ ଦେବସ୍ଥାନମ୍ ମନ୍ଦିରରେ ଜଣେ ଶ୍ରଦ୍ଧାଳୁଙ୍କ ପ୍ରସାଦରୁ ମିଳିଥିବା କଥା କୁହାଯାଉଛି । ଶରସଚନ୍ଦ୍ର ଏହି ପୋଷ୍ଟ୍ ଜରିଆରେ ମନ୍ଦିରର କାର୍ଯ୍ୟକର୍ତ୍ତାଙ୍କୁ ଅଭିଯୋଗ କରିଥିଲେ । ତେବେ ଏହାକୁ ଖଣ୍ଡନ କରିଛନ୍ତି ମନ୍ଦିରର କାର୍ଯ୍ୟକାରୀ ଅଧିକାରୀ ଶ୍ରୀନିବାସ ରାଓ । ସେ କହିଛନ୍ତି ‘ପ୍ରସାଦ ପ୍ରସ୍ତୁତ କରିବା ସମୟରେ ସ୍ବଚ୍ଛତାର ବିଶେଷ ଧ୍ୟାନ ଦିଆଯିବା ସହ ଲଡୁ ସେଣ୍ଟରର କର୍ମଚାରୀ ପ୍ରସାଦ ପ୍ୟାକିଙ୍ଗର ବ୍ୟବସ୍ଥା କରିଥା’ନ୍ତି । ଏଭଳି ପରିସ୍ଥିତିରେ ପ୍ରସାଦରୁ ପୋକ କିମ୍ବା ଅନ୍ୟ କୌଣସି କୀଟ ବାହାରିବାର ପ୍ରଶ୍ନ ହିଁ ଉଠୁନି ।’ ତେବେ ଏହି ଘଟଣାକୁ ନେଇ ଏବେ ଭକ୍ତଙ୍କ ମନରେ ବଡ଼ ପ୍ରଶ୍ନ ଉଠୁଛି ।