କନକ ବ୍ୟୁରୋ: ପୂରା ବିଶ୍ବରେ ଯୁଦ୍ଧସ୍ଥିତି । କେତେବେଳେ ବି ଆରମ୍ଭ ହୋଇପାରେ ତୃତୀୟ ବିଶ୍ବଯୁଦ୍ଧ । କିଛି ଏମିତି ଚର୍ଚ୍ଚା ଏବେ ଆରମ୍ଭ ହୋଇଛି । କାରଣ ଯେଉଁପରି ଭାବରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଛି ତାହାକୁ ଦେଖିଲେ ଲାଗୁଛି ଆଗାମୀ ଦିନରେ କିଛି ବି ହୋଇପାରେ । 

Advertisment

ତୃତୀୟ ବିଶ୍ବଯୁଦ୍ଧ ଆଡ଼କୁ ମୁହାଁଉଛି ବିଶ୍ବ
କେତେବେଳେ ବି ଆରମ୍ଭ ହୋଇପାରେ ଯୁଦ୍ଧ
ମୁହାଁମୁହିଁ ଇସ୍ରାଏଲ ଓ ଇରାନ୍‌
ଇସ୍ରାଏଲ ଆକ୍ରମଣର ପ୍ରତି ଜବାବ ଦେଉଛି ଇରାନ

ବର୍ଷବର୍ଷ ହେଲାଣି ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଯୁଦ୍ଧ । ଇସ୍ରାଏଲ ଇରାନ ଉପରେ ଜୋରଦାର ଆକ୍ରମଣ କରୁଛି । ପ୍ରତିଶୋଧ ନେଇ ଇରାନ ମଧ୍ୟ ଆକ୍ରମଣ ଜାରି ରଖିଛି । କେହି ପଛକୁ ହଟିବାକୁ ରାଜି ହେଉନାହାନ୍ତି । ଏସବୁ ଭିତରେ ଆମେରିକା ସହ ଅନେକ ଦେଶ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଛନ୍ତି ସତ ହେଲେ ଯୁଦ୍ଧ ଥମିବାରେ ନା ନେଉନି । ତେଣୁ ଏମିତି ପରିସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ତୃତୀୟ ବିଶ୍ବଯୁଦ୍ଧ ହେବ ବୋଲି କୁହାଯାଉଛି । 

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଇରାନ ଓ ଇସ୍ରାଏଲ୍‌ ମୁହାଁମୁହିଁ ହୋଇଛନ୍ତି । ଇସ୍ରାଏଲ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଅନେକ ବରିଷ୍ଠ ଇରାନୀ ସାମରିକ ଅଧିକାରୀ ଏବଂ ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ, ଇରାନ ଶୁକ୍ରବାର-ଶନିବାର ରାତିରେ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ।  ଏହି ଆକ୍ରମଣ ଫଳରେ ଇସ୍ରାଏଲର ସହରଗୁଡ଼ିକ ସାଙ୍ଘାତିକ ଭାବରେ କ୍ଷତିଗ୍ରସ୍ତ ହୋଇଛି । 

ଇରାନ୍‌ ପ୍ରସ୍ତୁତ କରୁଛି ପରମାଣୁ ଅସ୍ତ୍ରଶସ୍ତ୍ର
ଇସ୍ରାଏଲ୍‌ ସମର୍ଥନରେ ଆମେରିକା

ମଧ୍ୟପ୍ରାଚ୍ୟରେ ଯୁଦ୍ଧସ୍ଥିତି ଉପୁଯିବା ପରେ ଇରାନ ନିଜର ପରମାଣୁ ଶକ୍ତିକୁ ବଢାଇବାରେ ଲାଗିଛି । ଖାଲି ଏତିକି ନୁହେଁ ବରଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି । ଇସ୍ରାଏଲ ଏମିତି ସମୟରେ ଇରାନ ଉପରେ ଆକ୍ରମଣ କରିଥିଲା ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଇରାନର ପରମାଣୁ ମହତ୍ତ୍ୱାକାଂକ୍ଷାକୁ ରୋକିବା ପାଇଁ ତେହେରାନ ସହିତ ଆଲୋଚନା କରୁଥିଲେ । ସେପଟେ, ଯଦି ଏଥର ଇରାନ କ୍ଷେପଣାସ୍ତ୍ର ମାଡ଼ କରେ, ତେବେ ତେହେରାନ ପାଉଁଶ ହୋଇଯିବ ବୋଲି ଇସ୍ରାଏଲ ଖୋଲାଖୋଲି ଇରାନକୁ ଧମକ ଦେଇଛି ।

ସେପଟେ ଆମେରିକା କହିଛି, ଗତ କିଛିବର୍ଷ ଅପେକ୍ଷା ବିଶ୍ୱଯୁଦ୍ଧର ବିପଦ ଅଧିକ ବୃଦ୍ଧି ପାଇଛି । କୂଟନୀତିଜ୍ଞ ସତର୍କ କରାଇ କହିଛନ୍ତି, ଆମେ ନିରନ୍ତର ଏହି ପରିସ୍ଥିତି ଉପରେ ନଜର ରଖୁଛୁ ଏବଂ ଏହା ଆମ ପାଇଁ ଚିନ୍ତାର ବିଷୟ । ଆମେ ଅନୁମାନ କରୁଛୁ ଯେ ଏହି ସଙ୍କଟ ପୂର୍ବ ଯେକୌଣସି ସମସ୍ୟା ଅପେକ୍ଷା ଅଧିକ ଗମ୍ଭୀର । ଖାଲି ଏତିକି ନୁହେଁ ବରଂ ଯଦି ଇସ୍ରାଏଲ ଇରାନ ବିରୋଧରେ ଏକପାଖିଆ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଏହା ସମଗ୍ର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିପାରେ । ତେବେ ଆଗାମୀ ଦିନରେ ସମୟ କହିବ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ କମୁଛି କି ବଢୁଛି ।