Wool Fabric Allergy Photograph: (Kanak News)
କନକ ବ୍ୟୁରୋ : ଶୀତଋତୁରେ ଗରମ ଏବଂ ଉଲ୍ କପଡ଼ାର ଚାହିଦା ବଢ଼ିଯାଏ । ଉଲର ଫାବ୍ରିକ୍ ଶରୀରକୁ ଏତେ ଗରମ ଅନୁଭବ କରାଏ ଯେ ଏହାକୁ ପିନ୍ଧି ଶୀତର ପ୍ରକୋପ ସେତେଟା ଜଣାପଡ଼େ ନାହିଁ । କିନ୍ତୁ କିଛି ଲୋକଙ୍କ ଶରୀର ବହୁତ ସେନସେଟିଭ୍ ଥାଏ ଯାହାଦ୍ବାରା ଉଲ୍ କପଡ଼ା ପିନ୍ଧିବା ଦ୍ବାରା ସେମାନଙ୍କ ଶରୀରରେ ଏଲର୍ଜି ସୃଷ୍ଟି ହୁଏ । ଶରୀର ସାରା ନାଲି ଛୋଟ ଛୋଟ ଫୋଟକା ପରି ଦାଗ ସୃଷ୍ଟି ହୋଇଥାଏ । ତେବେ ଶୀତଦିନ ଏଭଳି ସମସ୍ୟାରୁ କେମିତି ଶରୀରକୁ ସୁରକ୍ଷିତ ରଖିବେ ଆସନ୍ତୁ ଜାଣିବା ।
ଶୀତ ଏବଂ ଥଣ୍ଡା ଯୋଗୁଁ ପ୍ରାୟତଃ ଅନେକ ଲୋକଙ୍କୁ ଥଣ୍ଡାକାଶର ସମସ୍ୟା ଦେଖାଯାଏ । ଥଣ୍ଡାରୁ ମୁକ୍ତି ପାଇବା ପାଇଁ ଉଲ୍ କପଡ଼ା, ଜ୍ୟାକେଟ୍ ପିନ୍ଧିଥାଉ ଏବଂ ମୋଟା କମ୍ବଳ ଘୋଡ଼ାଇ ଶୋଇଥାଉ । ଯାହା କିଛି ଲୋକଙ୍କ ଶରୀରରେ ଆଲର୍ଜି ସୃଷ୍ଟି କରିଥାଏ । ଉଲ୍ କପଡ଼ାର ସବୁଠାରୁ ଖାସ୍ ଗୁଣ ହେଉଛି ଏହାକୁ ପିନ୍ଧିବା ଦ୍ବାରା ବାହାରର ଥଣ୍ଡା ପବନ ଶରୀର ଭିତରକୁ ବିଲକୁଲ୍ ପ୍ରବେଶ କରେ ନାହିଁ । କିନ୍ତୁ ଏହି କପଡ଼ା ପିନ୍ଧିବା ପୂର୍ବରୁ କିଛି ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ନଚେତ୍ ଆଲର୍ଜିର ସମସ୍ୟା ଦେଖାଦେଇପାରେ ।
ଅଧିକ ପଢ଼ନ୍ତୁ : ପୁଣି ଖସିଲା ପାରଦ ବଢ଼ିଲା ଶୀତ : ସନ୍ଧ୍ୟା ହେଲେ ତ ଜାଡ଼ ମାଡ଼ରେ ଅସ୍ତବ୍ୟସ୍ତ ହୋଇଯାଉଛି ଜନଜୀବନ
ଯଦି ଆପଣ ଉଲ୍ କପଡ଼ା ପିନ୍ଧୁଛନ୍ତି ତା’ହେଲେ ଭିତରେ ଫୁଲ୍ କଭର୍ କଟନ୍ ଇନର୍ ପିନ୍ଧନ୍ତୁ । ଏହାଦ୍ୱାରା ଉଲ୍ ଚର୍ମର ସଂସ୍ପର୍ଶରେ ଆସିବ ନାହିଁ ଏବଂ ଆଲର୍ଜି ହେବାର ସମସ୍ୟା ମଧ୍ୟ ରହିବ ନାହିଁ । ଉଲ୍ କପଡ଼ା ପିନ୍ଧିବା ଦ୍ବାରା ଯଦି ବାରମ୍ବାର ଆଲର୍ଜିର ସମ୍ମୁଖିନ ହେଉଛନ୍ତି ତା’ହେଲେ ଆପଣଙ୍କ ଆଲର୍ଜିର ସମ୍ମୁଖିନ ହେଉଛନ୍ତି ତା’ହେଲେ ଆପଣଙ୍କ ଚର୍ମ ଶୁଷ୍କ ହୋଇଥିବ । ତେଣୁ ଏଥିପାଇଁ ଶରୀରରେ ମଏସ୍ଚରାଇଜର୍ , ବଡିଲୋସନ୍ କିମ୍ବା ନଡ଼ିଆତେଲ ମଧ୍ୟ ଲଗାଇ ପାରିବେ । ଯଦି ଚର୍ମରେ ଅତ୍ୟଧିକ ଆଲର୍ଜି ସମସ୍ୟା ଦେଖାଯାଉଛି ତେବେ ଶରୀରରେ ଅଲିଭ୍ ଅଏଲ୍ ଲଗାଇ ମାଲିସ୍ କରନ୍ତୁ । ଏହାକୁ ଶରୀରରେ ଲଗାଇବା ଦ୍ବାରା ଆଲର୍ଜି ସମସ୍ୟା ଦେଖାଯାଏ । ଏହାଛଡ଼ା ଆପଣ ଭିଟାମିନ୍- E ଯୁକ୍ତ ନାଇଟ୍ କ୍ରିମ୍ ଶରୀର ଏବଂ ମୁହଁରେ ଲଗାଇ ମଏସ୍ଚରାଇଜ୍ ରଖିପାରିବେ ।
ଆପଣଙ୍କ ଏଠାରେ କହିରଖୁଛୁ କି ଉଲ୍ କପଡ଼ାରେ ମଧ୍ୟ ଅନେକ ପ୍ରକାରର ଫାବ୍ରିକ୍ ଥାଏ । ଏଭଳି ସ୍ଥିତିରେ ନିଜ ସ୍କିନକୁ ସୁହାଇଲା ଭଳି ହିଁ କପଡ଼ା କିଣନ୍ତୁ ଏବଂ ପିନ୍ଧନ୍ତୁ । ହାତକୁ ରୁକ୍ଷ ଲାଗୁଥିବା ଏବଂ କମ୍ କ୍ବାଲିଟିର ଉଲ୍ ବ୍ୟବହାର ହୋଇଥିବା ପୋଷାକ କିମ୍ବା କମ୍ବଳର ବ୍ୟବହାର ଆଦୌ କରନ୍ତୁ ନାହିଁ । ଚର୍ମର ଲୋମ ଏବଂ ଉଲର ଲୋମ ଉଭୟ ପରସ୍ପର ସଂସ୍ପର୍ଶରେ ଆସି କୁଣ୍ଡାଇହେବା ଭଳି ସ୍ଥିତି ଉପୁଯାନ୍ତି ଯାହାଦ୍ବାରା ଚର୍ମରେ ରାସେଜ୍ ପଡ଼ିଯାଏ ଏବଂ ଫାବ୍ରିକ୍ ଆଲର୍ଜିର ଶିକାର ହେବାକୁ ପଡ଼େ ।
Follow Us