କନକ ବ୍ୟୁରୋ: ଭୟଙ୍କର ବିମାନ ଦୁର୍ଘଟଣା, ବିମାନରେ ଯାନ୍ତ୍ରିକ ତ୍ରୁଟି ଅଭିଯାଗ ପରେ ଏବେ ବିମାନର ସୁରକ୍ଷା ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି । ଆକାଶରେ ଉଡ଼ାଣ ଭରିବା ପୂର୍ବରୁ ପ୍ଲେନ୍ ଇଞ୍ଜିନ୍ ସୁରକ୍ଷାର ଯାଞ୍ଚ କୁକୁଡ଼ା ଦ୍ବାରା କରାଯାଏ ବୋଲି ଚର୍ଚ୍ଚା ହେଉଛି । ଏକଥା କେତେ ସତ କେତେ ମିଛ ଏବଂ ଯଦି ସତ ଏଭଳି କାହିଁକି କରାଯାଏ ଆସନ୍ତୁ ଜାଣିବା...

Advertisment

ସୁରକ୍ଷା ଦୃଷ୍ଟିରୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ଇଞ୍ଜିନ ଭିତରକୁ କୁକୁଡ଼ା ଫିଙ୍ଗାଯାଏ । ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ । ବିମାନର ଇଞ୍ଜିନ୍ କେତେ ସୁରକ୍ଷିତ କେତେ ମଜଭୁତ ଏସବୁର ଯାଞ୍ଚ କରିବା ପାଇଁ ବାର୍ଡ-ଷ୍ଟ୍ରାଇକ୍ ଟେଷ୍ଟ୍ କରନ୍ତି ବିମାନ କର୍ତ୍ତୁପକ୍ଷ । ଏପରିକି ଏହା ବିମାନ ଗୁଡ଼ିକର ସୁରକ୍ଷା ଯାଞ୍ଚ ପ୍ରକିୟାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବିଶେଷ ।

ଏହି ବାର୍ଡ-ଷ୍ଟ୍ରାଇକ୍ ଟେଷ୍ଟ୍ ଏକ ସ୍ବତନ୍ତ୍ର ଡିଭାଇସ୍ ଦ୍ବାରା କରାଯାଏ । ଯାହାକୁ ‘ଚିକେନ୍ ଗନ୍’ ବୋଲି କୁହନ୍ତି । ୨୦୦ରୁ ୩୦୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ଇଞ୍ଜିନ୍ ଭିତରକୁ ଫିଙ୍ଗାଯାଏ ମଲା କୁକୁଡ଼ା । ଆଉ ଇଞ୍ଜିନ ଏହି ପକ୍ଷୀ ମାଡ଼କୁ କଭିଳି ସହିପାରୁଛି ନା ନାହିଁ ତାହାର ପରୀକ୍ଷା କରାଯାଏ । ଟେଷ୍ଟ ପରେ ମଧ୍ୟ ବିମାନର ଇଞ୍ଜିନକୁ ଦ୍ବିତୀୟଥର ଯାଞ୍ଚ କରାଯାଇଥାଏ । ଏହି ଟେଷ୍ଟରେ ଯଦି ବିମାନଟି ପାସ୍ ହୁଏ ତାହାହେଲେ ଉଡ଼ାଣ ପାଇଁ ତାକୁ ସବୁଜ ସଙ୍କେତ ଦିଆଯାଏ । 

ସବୁଠାରୁ ବଡ଼କଥା ହେଲା, ବାର୍ଡ-ଷ୍ଟ୍ରାଇକ୍ ଟେଷ୍ଟ୍ ବିମାନଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କରାଯାଏ । କାରଣ ଉଡ଼ାଣ ବେଳେ ବିମାନରେ ପକ୍ଷୀ ମାଡ଼ ହେଲେ ଇଞ୍ଜିନ୍ ଫେଲ୍ ହେବାର ଆଶଙ୍କା ଥାଏ ଏପରିକି ଏମରଜେନ୍ସି ଲ୍ୟାଣ୍ଡିଂ ମଧ୍ୟ କରିବାକୁ ପଡ଼ିପାରେ । ତେଣୁ ପକ୍ଷୀ ମାଡ଼ ପରେ ବିମାନଟି ସୁରକ୍ଷିତ ରହିପାରୁଛି ନା ନାହିଁ ଏହି ଟେଷ୍ଟ ଦ୍ବାରା ତାହା ସୁନିଶ୍ଚିତ କରିଥାନ୍ତି ଏୟାରକ୍ରାଫ୍ଟ ଇଞ୍ଜିନିୟର ।

ଏଠାରେ ଆମେ ଆପଣଙ୍କୁ ସ୍ପଷ୍ଟ ଭାବେ କହିରଖୁଛୁ ଯେ ବାର୍ଡ-ଷ୍ଟ୍ରାଇକ୍ ଟେଷ୍ଟ୍ ବେଳେ କୌଣସି ଜୀବନ୍ତ କୁକୁଡ଼ାକୁ ବିମାନର ଇଞ୍ଜିନ ଭିତରକୁ ଫିଙ୍ଗାଯାଏନି । ପୂର୍ବରୁ ମୃତ କୁକୁଡ଼ାକୁ ଆଣି ରଖାଯାଇଥାଏ ଏବଂ ପରେ ଉଡ଼ାଣ ଭରିବା ପୂର୍ବରୁ ବିମାନର ଇଞ୍ଜିନକୁ ବାର୍ଡ-ଷ୍ଟ୍ରାଇକ୍ ଟେଷ୍ଟ୍ କରିବା ପାଇଁ ମଲା କୁକୁଡ଼ା ଫିଙ୍ଗାଯାଇ ପରୀକ୍ଷା କରାଯାଏ ।