ଗ୍ୟାସ୍ ସିଲିଣ୍ଡର ବୋହି ପୁଅକୁ କ୍ରିକେଟର କରିଥିଲେ, ଶେଷରେ କ୍ୟାନ୍ସରରେ ହାରିଗଲେ ରିଙ୍କୁ ସିଂଙ୍କ ବାପା...

Advertisment

ପିତାଙ୍କ ସ୍ୱପ୍ନ ଥିଲା ପୁଅ ଦେଶ ପାଇଁ ଖେଳୁ ଏବଂ ବିଜୟୀ ହେଉ, ସେହି ସ୍ୱପ୍ନକୁ ପାଥେୟ କରି ରିଙ୍କୁ ପଡ଼ିଆରେ ଲଢ଼ୁଥିଲେ, କିନ୍ତୁ ଆଜି ସେହି ସ୍ୱପ୍ନର ସାରଥି ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ପିତାଙ୍କ ସ୍ୱପ୍ନ ଥିଲା ପୁଅ ଦେଶ ପାଇଁ ଖେଳୁ ଏବଂ ବିଜୟୀ ହେଉ, ସେହି ସ୍ୱପ୍ନକୁ ପାଥେୟ କରି ରିଙ୍କୁ ପଡ଼ିଆରେ ଲଢ଼ୁଥିଲେ, କିନ୍ତୁ ଆଜି ସେହି ସ୍ୱପ୍ନର ସାରଥି ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

3 RINKU SINGH FATHER STRUGGLE RAJA

RINKU SINGH Photograph: (KANAK NEWS)

କନକ ବ୍ୟୁରୋ: ସେ ପଡ଼ିଆରେ ଛକା ମାରିଲେ କୋଟି କୋଟି ଭାରତୀୟଙ୍କ ମୁହଁରେ ହସ ଫୁଟେ, କିନ୍ତୁ ଆଜି ସେହି 'ଫିନିସର'ଙ୍କ ଆଖିରେ ଲୁହ ଭରି ଯାଇଛି । ଭାରତୀୟ କ୍ରିକେଟର ଉଦୀୟମାନ ତାରକା ରିଙ୍କୁ ସିଂଙ୍କ ବାପା ଖାନଚନ୍ଦ୍ର ସିଂହ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ମାରାତ୍ମକ କର୍କଟ ରୋଗ ସହ ଲଢ଼େଇ କରି ଶେଷରେ ଶୁକ୍ରବାର ସକାଳୁ ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗ୍ରେଟର ନୋଏଡାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଲିଭର କ୍ୟାନସରର ଲାଷ୍ଟ ଷ୍ଟେଜରେ ସଂଘର୍ଷ କରୁଥିଲେ ।

ବର୍ତ୍ତମାନ ଭାରତୀୟ ଦଳ ଟି-୨୦ ବିଶ୍ବକପ୍ ଖେଳୁଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ବିଗିଡ଼ି ଯିବାରୁ ରିଙ୍କୁ ଜରୁରୀକାଳୀନ ଭାବେ କ୍ୟାମ୍ପ ଛାଡ଼ି ଘରକୁ ଫେରିଥିଲେ । ମାତ୍ର ଜଣେ ସଚ୍ଚା ଦେଶପ୍ରେମୀ ଖେଳାଳି ଭାବେ ସେ ପୁଣି ଦଳ ସହଯୋଗ ଦେବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁଃଖଦ ଖବର ତାଙ୍କୁ ସ୍ତବ୍ଧ କରିଦେଇଛି । ପିତାଙ୍କ ସ୍ୱପ୍ନ ଥିଲା ପୁଅ ଦେଶ ପାଇଁ ଖେଳୁ ଏବଂ ବିଜୟୀ ହେଉ, ସେହି ସ୍ୱପ୍ନକୁ ପାଥେୟ କରି ରିଙ୍କୁ ପଡ଼ିଆରେ ଲଢ଼ୁଥିଲେ, କିନ୍ତୁ ଆଜି ସେହି ସ୍ୱପ୍ନର ସାରଥି ଚିରଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ରିଙ୍କୁ ସିଂଙ୍କ କ୍ରିକେଟର ହେବା ପଛର କାହାଣୀ କୌଣସି ସିନେମାଠାରୁ କମ୍ ନୁହେଁ । ତାଙ୍କ ପିତା ଖାନଚନ୍ଦ୍ର ସିଂ ଅଲିଗଡ଼ରେ ଘରକୁ ଘର ଗ୍ୟାସ୍ ସିଲିଣ୍ଡର ବୋହି ପରିବାର ପ୍ରତିପୋଷଣ କରୁଥିଲେ । ଅତ୍ୟନ୍ତ ଅଭାବ ଅନଟନ ଏବଂ ଦାରିଦ୍ର୍ୟ ଭିତରେ ବି ସେ ପୁଅର ବ୍ୟାଟ୍ ଧରିବାର ଜିଦ୍‌କୁ ଭାଙ୍ଗିବାକୁ ଦେଇନଥିଲେ । ରିଙ୍କୁ ଯେତେବେଳେ ଆଇପିଏଲରେ କୋଟି କୋଟି ଟଙ୍କା ପାଇଲେ, ସେତେବେଳେ ବି ତାଙ୍କ ପିତା ନିଜର ପୁରୁଣା କାମ ଛାଡ଼ିବାକୁ ମନା କରିଦେଇଥିଲେ । ସେ କହୁଥିଲେ, "ଏହି କାମ ହିଁ ମୋ ପୁଅକୁ ଆଜି ଏଠାରେ ପହଞ୍ଚାଇଛି ।" ଏହି ସାଧାରଣ ଶ୍ରମିକଙ୍କ ଅସାଧାରଣ ସଂଘର୍ଷ ହିଁ ରିଙ୍କୁଙ୍କୁ ଆଜି ବିଶ୍ୱସ୍ତରୀୟ ଖେଳାଳି କରିପାରିଛି ।

ଗତ କିଛି ମାସ ଧରି ଖାନଚନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା । ପରୀକ୍ଷା ପରେ ତାଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା । ରିଙ୍କୁ ନିଜ ପିତାଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ । ଦେଶର ସର୍ବୋତ୍ତମ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ରୋଗ ଶରୀର ସାରା ବ୍ୟାପି ଯାଇଥିବାରୁ ଡାକ୍ତରମାନେ ମଧ୍ୟ ଅସହାୟ ହୋଇପଡ଼ିଥିଲେ । ଗତ ୪-୫ ଦିନ ଧରି ସେ କ୍ରିଟିକାଲ କେୟାର ୟୁନିଟରେ ଭେଣ୍ଟିଲେଟର ସପୋର୍ଟରେ ଥିଲେ ।

ଏହି ଖବର ପ୍ରସାରିତ ହେବା ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । କେକେଆର୍ ଫ୍ରାଞ୍ଚାଇଜ୍ ସମେତ ବିସିସିଆଇ ଏବଂ ଅନେକ ବରିଷ୍ଠ କ୍ରିକେଟର ରିଙ୍କୁଙ୍କୁ ସମବେଦନା ଜଣାଇଛନ୍ତି । ସମସ୍ତେ ଗୋଟିଏ କଥା କହୁଛନ୍ତି, ରିଙ୍କୁ ଆଜି ଯେଉଁ ସଫଳତାର ଶିଖରରେ ପହଞ୍ଚିଛନ୍ତି, ତାହା କେବଳ ତାଙ୍କ ପିତାଙ୍କ ବଳିଦାନ ପାଇଁ ସମ୍ଭବ ହୋଇଛି ।

ରିଙ୍କୁ ପୁଣିଥରେ ଅଲିଗଡ଼ ଅଭିମୁଖେ ବାହାରିଛନ୍ତି । ସେଠାରେ ତାଙ୍କ ପିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଜଣେ ନମ୍ର ବ୍ୟକ୍ତି ଏବଂ ସଂଘର୍ଷଶୀଳ ବାପା ଭାବେ ଖାନଚନ୍ଦ୍ର ସିଂ ସବୁଦିନ ପାଇଁ ଲୋକଙ୍କ ସ୍ମୃତିରେ ରହିବେ । ରିଙ୍କୁଙ୍କ ଛକା ପଛରେ ଥିବା ସେହି ମଜଭୁତ ଓ ଶକ୍ତିଶାଳୀ ହାତ ଆଜି ସବୁଦିନ ପାଇଁ ଶୋଇଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe