ହୋଟେଲରେ ବାସନ ମାଜିଲେ ପାକ୍ ଖେଳାଳି, ବିଲ୍ ନଦେଇ ପାରି ହୋଟେଲରୁ ତଡ଼ା ଖାଇଲେ...

Advertisment

ଭାବନ୍ତୁ ତ, ଯେଉଁ ଦେଶରେ ଖେଳାଳିମାନେ ହୋଟେଲ ଭଡ଼ା ଦେଇ ନପାରି ରାସ୍ତାରେ ବସୁଛନ୍ତି, ସେମାନେ ମଇଦାନରେ କ'ଣ ଲଢ଼ିବେ? ବୋଧହୁଏ ପାକିସ୍ତାନ ସରକାର ଭାବୁଛନ୍ତି, ଖେଳାଳିମାନେ ରାସ୍ତାରେ ଶୋଇଲେ ସେମାନଙ୍କର 'ଷ୍ଟାମିନା' ବଢ଼ିବ । 

ଭାବନ୍ତୁ ତ, ଯେଉଁ ଦେଶରେ ଖେଳାଳିମାନେ ହୋଟେଲ ଭଡ଼ା ଦେଇ ନପାରି ରାସ୍ତାରେ ବସୁଛନ୍ତି, ସେମାନେ ମଇଦାନରେ କ'ଣ ଲଢ଼ିବେ? ବୋଧହୁଏ ପାକିସ୍ତାନ ସରକାର ଭାବୁଛନ୍ତି, ଖେଳାଳିମାନେ ରାସ୍ତାରେ ଶୋଇଲେ ସେମାନଙ୍କର 'ଷ୍ଟାମିନା' ବଢ଼ିବ । 

11-PAK-HOCKEY-RAJA-PKG-t

pakistan Photograph: (kanak news)

କନକ ବ୍ୟୁରୋ: ପାକିସ୍ତାନ - ନାଁ ହିଁ ଯଥେଷ୍ଟ । କେତେବେଳେ କରଜ ପାଇଁ ବିଶ୍ୱ ଦରବାରରେ କାନ୍ଦେ ତ କେତେବେଳେ ଆତଙ୍କବାଦ ପାଇଁ ଗାଳି ଖାଏ । କିନ୍ତୁ ଏଥର ପାକିସ୍ତାନ ଯେଉଁ କାଣ୍ଡ କରିଛି, ସେଥିରେ ଦେଶର ସମ୍ମାନ ନୁହେଁ ବରଂ ନିଜର ଜାତୀୟ ଖେଳ 'ହକି'ର ଇଜ୍ଜତକୁ ବିଶ୍ବସ୍ତରୀୟ ରାସ୍ତାରେ ନିଲାମ କରିଦେଇଛି ।

ଆହୁରି ପଢ଼ନ୍ତୁ: ଭାରତ-ପାକିସ୍ତାନ ମ୍ୟାଚ୍‌ର ନୂଆ କୀର୍ତ୍ତିମାନ

କଙ୍ଗାରୁ ଦେଶକୁ ହକି ଖେଳିବାକୁ ଯାଇଥିଲେ ପାକିସ୍ତାନର ହକି ଖେଳାଳି । ଭାବିଥିଲେ ଷ୍ଟାଡିୟମରେ ଗୋଲ୍ କରିବେ, ହେଲେ ସେଠି ତ ହୋଟେଲ ମାଲିକ ତାଙ୍କ ଜୀବନରେ 'ସେଲ୍ଫ ଗୋଲ୍' କରିଦେଲା । ଖାଲି ସେତିକି ନୁହେଁ, ଖେଳାଳିମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ରାସ୍ତାରେ ଶୋଇବାକୁ ପଡ଼ିଲା, ମିଛ କହିବାକୁ ବାଧ୍ୟ କରାଗଲା ଏବଂ ପରିସ୍ଥିତି ଏମିତି ହେଲା ଯେ ଜାତୀୟ ଖେଳାଳିମାନେ ବିଦେଶରେ ବାସନ ମାଜିବାକୁ ବି ପଛାଇଲେ ନାହିଁ ।

ଏମିତି ଅଭିଯୋଗ ଆଣିଛନ୍ତି ପାକିସ୍ତାନ ହକି ଦଳର କ୍ୟାପଟେନ୍ ସକିଲ୍ ଉମ୍ମାଦ । ସେ କହିଛନ୍ତି ଆମ ଦେଶର ହକି ଫେଡେରେସନ୍ ମାନିବାକୁ ପଡ଼ିବ । ପାଖରେ ପଇସା ନାହିଁ, ହେଲେ ସ୍ୱପ୍ନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଦେଖୁଛନ୍ତି । କୁହାଯାଉଛି, ପାକିସ୍ତାନ ସ୍ପୋର୍ଟ୍ସ ବୋର୍ଡ ୧୦ ମିଲିୟନ ଟଙ୍କା ଦେଇଥିଲା, ହେଲେ ସେ ଟଙ୍କା କୁଆଡ଼େ ଗଲା? ଏମିତି କି ସେ ପଇସାରେ କେଉଁ ଅଫିସରଙ୍କ ଘରେ ଚିକେନ୍ ବିରିୟାନୀ କିମ୍ବା କରଜ ସୁଝିବାରେ ଚାଲିଗଲା, ତାହା କେବଳ ପାକିସ୍ତାନ ବୋର୍ଡ ହିଁ ଜାଣେ ।

ଖାଲି ଏତିକି ନୁହେଁ ଖେଳାଳିମାନେ ସଙ୍ଗିନ ଅଭିଯୋଗ କରିଛନ୍ତି ଯେ ଆମକୁ ହୋଟେଲରୁ ବାହାର କରିଦିଆଗଲା କାରଣ ଆମ ମ୍ୟାନେଜମେଣ୍ଟ ବିଲ୍ ପେମେଣ୍ଟ କରିନଥିଲେ । ଭାବନ୍ତୁ ତ, ଯେଉଁ ଦେଶରେ ଖେଳାଳିମାନେ ହୋଟେଲ ଭଡ଼ା ଦେଇ ନପାରି ରାସ୍ତାରେ ବସୁଛନ୍ତି, ସେମାନେ ମଇଦାନରେ କ'ଣ ଲଢ଼ିବେ? ବୋଧହୁଏ ପାକିସ୍ତାନ ସରକାର ଭାବୁଛନ୍ତି, ଖେଳାଳିମାନେ ରାସ୍ତାରେ ଶୋଇଲେ ସେମାନଙ୍କର 'ଷ୍ଟାମିନା' ବଢ଼ିବ । 

କେତେବେଳେ ନିଜ ଦେଶରେ ଅଟା ମିଳୁନି, ଆଉ ବିଦେଶରେ ଖେଳାଳିଙ୍କୁ ଭଡ଼ା ମିଳୁନି । ପାକିସ୍ତାନ ପାଇଁ ଏହା ଏକ ନୂଆ ଉପଲବ୍ଧି । ଅଷ୍ଟ୍ରେଲିଆରେ ଥିବା ପ୍ରବାସୀ ପାକିସ୍ତାନୀମାନେ ଯଦି ଚାନ୍ଦା ଆଦାୟ କରି ଏୟାରବିଏନବି ବୁକ୍ କରି ନଥାନ୍ତେ, ତେବେ ହୁଏତ ଆମ ପଡ଼ୋଶୀ ଦେଶର ଖେଳାଳିମାନେ ସିଡନୀ ଏୟାରପୋର୍ଟରେ ହିଁ 'ସ୍ଥାୟୀ ବାସିନ୍ଦା' ପାଲଟି ଯାଇଥାନ୍ତେ ବୋଲି ଖୋଦ୍ ପ୍ରବାସୀ ପାକିସ୍ତାନୀ କହିଛନ୍ତି । 

ସବୁଠାରୁ ରୋଚକ କଥା ହେଉଛି, ଯେତେବେଳେ ଖେଳାଳିମାନେ ନିଜ ଦୁଃଖ କହୁଛନ୍ତି, ସେତେବେଳେ ଫେଡେରେସନ୍ ର ମୁଖିଆମାନେ କହୁଛନ୍ତି- "ସବୁ ଠିକ୍ ଅଛି । ପାକିସ୍ତାନର ହକି ଇତିହାସ ବହୁତ ପୁରୁଣା, କିନ୍ତୁ ଏବେ ସେହି ଇତିହାସ କେବଳ 'ବାସନ ମାଜିବା' ଓ 'ରାସ୍ତାରେ ଶୋଇବା' ଭିତରେ ସୀମିତ ହୋଇ ରହିଯାଇଛି । କାଶ୍ମୀର ମାଗୁଥିବା ଦେଶ ଆଜି ନିଜ ଖେଳାଳିଙ୍କୁ ହୋଟେଲରେ ଗୋଟିଏ ରୁମ୍ ଦେଇପାରୁନି । ସତରେ, ଏମିତି 'ଅତିଥି ସତ୍କାର' ପାକିସ୍ତାନ ହିଁ କରିପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe