କନକ ବ୍ୟୁରୋ : ଯଦି ଆପଣ ନିଜର ଏକ ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି ଏବଂ ଟଙ୍କା ଅଭାବରୁ ତାହା କରିପାରୁନାହାଁନ୍ତି, ତେବେ ମୋଦୀ ସରକାର ଆପଣଙ୍କୁ ସାହାଯ୍ୟ କରିବେ । ହଁ, ଆମେ ସେହି ସରକାରୀ ଯୋଜନା ବିଷୟରେ କହୁଛୁ, ଯାହାକୁ କରୋନା ମହାମାରୀ ସମୟରେ ରାସ୍ତାକଡ଼ ବିକ୍ରେତା ବା ଉଠା ଦୋକାନୀମାନଙ୍କ ପାଇଁ ଆରମ୍ଭ କରାଯାଇଥିଲା, ଯେଉଁମାନଙ୍କ ବ୍ୟବସାୟ କରୋନା ଯୋଗୁଁ ବନ୍ଦ ହୋଇଯାଇଥିଲା । ଏହି ଯୋଜନାର ନାମ ହେଉଛି ପିଏମ ସ୍ୱନିଧି ଯୋଜନା । ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ଯୋଜନା ମାଧ୍ୟମରେ ସରକାର ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ।
ଦେଶ କରୋନା ମହାମାରୀରୁ ମୁକ୍ତ ହୋଇସାରିଛି, କିନ୍ତୁ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ମୋଦୀ ସରକାର PM Svanidhi Yojnaର ସମୟ ସୀମାକୁ ୩୧ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ଅଧୀନରେ ଲୋକଙ୍କୁ ନିଜ ବ୍ୟବସାୟ ଆରମ୍ଭ କରିବା ପାଇଁ ଆର୍ଥିକ ସହାୟତା ଦିଆଯାଏ । ପୂର୍ବରୁ ଏହି ସରକାରୀ ଯୋଜନାରେ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ମିଳୁଥିଲା, ଯାହାକୁ ଗତ ୨୦୨୫ ବର୍ଷରେ ମୋଦୀ ସରକାର ବୃଦ୍ଧି କରି ୯୦,୦୦୦ ଟଙ୍କା କରିଛନ୍ତି । ଏହା ବ୍ୟତୀତ ରାସ୍ତାକଡ଼ ବିକ୍ରେତାଙ୍କୁ UPI ସଂଯୁକ୍ତ ରୁପେ କ୍ରେଡିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯାଉଛି । ଖୁଚୁରା ଏବଂ ପାଇକାରୀ କାରବାର ପାଇଁ ଡିଜିଟାଲ୍ ପେମେଣ୍ଟ ଉପରେ କ୍ୟାସବ୍ୟାକ୍ ମଧ୍ୟ ଦିଆଯାଉଛି ।
ଏହି ସରକାରୀ ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ଅଧୀନରେ ୯୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ବିନା କୌଣସି ଗ୍ୟାରେଣ୍ଟିରେ ଦିଆଯାଉଛି, ଯାହା ଏହାର ଲୋକପ୍ରିୟତା ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । PM Svanidhi Yojnaରେ ଏହି ଅର୍ଥ ତିନୋଟି ପର୍ଯ୍ୟାୟରେ ଦିଆଯାଏ । ଅର୍ଥାତ୍ ହିତାଧିକାରୀଙ୍କ ବିଶ୍ୱସନୀୟତା ଆଧାରରେ ଛୋଟ ପରିମାଣରୁ ଆରମ୍ଭ କରି ବଡ଼ ପରିମାଣର ଋଣ ଦିଆଯାଏ । ପ୍ରଥମ କିସ୍ତି ପରିଶୋଧ କରିବା ପରେ ଦ୍ୱିତୀୟ କିସ୍ତିରେ ଅଧିକ ଏବଂ ପରେ ତୃତୀୟ କିସ୍ତିରେ ତା’ଠାରୁ ବି ଅଧିକ ଋଣ ମିଳିଥାଏ ।
ସ୍ୱନିଧି ଯୋଜନା ଅଧୀନରେ ଆବେଦନକାରୀଙ୍କ ଆବେଦନ ମଞ୍ଜୁର ହେବା ପରେ ସରକାର ପ୍ରଥମ କିସ୍ତିରେ ୧୫,୦୦୦ ଟଙ୍କା ଦିଅନ୍ତି, ଦ୍ୱିତୀୟ କିସ୍ତି ୨୫,୦୦୦ ଟଙ୍କା ଏବଂ ତୃତୀୟ କିସ୍ତି ୫୦,୦୦୦ ଟଙ୍କାର ହୋଇଥାଏ । ବିନା କୌଣସି ଗ୍ୟାରେଣ୍ଟିରେ ପ୍ରଥମ କିସ୍ତି ଭାବେ ମିଳିଥିବା ୧୫,୦୦୦ ଟଙ୍କାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫେରସ୍ତ କରିବା ପରେ ହିଁ ଦ୍ୱିତୀୟ କିସ୍ତି ଜାରି କରାଯାଏ ଏବଂ ଏହାକୁ ମଧ୍ୟ ଠିକ୍ ସମୟରେ ପରିଶୋଧ କରିବା ପରେ ତୃତୀୟ କିସ୍ତିରେ ଏକକାଳୀନ ୫୦,୦୦୦ ଟଙ୍କାର ଋଣ ପ୍ରଦାନ କରାଯାଏ ।
ଅଧିକ ପଢ଼ନ୍ତୁ : ଆଉ କାମରେ ଆସିବନି ପାସ୍ୱାର୍ଡ ! ନୂଆ ସିଷ୍ଟମ ଆଣୁଛି ଗୁଗଲ୍ । ପାସ୍-କି‘ ଜରିଆରେ ହେବ ସବୁ କାମ !
ଏହି ସରକାରୀ ଯୋଜନା ଅଧୀନରେ ୯୦ ହଜାର ଟଙ୍କାର ଋଣ ନେବା ପାଇଁ ଆବେଦନକାରୀଙ୍କୁ ଅଧିକ କାଗଜପତ୍ର କାମ କରିବାକୁ ପଡ଼ିବ ନାହିଁ । ନିଜ ସହିତ କେବଳ ଆଧାର କାର୍ଡ ନେବାକୁ ହେବ । ଅର୍ଥାତ୍ ଋଣ ବଦଳରେ କୌଣସି ଜିନିଷ ବନ୍ଧକ ରଖିବାକୁ ପଡ଼ିବ ନାହିଁ । ଅନ୍ୟ ଏକ ସୁବିଧା ବିଷୟରେ କହିଲେ, ଋଣ ମିଳିଥିବା ଅର୍ଥକୁ ଛୋଟ କିସ୍ତି ମାଧ୍ୟମରେ ପରିଶୋଧ କରିବାର ସୁବିଧା ମଧ୍ୟ ମିଳିଥାଏ । PM Svanidhi Yojna ପାଇଁ ଯେକୌଣସି ସରକାରୀ ବ୍ୟାଙ୍କରେ ଆବେଦନ କରାଯାଇପାରିବ । ଯୋଜନାର ଫର୍ମ ନେଇ ସେଥିରେ ମଗାଯାଇଥିବା ସୂଚନା ପୂରଣ କରିବା ପରେ ନିଜ ଆଧାର କାର୍ଡର କପି ସଂଲଗ୍ନ କରି ଜମା କରନ୍ତୁ । ବ୍ୟାଙ୍କ ଦ୍ୱାରା ଆପଣଙ୍କ ତଥ୍ୟ ଯାଞ୍ଚ ହେବା ପରେ ଋଣ ଅନୁମୋଦନ କରାଯାଏ ।
ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଗତ ୯ ଡିସେମ୍ବର ୨୦୨୫ ସୁଦ୍ଧା PM Svanidhi Yojna ଜରିଆରେ ୬୯.୬୬ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୧୫,୧୯୧ କୋଟି ଟଙ୍କାର ୧.୦୧ କୋଟିରୁ ଅଧିକ ଋଣ ବଣ୍ଟନ କରାଯାଇସାରିଛି । ଏହି ଯୋଜନାର ପ୍ରାୟ ୪୮ ଲକ୍ଷରୁ ଅଧିକ ହିତାଧିକାରୀ ଡିଜିଟାଲ୍ ସ୍ତରରେ ସକ୍ରିୟ ଅଛନ୍ତି । ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ସରକାରୀ ଯୋଜନା ଅଧୀନରେ ୧.୧୫ କୋଟି ରାସ୍ତାକଡ଼ ବିକ୍ରେତାଙ୍କୁ ଫାଇଦା ପହଞ୍ଚାଇବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/16/pm-svanidhi-yojna-2026-2026-01-16-10-09-39.jpg)