କନକ ବ୍ୟୁରୋ: ଦିଆଗଲା ଗାର୍ଡ ଅଫ୍ ଅନର୍ । ମିଳିଲା ରାଷ୍ଟ୍ରୀୟ ମର୍ଯ୍ୟାଦା । ମାଓ ଅପରେସନ୍ କେଜିଏଚ୍ ବେଳେ ସହିଦ ହୋଇଥିବା CRPFର ସାହସୀ ଲଢ଼ୁଆ ଯୋଦ୍ଧା (K9 ରୋଲୋ)କୁ ଅଶ୍ରୁଳ ବିଦାୟ ଦେଲେ ଯବାନ । ଗତ କିଛିଦିନ ତଳେ ଜନ୍ମଦିନ ପାଳିଥିବା ଏହି ବେଲଜିୟମ୍ ମାଲିନୋଇସ୍ ପ୍ରଜାତିର କୁକୁର ମାଓ ଅପରେସନ୍ ବେଳେ ପ୍ରାଣ ହରାଇଛନ୍ତି । ଘଞ୍ଚ ଜଙ୍ଗଲ ଭିତରେ (K9 ରୋଲୋ)କୁ ୨୦୦ରୁ ଅଧିକ ମହୁମାଛି ଘେରିଯାଇ ଆକ୍ରମଣ କରିଥିଲେ ଯାହାଫଳରେ ଆଖି ବୁଜିଦେଇଛି ଭାରତର ଏହି ବୀର ଯୋଦ୍ଧା ।

Advertisment

ଛତିଶଗଡ଼ ବିଜାପୁରରେ ସବୁଠୁ ବଡ଼ ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ଥିଲା ସିଆରପିଏଫ୍ ୨୨୮ ବାଟାଲିୟନର ଏହି ଯୋଦ୍ଧା । ଜଙ୍ଗଲ ଭିତରେ ପାଟ୍ରୋଲିଂ, ବିସ୍ଫୋରକ ଚିହ୍ନଟ, ଆକ୍ରମଣ କୌଶଳ ଏବଂ ମାଓ ବିରୋଧୀ ଆକ୍ରମଣରୁ ରକ୍ଷା ପାଇବାରେ ପାରଙ୍ଗମ ଥିଲା (K9 ରୋଲୋ) । ହେଲେ ବିଡ଼ମ୍ବନାର ବିଷୟ ସେ ଆଉ ନାହିଁ କାରଣ ସୀମା ସୁରକ୍ଷା ବେଳେ ସହିଦ ହୋଇଯାଇଛି ।

https://www.facebook.com/share/v/18t7ep5JnT/

ରୋଲୋ ବେଙ୍ଗାଲୁରୁର ସିଆରପିଏଫ୍ କୁକୁର ପ୍ରଜନନ ଏବଂ ତାଲିମ ସ୍କୁଲରେ ତାଲିମପ୍ରାପ୍ତ । ଗତ ଏପ୍ରିଲ୍ ମାସରେ CRPFର ୨୨୮ତମ ବାଟାଲିୟନରେ ନକ୍ସଲ ବିରୋଧୀ ଦାୟିତ୍ବରେ ନିୟୋଜିତ ହୋଇଥିଲା (K9 ରୋଲୋ) । ତେବେ କେଜିଏଚ୍ ଅପରେସନ୍ ସମୟରେ ଯେତେବେଳେ ରୋଲୋ ଏବଂ ଅନ୍ୟ ସିଆରପିଏଫ୍ ଯବାନ ମାନେ ଜଙ୍ଗଲ ଭିତରେ ମାଓ ସର୍ଚ୍ଚ ଅପରେସନ୍ କରୁଥିଲେ ସେତେବେଳେ ମହୁମାଛିମାନେ ରୋଲୋକୁ ଘେରିଯାଇଥିଲେ । ମହୁମାଛି ଦଂଶନରୁ ରକ୍ଷା କରିବାକୁ ରୋଲୋକୁ ଏକ ପଲିଥିନ୍ ଜରିଆରେ ଘୋଡ଼ାଇ ଦେଇଥିଲେ ଯବାନ । ହେଲେ ୨୦୦ରୁ ଅଧିକ ମହୁମାଛି ଦଳ ପଲିଥିନ୍ ଭିତରକୁ ପଶି ରୋଲୋକୁ ବାରମ୍ବାର ଦଂଶନ କରିବାରେ ଲାଗିଲେ । ଯନ୍ତ୍ରଣାରେ ଛଟପଟ ହୋଇ ଧୀରେ ଧୀରେ ରୋଲୋ ଆଖି ବୁଜିବାରେ ଲାଗିଲା । ଅଚେତ୍ ହୋଇପଡ଼ିଥିବା ରୋଲୋକୁ ଉଦ୍ଧାର କରି କ୍ୟାମ୍ପକୁ ଆଣିଥିଲେ ଯବାନ, ହେଲେ ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ରୋଲୋ ଆଉ ଆଖି ଖୋଲିଲାନି । ସବୁଦିନ ପାଇଁ ଯୋଦ୍ଧା ଭାବେ ବଳିଦାନ ଦେଇ ଚାଲିଗଲା । 

ସତରେ କିଏ କହିଲା ଖାଲି ଯବାନ ସହିଦ ହୁଅନ୍ତି । କିଏ କହିଲା ଖାଲି ଯବାନ ହିଁ ବଳିଦାନ ଦିଅନ୍ତି । ରୋଲୋ ଗୋଟେ କୁକୁରର ହେଲେ ବି ସିଏ ମାଟି ମା’ ଆଉ ସୀମା ସୁରକ୍ଷାରେ ନିଜକୁ ସମର୍ପି ଦେଇଥଲା । ପଶୁଟିଏ ହେଲେ ବି ନିଜ ପ୍ରାଣବଳି ଦେବାକୁ ଟିକିଏ ବି ପଛାଇଲାନି । (K9 ରୋଲୋ)କୁ କେବେବି ଭୁଲିବନି ଦେଶ ।