କନକ ବ୍ୟୁରୋ : ଆଇଟି ପ୍ରଫେସନାଲଙ୍କ ଠିକଣା ପାଲଟିଛି ବେଙ୍ଗାଳୁରୁ ସହର । ସେଥିପାଇଁ ଏହାକୁ ଭାରତର ସାଇବର ସିଟି କୁହାଯାଏ । କିନ୍ତୁ ସୋସିଆଲ ମିଡିଆରେ ବେଙ୍ଗାଳୁରୁକୁ ନେଇ ଅଭିଯୋଗ ବି ଖୁବ୍ ଶୁଣିବାକୁ ମିଳୁଛି । ଏଠିକାର ଟ୍ରାଫିକ୍ ଓ ଘର ମାଲିକଙ୍କ ମନମୁକଈ ନୀତିକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ।
ଏହି ସମସ୍ୟା ଗୁଡ଼ିକୁ ଆଣିଛି ଏକ ଏଭଳି ପୋଷ୍ଟ ଯାହା ରେଡିଟ୍ରେ ଭାଇରାଲ ହେଉଛି । ପୋଷ୍ଟରେ କୁହାଯାଇଛି, ବେଙ୍ଗାଳୁରୁରେ ଭଡ଼ାରେ ଘର ମିଳିବା ଭାରି କଷ୍ଟ । ଏଠାରେ 2BHK ଫ୍ଲାଟ୍ ଭଡ଼ାରେ ନେବାକୁ ମାଲିକ ଯାହା ସର୍ତ୍ତ ରଖିଲେ ତାହା ଶୁଣିଲେ ମୁଣ୍ଡ ଘୁରିଯିବ । ଘର ଭଡ଼ା ଶୁଣିଲେ ତ ରକ୍ତ ଶୁଖିଯିବ ।
ଜଣେ ବ୍ୟକ୍ତି ରେଡିଟରେ r/Bengaluru ଫୋରମରେ ଘର ମାଲିକଙ୍କ ସହ ହୋଇଥିବା କଥାବାର୍ତ୍ତାର ସ୍କ୍ରିନସର୍ଟ ସେୟାର କରିଛନ୍ତି । ପୋଷ୍ଟର କ୍ୟାପ୍ସନ ଥିଲା Yet another Bengaluru Landlord । ଏହି ଆଲୋଚନାରେ ଘର ମାଲିକ 2BHK ଘର ପାଇଁ ୧୦ ଲକ୍ଷ ଟଙ୍କାର ସିକ୍ୟୁରିଟି ମନି ଦାବି କରିଥିଲେ ଏବଂ ଅତି କମରେ ୩ ବର୍ଷର ଲିଜ୍ ନେବାକୁ ସର୍ତ୍ତ ବି ରଖିଥିଲେ ।
ଆଲୋଚନାର ଆରମ୍ଭ ସାମାନ୍ୟ ଥିଲା । ଘର ଭଡ଼ା ଚାହୁଥିବା ବ୍ୟକ୍ତି କହିଥିଲେ ତାଙ୍କୁ ଟୁ ବିଏଚକେ ଘର ଦରକାର । ଏହାର ଉତ୍ତରରେ ମାଲିକ କହିଥିଲେ, ସବୁ ଜିନିଷ କ’ଣ ଫର୍ଣ୍ଣିସଡ୍ ଦରକାର କି ? ତା’ପରେ ସର୍ତ୍ତ ରଖିଥିଲେ, ମାସକୁ ଭଡ଼ା ୬୦ ହଜାର ଟଙ୍କା, ମେଣ୍ଟେନାନ୍ସ ଚାର୍ଜ ୫ ହଜାର ଏବଂ ୧୦ ଲକ୍ଷର ରିଫଣ୍ଡେବଲ୍ ସିକ୍ୟୁରିଟି ଡିପୋଜିଟ୍ । ଏହାସହ ୩ ମାସର ଲିଜ୍ ।
ଏକଥା ଶୁଣି ଭଡ଼ା ନେବାକୁ ଥିବା ବ୍ୟକ୍ତିଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହପାରେ ଦୁହିଁଙ୍କ ଭିତରେ କଥା ବନ୍ଦ ହୋଇଯାଇଥିଲା । ଏ ଆଲୋଚନାର ସ୍କ୍ରିନସଟ୍ ସୋସିଆଲରେ ମିଡିଆରେ ଅପଲୋଡ କରିବା ପରେ ନେଟିଜେନ୍ସ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କମେଣ୍ଟ ସେକ୍ସନୋର ଲୋକଙ୍କ ରାଜ ପୂରା ଜଣାପଡ଼ୁଥିଲା ।
ନିକଟରେ ଜଣେ ଋଷୀୟ ମହିଳା ବି ବେଙ୍ଗାଳୁରୁରେ ଖର୍ଚ୍ଚ ବାବାଦରେ ସୋସିଆଲ ମିଡିଆରେ ଲେଖିଥିଲେ । ବେଙ୍ଗାଲୁରୁରେ ଏବେ ରହିବା ସବୁଠୁ କଷ୍ଟ । ଏଠାରେ ୩ ଜଣିଆ ପରିବାରକୁ ଠିକ ଭାବେ ରହିବାକୁ ମାସକୁ ଖର୍ଚ୍ଚ ଅଢ଼େଇ ଲକ୍ଷରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ । ପ୍ରକୃତରେ ଏବେ ବେଙ୍ଗାଲୁରୁର ଖର୍ଚ୍ଚ କୌଣସି ୟୁରୋପୀୟ ଦେଶଭଳି ମହଙ୍ଗା ହୋଇଯାଇଛି । ୧୦ ବର୍ଷ ତଳେ ଏଠାରେ ଯେତିକି ଖର୍ଚ୍ଚ କରିତବାକୁ ପଡ଼ୁଥିଲା ଏବେ ଏହା ଅନେକ ଗୁଣରେ ବଢ଼ିଯାଇଛି । ଏବେ ଗୋଟେ ପରିବାର ପାଇଁ ଛୋଟ ଘରଟେ ନେଲେ ବି ଭଡ଼ା ଲକ୍ଷେରୁ ଅଧିକ, ସ୍କୁଲ ଫିସ୍, ୩୦ ହଜାର ପାଖାପାଖି, ଖାଇବା ପିବାରେ ଖର୍ଚ୍ଚ ୭୫ ହଜାର… ଏମିତି ଅନେକ । ଏଭଳି ସ୍ଥିତିରେ ବେଙ୍ଗାଳୁରୁରେ ରହିବାକୁ ଚିନ୍ତା କରିବାକୁ ବି ଡରିଲେଣି ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/07/2bhk-rent-shock-2026-01-07-16-29-24.jpg)