କନକ ବ୍ୟୁରୋ : ଏବେ ନ୍ୟୁୟର୍କ କୋର୍ଟରେ ଚାଲିଛି ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କ ବିଚାର । ବୟସ ହେଲେ ହୁଏ ବିଚାରପତିଙ୍କ ଅବସର । ହେଲେ ନିକୋଲସଙ୍କ ବିଚାର କରୁଥିବା ଜଜଙ୍କ ବୟସ ଅବସର ବାହାରେ । ନିକୋଲସଙ୍କ କେସ୍ ହାତକୁ ନେଇଥିବା ଜଜଙ୍କୁ ବୟସ ୯୨ ବର୍ଷ । ତଥାପି ସକ୍ରିୟ । ଭେନେଜୁଏଲାର ଅପଦସ୍ତ ରାଷ୍ଟ୍ରପତି ନିକୋଲସ୍ ମାଦୁରୋ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରିସଙ୍କ ବିରୋଧରେ ଚାଲିଛି ହାଇ ପ୍ରୋଫାଇଲ କେସ୍ । ଡ୍ରଗ୍ସ ଟ୍ରାଫିକିଙ୍ଗ କେସରେ ଶୁଣାଣି କରୁଛନ୍ତି ବୁଢ଼ା ବିଚାରପତି ଅଲୱିନ୍ କେ ହେଲରଷ୍ଟିନ୍ । ଏହି ମାମଲା ଏବେ ଅନ୍ତର୍ଜାତୀୟ ସ୍ତରରେ ଖବର ସାଉଁଟୁଛି । ମୁଖ୍ୟ ଖବର ପାଲଟିଛି  ତାହା ନୁହେଁ ବରଂ ଆମେରିକା ନ୍ୟାୟିକ ବ୍ୟବସ୍ଥାରେ ଜଜଙ୍କ  ବୟସ ଓ ତାଙ୍କ ସକ୍ରିୟତା ଉପରେ ଚର୍ଚ୍ଚା ହେଉଛି । ଜାନୁଆରି ୩ ତାରିଖରେ ଆମେରିକା  ସେନା ଦ୍ୱାରା ବନ୍ଦୀ ହୋଇଥିବା ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କ ବିଚାର ନ୍ୟୁୟର୍କ ମେନହଟ୍ଟନ କୋର୍ଟରେ ହେଉଛି, ଯେଉଁଠି ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

Advertisment

ଆମେରିକା ସରକାରୀ ଓକିଲଙ୍କ କହିବା ଅନୁସାରେ, ମାଦୁରୋଙ୍କ ଉପରେ ନାର୍କୋ ଟେରୋରିଜିମ୍, କୋକେନ୍ ରପ୍ତାନୀରେ ସମ୍ପୃକ୍ତି, ହତିଆର ଚାଲାଣରେ ସହଭାଗୀତା ଏବଂ ଭ୍ରଷ୍ଟାଚାର ଭଳି ସଙ୍ଗିନ ଅଭିଯାଗ ଲାଗିଛି । ନିକୋଲସଙ୍କ ଉପରେ ଏସବୁ ଅଭିଯୋଗ ୨୦୨୦ରୁ ଲାଗିଥିଲେ ବି ମାଦୁରୋଙ୍କ ଗିରଫଦାରୀ ଯାଏଁ ଏହାର ବିଚାରକୁ ସ୍ଥଗିତ ରଖାଯାଇଥିଲା । ଆଉ ଏହି କେସ୍ ଜଜ୍ ହେଲରଷ୍ଟିନଙ୍କୁ ଏଥିପାଇଁ ମିଳିଲା କାରଣ ୨୦୧୧ରୁ ସେହିଁ ମାଦୁରୋଙ୍କ ସହଯୋଗୀଙ୍କ ସହ ଅଭିଯୁକ୍ତଙ୍କ ମାମଲାର ଶୁଣାଣି କରୁଛନ୍ତି ।

ଜାନୁଆରି ୫ ତାରିଖରେ ହୋଇଥିବା ଶୁଣାଣିରେ ମାଦୁରୋ କହିଥିଲେ, ’ ସେ ସଚ୍ଚୋଟ  ଏବଂ ନିରପରାଧ । ସେ ନିଜର ଗିରଫଦାରୀକୁ ଅପହରଣ ବୋଲି କହିଛନ୍ତି । କିନ୍ତୁ ଏଥିପାଇଁ ଅଲଗା ସମୟ ନିଆଯିବ ବୋଲି କହିଛନ୍ତି ଜଜ୍  ଅଲୱିନ୍ କେ ହେଲରଷ୍ଟିନ୍ । ଏହି ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୧୭ ତାରିଖରେ ହେବ ।

ଅଧିକ ପଢ଼ନ୍ତୁ : ଭେନଜୁଏଲା ପରେ ଆମେରିକାର ନଜରରେ ଗ୍ରୀନଲ୍ୟାଣ୍ଡ୍? କଣ ରହିଛି ଟ୍ରମ୍ପଙ୍କ ସିକ୍ରେଟ୍ ପ୍ଲାନ୍?

ତେବେ ମାଦୁରୋଙ୍କ କେସ୍ ହାତକୁ ନେଇଥିବା ବୟସ୍କ ବିଚାରପତି ହେଲରଷ୍ଟିନଙ୍କ ଜନ୍ମ ନ୍ୟୁୟର୍କରେ । ସେ କଲମ୍ବିଆ ୟୁନିଭର୍ସଟିରୁ ଗ୍ରାଜୁଏସନ୍ ଏବଂ ଲ ’ ଡିଗ୍ରି କରିଛନ୍ତି । ଆମେରିକା ଆର୍ମିରେ ସେ ଜଜ୍ ଆଡଭୋକେଟ୍ ଜେନେରାଲ ଫୋର୍ସରେ କାର୍ଯ୍ୟରତ ଥିଲେ । ୧୯୯୮ରେ ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଦ୍ୱାରା ସଦର୍ଣ୍ଣ ଡିଷ୍ଟ୍ରିକ୍ଟ ଅଫ୍ ନ୍ୟୁୟର୍କ ସଂଘୀୟ ଜଜ୍ ଭାବେ ନିଯୁକ୍ତି ପାଇଥିଲେ। ୨୦୧୧ରେ ସିନିୟର ଷ୍ଟେଟସ୍ ପାଇଲେ । ଏହାର ଅର୍ଥ ସେମି ରିଟାୟରମେଣ୍ଟରେ ଜଜଙ୍କ କାମ ଚାପ ସିନା କମେ କିନ୍ତୁ ତାଙ୍କୁ ବଡ଼ ବଡ଼ କେସ ଦିଆଯାଏ ।

ହେଲରଷ୍ଟିନ୍ ମଧ୍ୟ ୯ /୧୧ ପେଣ୍ଟାଜନ୍ ଆତଙ୍କବାଦୀ ଆକ୍ରମଣ ସହ ହାର୍ଭେ ୱାଇନଷ୍ଟାଇନ୍ କେସ୍ ଭଳି ଗୁରୁତ୍ୱପୂର୍ଣ୍ଣ କେସର ଶୁଣାଣି କରିଥିଲେ । କଡ଼ା ନିଷ୍ପତ୍ତି, ନିରପେକ୍ଷ ଭାବ ପାଇଁ ଆମେରିକାରେ ଜଣାଶୁଣା ହିଲରଷ୍ଟିନ୍ । ତେବେ ଆମେରିକାର ନ୍ୟାୟିକ ବ୍ୟବସ୍ଥା ସବୁଠୁ ଅଲଗା । ସେଠାରେ ବିଚାରପତିଙ୍କ ଅବସର ବୟସ ନାହିଁ । କହିବାକୁ ଗଲେ ସେମାନେ ଫିଟ୍ ଥିବା ଯାଏଁ କେସ୍ ଶୁଣାଣି କରନ୍ତି । ଆମେରିକା ସଂଘୀୟ ବ୍ୟବସ୍ଥାରେ ଜଜଙ୍କ ବୟସର କିଛି ସୀମା ନାହିଁ । ଏଥିପାଇଁ ଆଜି ଆଇନ ବ୍ୟବସ୍ଥାରେ ଅନେକ ବୟସ୍କ ବିଚାରପତି ସକ୍ରିୟ ।

ଏଠାରେ ବୟସ ହେଲେ ଜଜଙ୍କର ସେମି ରିଟାୟର ହୁଏ । କେସ୍ କମ୍ ନିଅନ୍ତି । କିନ୍ତୁ ବଡ଼ ବଡ଼ ମାମଲାରେ ସକ୍ରିର୍ୟ ରୁହନ୍ତି । ଫଳରେ ନୂଆ ନିଯୁକ୍ତି ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହୁଏ । ଯେପର୍ଯ୍ୟନ୍ତ ଜଜ୍ ଫିଟ୍ ଅଛନ୍ତି ତାହେଲେ ବଞ୍ଚିଥିବା ଯାଏଁ ସେବା ଦେଇପାରିବେ । ଏହାର ବଡ଼ ଉଦାହରଣ ହେଉଛନ୍ତି ନିକୋଲସଙ୍କ କେସ୍ ଶୁଣାଣି କରୁଥିବା ଅଲୱିନ୍ ହେଲରଷ୍ଟିନ୍ ।