କନକ ବ୍ୟୁରୋ : ସୁନା ହେଉ କି ରୁପା ଭାରତୀୟ ସଂସ୍କୃତିର ପାରମ୍ପରିକ ଅଳଙ୍କାର ଏହି ଧାତୁରୁ ହିଁ ତିଆରି । ଶୁଭର ପ୍ରତିକ ରୁପା ବା ଚାନ୍ଦି ଗହଣା ଠାରୁ ଆରମ୍ଭ କରି ବାସନକୁସନ ତିଆରି ପର୍ଯ୍ୟନ୍ତ ସବୁଥିରେ ବ୍ୟବହୃତ ହୁଏ । କିନ୍ତୁ ଆଜିକାଲି ବଜାରରେ ମିଳୁଥିବା ରୁପାରେ ଅନେକ ପ୍ରକାର ମିଶ୍ରଣ ଦେଖିବାକୁ ମିଳୁଛି । ଯାହା ଅନେକ ଥର ଲୋକଙ୍କୁ ରୁପା କିଣିବା ସମୟରେ ଠକାମିର ଶିକାର ମଧ୍ୟ କରିପାରେ । ଅନେକ ଗ୍ରାହକ ଅସଲି ବଦଳରେ ନକଲି ରୁପା ଘରକୁ ନେଇ ଆସିଥା’ନ୍ତି । ଏଭଳି ପରିସ୍ଥିତିରେ ରୁପା କିଣିବା ପୂର୍ବରୁ କିପରି ଅସଲି ଏବଂ ନକଲି ଚିହ୍ନିବେ ସେ ବିଷୟରେ ଜାଣିବା ନିହାତି ଜରୁରି । ଯଦି ଆପଣ ମଧ୍ୟ କୌଣସି ବିବାହ କିମ୍ବା ପର୍ବରେ ନିଜ ପାଇଁ ରୁପା ଗହଣା କିମ୍ବା ବାସନ କିଣିବାକୁ ଯାଉଛନ୍ତି ଏବଂ ଅସଲି ରୁପା କିପରି ଚିହ୍ନିବେ ସେ ବିଷୟରେ ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଏହି ଭିଡିଓଟି ଆପଣଙ୍କ ପାଇଁ । ଆସନ୍ତୁ ଜାଣିବା ଅସଲି ରୁପା ଚିହ୍ନିବେ କିପରି ? 

Advertisment
silver-bijoux
silver-bijoux Photograph: (google)

•    ହଲମାର୍କରୁ ଚିହ୍ନିବା :

ଅସଲି ରୁପା ଚିହ୍ନିବା ପାଇଁ ପ୍ରଥମ ଉପାୟ ହେଉଛି ହଲମାର୍କ ଯାଞ୍ଚ କରିବା । ସୁନା ପରି ରୁପାରେ ମଧ୍ୟ ହଲମାର୍କର ବହୁତ ମହତ୍ତ୍ୱ ରହିଛି । ଆପଣ ଯେକୌଣସି ରୁପା ଗହଣା କିମ୍ବା ବାସନରେ ହଲମାର୍କ ପାଇପାରିବେ । ଏଗୁଡ଼ିକ ସଂଖ୍ୟା କିମ୍ବା ଅକ୍ଷରରେ ମଧ୍ୟ ହୋଇପାରେ । ହଲମାର୍କ ଅତି ଛୋଟ ହୋଇଥିବାରୁ ଏହାକୁ ଧ୍ୟାନ ଦେଇ ଦେଖିବାକୁ ପଡ଼ିବ । ଯଦି କୌଣସି ଗହଣାରେ ହଲମାର୍କ ନାହିଁ ତେବେ ତାହା ନକଲି ହୋଇପାରେ । ତେଣୁ ରୁପାର କୌଣସି ଜିନିଷ କିଣିବା ପୂର୍ବରୁ ନିଶ୍ଚିତ ଭାବରେ ହଲମାର୍କ ଯାଞ୍ଚ କରନ୍ତୁ ।

•    ବରଫ ଖଣ୍ଡ ଚିହ୍ନାଇବ ଅସଲି ରୁପା :

ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ବରଫ ଖଣ୍ଡ ମାଧ୍ୟମରେ ମଧ୍ୟ ଆପଣ ଅସଲି ରୁପା ଚିହ୍ନଟ କରିପାରିବେ । ରୁପା ଅନ୍ୟ ଧାତୁ ତୁଳନାରେ ଅଧିକ ଉତ୍ତାପ ଦେଇଥାଏ । ତେଣୁ ଯେତେବେଳେ ଆପଣ ନିଜର ରୁପା ଜିନିଷ ଉପରେ ବରଫ ଖଣ୍ଡ ରଖନ୍ତି ଏବଂ ତାହା ଶୀଘ୍ର ତରଳିଯାଏ ତେବେ ବୁଝିଯାଆନ୍ତୁ ଯେ ରୁପାଟି ଅସଲି ଅଟେ ।

•    ଚୁମ୍ବକ ଦ୍ୱାରା କିପରି ଯାଞ୍ଚ କରିବେ ?

ଚୁମ୍ବକ ସାହାଯ୍ୟରେ ମଧ୍ୟ ଆପଣ ଅସଲି ରୁପା ଚିହ୍ନିପାରିବେ । କାରଣ ଚୁମ୍ବକ ରୁପାକୁ ନିଜ ଆଡ଼କୁ ଟାଣି ନଥାଏ । ତେଣୁ ଯେତେବେଳେ ଆପଣ ଚୁମ୍ବକକୁ ରୁପା ପାଖରେ ରଖନ୍ତି ଏବଂ ଏହା ଚୁମ୍ବକକୁ ନିଜ ଆଡ଼କୁ ଟାଣିଥାଏ, ତେବେ ବୁଝିଯାଆନ୍ତୁ ଯେ ତାହା ନକଲି ହୋଇପାରେ । କିନ୍ତୁ ଯଦି ଚୁମ୍ବକ ଏବଂ ରୁପା ପରସ୍ପରକୁ ଆକର୍ଷିତ ନ କରନ୍ତି, ତେବେ ତାହା ଅସଲି ହୋଇପାରେ ।