Bihar Politics : ବିହାରରେ ରାହୁଲଙ୍କ ରଣହୁଙ୍କାର : ଏଥର କ୍ଷମତା ଦଖଲ କରିବ କି କଂଗ୍ରେସ ?

କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୧୬-ଦିନିଆ 'ଭୋଟ୍ ଅଧିକାର ଯାତ୍ରା' ଆରମ୍ଭ କରିଛନ୍ତି। ଏହି ଯାତ୍ରା ଅଗଷ୍ଟ ୧୭, ୨୦୨୫ ରେ ସାସାରାମରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ରେ ପାଟନାରେ ଶେଷ ହେବ ବୋଲି ଜଣାପଡ଼ିଛି

Rahul On Bihar

Rahul On Bihar Photograph: (Kanak News)

କନକ ବ୍ୟୁରୋ: ବିହାରରେ ଗର୍ଜିଲେ ରାହୁଲ ଗାନ୍ଧୀ । କେମିତି ଦେଶରେ ଭୋଟ୍‌ ଚୋରି ହେଉଛି ସେନେଇ ବାରମ୍ବାର ଅଭିଯୋଗ କରିବା ପରେ ପୂରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିଲା । ଖୋଦ୍‌ ନିର୍ବାଚନ ଆୟୋଗ ଏନେଇ ପ୍ରତିକ୍ରିୟା ଦେଇ ରାହୁଲଙ୍କୁ କହିଥିଲେ, ଯଦି ଭୋଟ୍‌ ଚୋରିର ପ୍ରମାଣ ଅଛି ତାହେଲେ ସତ୍ୟପାଠ ଦାଖଲ କରନ୍ତୁ । ରାହୁଲ କହିଥିଲେ, ମୁଁ ସଂସଦରେ ସତ୍ୟପାଠ ଦେଇଛି । ଆଉ ସତ୍ୟପାଠ ଦେବାର କୌଣସି ଆବଶ୍ୟକତା ନାହିଁ। ହେଲେ ଏବେ ବିହାରରେ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ଚାଲିଥିବାରୁ ରାହୁଲ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । 

ବିହାରରେ ଗର୍ଜିଲେ ରାହୁଲ 
କହିଲେ, ବିହାରରେ ଭୋଟ୍‌ ଚୋରି କରାଇଦେବୁନି
ବିଜେପିକୁ ହରାଇବା ପାଇଁ ରାହୁଲଙ୍କ ମାଷ୍ଟର ପ୍ଲାନ୍‌
ପୁଣି ଚର୍ଚ୍ଚାରେ ରାହୁଲଙ୍କ ଭୋଟ୍‌ ଅଧିକାର ଯାତ୍ରା
୧୬ ଦିନିଆ ଯାତ୍ରାରେ ବର୍ଷିବେ କି ରାହୁଲ
ସେନେଇ ବଢ଼ିଲା ଚର୍ଚ୍ଚା

ବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥର ନୀତିଶ କୁମାରଙ୍କ ଦଳ ବିଜେପି ସହ ମେଣ୍ଟ କରି ନିର୍ବାଚନ ଲଢୁଛି । ସେପଟେ ଆରଜେଡି ବି ପୂରା ଦମ୍‌ରେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ପ୍ଲାନ୍‌ କରୁଛି । ଏହାରି ଭିତରେ ରାହୁଲ ଯେଉଁପରି ଭାବରେ ବିହାରରେ ରଣହୁଙ୍କାର ଦେଲେଣି ତାହାକୁ ଦେଖିଲେ ଲାଗୁଛି କି ବିହାରରେ ଏଥର କିଛି ଗୋଟାଏ ଖେଳ ହେବ । 

ସୂଚନା ଅନୁସାରେ, କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୧୬-ଦିନିଆ 'ଭୋଟ୍ ଅଧିକାର ଯାତ୍ରା' ଆରମ୍ଭ କରିଛନ୍ତି। ଏହି ଯାତ୍ରା ଅଗଷ୍ଟ ୧୭, ୨୦୨୫ ରେ ସାସାରାମରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ରେ ପାଟନାରେ ଶେଷ ହେବ ବୋଲି ଜଣାପଡ଼ିଛି । ରାଲିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭୋଟର ତାଲିକାରେ ଅନିୟମିତତା, ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଭୋଟରଙ୍କୁ କେମିତି ବଞ୍ଚିତ କରାଯାଉଛି ସେନେଇ ବୈଠକ ହେବ । ଏହି ୧୩୦୦ କିଲୋମିଟର ଲମ୍ବା ଯାତ୍ରା ବିହାରର ୨୦ରୁ ଅଧିକ ଜିଲ୍ଲା ଦେଇ ଯିବ । ଯେହେତୁ ରାହୁଲ ନିଜେ ରାଲିରେ ଯାଉଛନ୍ତି ତେଣୁ କଂଗ୍ରେସ ପ୍ରତି  ଲୋକଙ୍କ ସମର୍ଥନ ବଢ଼ିବ ବୋଲି ଦଳ ଆଶା ରଖିଛି । ସେପଟେ ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଏହି ରାଲିରେ ସାମିଲ ହେଉଛନ୍ତି । 

ସବୁ ଭୋଟରଙ୍କୁ ମିଳୁ ଭୋଟ୍‌ ଦେବାର ଅଧିକାର

ଯେମିତି ଜଣେ ନାଗରିକ ଭୋଟ୍‌ ଦେବାରୁ ବଞ୍ଚିତ ନହୁଅନ୍ତି ସେନେଇ ରାହୁଲ ବାରମ୍ବାର ଅଭିଭାଷଣ ରଖୁଛନ୍ତି । ଖାସ୍‌ କରି ସ୍ବଚ୍ଛ ଓ ଅବାଧରେ ନିର୍ବାଚନ ହେଉନଥିବା ସେ ଅଭିଯୋଗ ଆଣୁଛନ୍ତି । ସେଇଥି ଲାଗି ତ ବିହାରରେ ନିଜେ ରାଲି କରୁଛନ୍ତି ରାହୁଲ । କୁହାଯାଉଛି କି, ଯେମିତି ଭାରତ ଯୋଡ ଯାତ୍ରା ହୋଇଥିଲା ଠିକ୍‌ ସେମିତି ରାହୁଲଙ୍କ ଏହି ଯାତ୍ରା ହେବ । ସେପଟେ ରାହୁଲ ଅଭିଯୋଗ କରିଛନ୍ତି କି, ବିହାରରେ ୬ ମିଲିୟନରୁ ଅଧିକ ଅର୍ଥାତ୍‌ ୬୦ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି । ଯାହାକି ମୁଖ୍ୟତଃ ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଭାବିତ କରିଛି।

କଂଗ୍ରେସ ଫୋକସ୍‌ରେ ବିହାର

୨୦୧୪ରୁ ଦେଶର କ୍ଷମତାରୁ ଦୂରେଇ ରହିଛି କଂଗ୍ରେସ । ଠିକ୍‌ ସେହି ସମୟରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ବିଜେପି ନିଜର ଦବଦବା ଜାହିର କରିବାରେ ଲାଗିଛି । ତେଣୁ ଏଥର ବିହାରକୁ ନିଜ କବଜାକୁ ନେବାକୁ ରାହୁଲ ଆପ୍ରାଣେ ଉଦ୍ୟମ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ସମୟ କହିବ ରାହୁଲଙ୍କ ଏହି ଯାତ୍ରା ବିହାର ନିର୍ବାଚନରେ କେତେ ମାତ୍ରାରେ ପ୍ରଭାବ ପକାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe