କନକ ବ୍ୟୁରୋ: ବାବୁ... ମୋ ଝିଅକୁ ଟିକେ ଖୋଜିକି ଆଣ, ତା ବିନା ମୁଁ ବଞ୍ଚିପାରିବିନି । ଏହା କେବଳ ଶବ୍ଦ ନୁହେଁ ବରଂ ଜଣେ ଭାଙ୍ଗି ପଡିଥିବା ମାଆର ବୁକୁଫଟା ଚିତ୍କାର । ଗତ ୨୦ ଦିନ ହେଲା ଏହି ମାଆର ଆଖିରୁ ଲୁହ ଶୁଖିନି । ପେଟକୁ ଦାନା ଯାଉନି କି ଆଖିକୁ ନିଦ ଆସୁନି । ହାତରେ ଝିଅର ଫଟୋଟିଏ ଧରି ଗାଁକୁ ଗାଁ, ସହରକୁ ସହର ବୁଲୁଛନ୍ତି ବାପା-ମାଆ । କାଳେ କିଏ କେଉଁଠି ତାଙ୍କ ମମତାକୁ ଦେଖିଥିବ ? କାଳେ କିଏ ତାଙ୍କ ଦିବ୍ୟାଙ୍ଗ ଝିଅର ସନ୍ଧାନ ଦେବ ?

Advertisment

ଆହୁରି ପଢ଼ନ୍ତୁ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଦାଗ

ଘଟଣାଟି ହେଉଛି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଆମ୍ବାପଡା ଗାଁର । ରମେଶ ସିଂହଙ୍କ ବଡ଼ ଝିଅ ମମତା ସିଂହ । ବଢିଲା ଝିଅ, ହେଲେ ଦୁର୍ଭାଗ୍ୟକୁ ସେ ଜଣେ ଦିବ୍ୟାଙ୍ଗ । ଗତ ଫେବ୍ରୁଆରି ୧୩ ତାରିଖ ସକାଳେ ମାମୁଁଘର ବକ୍ସିବଜାର ଯିବା ପାଇଁ ବସରେ ବସିଥିଲେ ମମତା । ବସରେ ଗଲା ବେଳେ ମାଆ ପ୍ରଭାତୀ ସିଂହ ଓ ମାମୁଁଙ୍କ ସହ ଫୋନରେ କଥା ବି ହେଉଥିଲେ । ହେଲେ ଦିନ ୧୨ଟା ୩୦ ପରେ ହଠାତ ସବୁକିଛି ବଦଳିଗଲା । ଝିଅର ମୋବାଇଲ୍ ଫୋନ୍ ବନ୍ଦ ହୋଇଗଲା ଆଉ ସେହିଦିନଠାରୁ ମମତାଙ୍କର କୌଣସି ପତ୍ତା ମିଳୁନାହିଁ । ନିଆଳିରୁ ନୟାଗଡ଼, ଭୁବନେଶ୍ୱରରୁ ଭଦ୍ରକ । ବନ୍ଧୁବାନ୍ଧବଙ୍କ ଘରଠୁ ଆରମ୍ଭ କରି ସମ୍ଭାବ୍ୟ ସବୁ ସ୍ଥାନରେ ଖୋଜାଖୋଜି ସରିଛି । ହେଲେ ୨୦ ଦିନ ପରେ ବି ପୁଲିସ ହାତ ଖାଲି । ଜଣେ ନିଷ୍ପାପ ଦିବ୍ୟାଙ୍ଗ ଝିଅ କୁଆଡେ ଗଲା ? ସେ କୌଣସି ବିପଦରେ ନାହିଁ ତ ?

ଆହୁରି ପଢ଼ନ୍ତୁ: ରାଜଧାନୀରୁ ଗୋଟିଏ ଦିନରେ ୩ ନାବାଳକ-ନାବାଳିକା ନିଖୋଜ

ଯଦି ଆପଣ କେଉଁଠି ଏହି ଝିଅକୁ ଦେଖନ୍ତି, ତେବେ ମାନବିକତା ଦୃଷ୍ଟିରୁ ଦିଆଯାଇଥିବା ନମ୍ବର ୯୯୩୮୪୪୬୦୧୩ରେ ଯୋଗାଯୋଗ କରନ୍ତୁ । ଆପଣଙ୍କର ଗୋଟିଏ ସାହାଯ୍ୟ ଜଣେ ମାଆର ଖାଲି କୋଳକୁ ପୁଣି ଭରିଦେଇପାରେ ।