କନକ ବ୍ୟୁରୋ: ଏଣିକି ସ୍କୁଲ ପିଲା ଗର୍ଭବତୀ ହେଲେ ମିଳିବ ୨୦ ଲକ୍ଷ ଟଙ୍କା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଜନସଂଖ୍ୟା ଯେଉଁପରି ଭାବରେ ହ୍ରାସ ହେଉଛି ତାହାକୁ ନେଇ ଚିନ୍ତାରେ ଥିଲେ ପୁଟିନ୍ । ତେଣୁ ଜନସଂଖ୍ୟା ବୃଦ୍ଧି କରିବା ଲାଗି କିଛି ଏମିତି ନିଷ୍ପତ୍ତି ନେଇଛନ୍ତି । ହେଲେ ସ୍କୁଲ ପିଲା ଗର୍ଭବତୀ ହେଲେ ଟଙ୍କା ମିଳିବା ଘଟଣାକୁ ନେଇ ଏବେ ଭାରି ଚର୍ଚ୍ଚା ।
ସ୍କୁଲ ପିଲା ଗର୍ଭବତୀ ହେଲେ ମିଳିବ ୨୦ଲକ୍ଷ
ଜନସଂଖ୍ୟା ବୃଦ୍ଧି ପାଇଁ ସରକାର ନେଲେ ବଡ଼ ନିଷ୍ପତ୍ତି
ପୁଟିନ୍ ନେଲେ ବଡ଼ ନିଷ୍ପତ୍ତି
ଏଣିକି ଜନସଂଖ୍ୟା ବଢିବ ସାଏଁ ସାଏଁ
ଜନସଂଖ୍ୟାକୁ ନେଇ ଯୁଝୁଥିବା ଋଷିଆ ଏକ ବିବାଦୀୟ ପଦକ୍ଷେପ ଗ୍ରହଣ କରିଛି । ଯେଉଁଥିରେ ସ୍କୁଲ ଛାତ୍ରୀମାନଙ୍କୁ ଗର୍ଭବତୀ ହେବା ଏବଂ ସନ୍ତାନ ଜନ୍ମ ଦେବା ପାଇଁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଏହି ଯୋଜନା ଅନୁଯାୟୀ, ଦେଶର ଅନେକ ଅଞ୍ଚଳରେ ଗର୍ଭବତୀ ଛାତ୍ରୀମାନଙ୍କୁ ୧୦୦,୦୦୦ ରୁବଲ ଅର୍ଥାତ୍ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ଏହି ନୀତି ଋଷର ଜନସଂଖ୍ୟା ସଙ୍କଟର ମୁକାବିଲା ପାଇଁ ଏକ ବୃହତ୍ତ ରଣନୀତିର ଅଂଶବିଶେଷ ବୋଲି କୁହାଯାଉଛି ।
ଋଷରେ ସାଙ୍ଘାତିକ ହେଲାଣି ଜନସଂଖ୍ୟା ସଙ୍କଟ
ଯେହେତୁ ଋଷ୍ରେ ଜନସଂଖ୍ୟା ସାଙ୍ଘାତିକ ହେଲାଣି ତେଣୁ ପୁଟିନ୍ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା ପୂରା ବିଶ୍ବରେ ଚର୍ଚ୍ଚା ସାଉଣ୍ଟିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୨୦୨୩ ମସିହାରେ ଦେଶର ପ୍ରଜନନ ହାର ମହିଳା ପିଛା ମାତ୍ର ୧.୪୧ ଥିଲା, ଯାହା ଜନସଂଖ୍ୟା ସ୍ଥିରତା ପାଇଁ ଆବଶ୍ୟକ ୨.୦୫ ସ୍ତରଠାରୁ ବହୁତ କମ୍ ଅଟେ । ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ଏହି ସମସ୍ୟାକୁ ଆହୁରି ଜଟିଳ କରିଛି । ଏହି ଯୁଦ୍ଧରେ ଲକ୍ଷାଧିକ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଯୁବକ ଦେଶ ଛାଡି ପଳାଇଛନ୍ତି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବାରମ୍ବାର ଜନ୍ମହାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ଏବଂ ତିନି ବା ତତୋଧିକ ସନ୍ତାନ ଥିବା ପରିବାରକୁ ଏକ ଆଦର୍ଶ ପରିବାର ଭାବରେ ବିବେଚନା କରିବାକୁ ଆହ୍ୱାନ ଦେଇଛନ୍ତି ।
କଥାହେଲା ଋଷିଆ ବିଶ୍ବର ସର୍ବବୃହତ୍ତ ଦେଶ । ହେଲେ ସେଠାରେ ଜନସଂଖ୍ୟା ସାଙ୍ଘାତିକ ଭାବରେ କମିବାରେ ଲାଗିଛି । ଯାହାଦ୍ବାରା ଆଗାମୀ ଦିନରେ ବଡ଼ ପ୍ରଭାବ ଦେଖିବା ମିଳିପାରେ ବୋଲି କୁହାଯାଉଛି । ତେଣୁ ଏମିତି ପରିସ୍ଥିତି ପାଇଁ ପୁଟିନ୍ ନିଜକୁ ଏବେଠୁ ପ୍ରସ୍ତୁତ କଲେଣି । ସେଇଥି ଲାଗି ତ ଯେଉଁ ସ୍କୁଲ ପିଲାମାନେ ପିଲା ଜନ୍ମ କରୁଛନ୍ତି ସେମାନଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । କେବଳ ଋଷିଆରେ ଯେ ଏ ସମସ୍ୟା ତାହା ନୁହେଁ ବରଂ ବ୍ରିଟେନ୍ରେ ବି ସମାନ ସମସ୍ୟା ଦେଖାଯାଇଛି । ଯେଉଁମାନେ ପିଲା ଜନ୍ମ କରୁଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ଭାବରେ ସହାୟତା ଦେଉଛି ସ୍ଥାନୀୟ ସରକାର । ମୋଟ୍ ଉପରେ ପୁଟିନ୍ ନେଇଥିବା ନିଷ୍ପତ୍ତି ଆଗାମୀ ଦିନରେ କେତେ ଫଳପ୍ରଦ ହେଉଛି ତାହା ସମୟ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/24/putin-2025-07-24-15-51-13.jpg)