Old Vehicle : ବଡ଼ ଖବର- ଆପଣଙ୍କ ଗାଡ଼ି ବି ଯାଇପାରେ କବାଡ଼ିଖାନା

ଦିଲ୍ଲୀରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ଯେଉଁ ଗାଡ଼ି ଚାଳକ ରାସ୍ତାକୁ ପୁରୁଣା ଗାଡ଼ି ନେଇ ବାହାରିବେ ସେମାନେ ଫାଇନ୍‌ ଦେବେ । କଥାହେଲା, ସାଧାରଣ ଭାବରେ ଗାଡ଼ି ଚାଳକମାନେ ନିୟମ ନମାନିଲେ ୫୦୦ କିମ୍ବା ୧୦୦୦ ଟଙ୍କା ଫାଇନ୍‌ ଦେଉଥିବା ଦେଖାଯାଏ

Old-Vehicle-PKG

Old-Vehicle-PKG Photograph: (Kanak News)

କନକ ବ୍ୟୁରୋ: ଘରୁ ଗାଡ଼ି କାଢିଲେ ସାବଧାନ ହୁଅନ୍ତୁ…ନହେଲେ ଗାଡ଼ି ତ ଯିବ, ଫାଇନ୍‌ ବି ଦେବେ । କାରଣ ନୂଆ ନିୟମ ଅନୁସାରେ, ଏଣିକି ପେଟ୍ରୋଲ୍‌ ଗାଡ଼ି ୧୫ ବର୍ଷ ଓ ଡିଜେଲ୍‌ ଗାଡ଼ି ୧୦ ବର୍ଷ  ହୋଇଯାଇଥିଲେ ଆଉ ରାସ୍ତାରେ ଚାଲିପାରିବ ନାହିଁ । କାରଣ ପ୍ରଦୂଷଣ ରୋକିବା ପାଇଁ ପୁରୁଣା ଗାଡ଼ି ଚଳାଚଳ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର । ନୂଆ ନିୟମ ଅନୁସାରେ,ଯେଉଁମାନେ ପୁରୁଣା ଗାଡ଼ି ନେଇ ରାସ୍ତାକୁ ବାହାରିବେ ସେମାନେ ଫାଇନ୍‌ ଦେବେ । ଏମିତି ନିୟମ ହେବା ପରେ ଏବେ ଚିନ୍ତାରେ ଗାଡ଼ି ଚାଳକ ।

ଘରୁ ପୁରୁଣା ଗାଡ଼ି ବାହାର କରନ୍ତୁ ନାହିଁ
ବାହାର କଲେ ଗଣିବେ ଫାଇନ୍‌
ନିୟମ ନମାନିଲେ ୧୦ ହଜାର ଫାଇନ୍‌

ଦିଲ୍ଲୀରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ଯେଉଁ ଗାଡ଼ି ଚାଳକ ରାସ୍ତାକୁ ପୁରୁଣା ଗାଡ଼ି ନେଇ ବାହାରିବେ ସେମାନେ ଫାଇନ୍‌ ଦେବେ । କଥାହେଲା, ସାଧାରଣ ଭାବରେ ଗାଡ଼ି ଚାଳକମାନେ ନିୟମ ନମାନିଲେ ୫୦୦ କିମ୍ବା ୧୦୦୦ ଟଙ୍କା ଫାଇନ୍‌ ଦେଉଥିବା ଦେଖାଯାଏ । ହେଲେ ଏବେ ନୂଆ ନିୟମ ଅନୁସାରେ ଫାଇନ୍‌ ବାବଦକୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ । ତେଣୁ ଏତେ ବଡ଼ ଆକାରରେ ଫାଇନ୍‌ ପଡ଼ିଲେ ଗାଡ଼ି ଚାଳକ କଣ କରିବେ ସେହି ଚିନ୍ତାରେ ଏବେ ଅଧିକାଂଶ ଗାଡ଼ି ମାଲିକ । ନିୟମ ଅନୁସାରେ ୪ ଚକିଆ ଯାନ ପାଇଁ ୫ ହଜାର ଟଙ୍କା ଫାଇନ୍‌ ଲାଗିବ ବୋଲି ଜଣାପଡ଼ିବା ସହିତ ୨ ଚକିଆ ପାଇଁ ୧୦ ହଜାର ଟଙ୍କା ଫାଇନ୍‌ ପଡ଼ିବ ବୋଲି ସୂଚନା ମିଳିଛି । 

ପେଟ୍ରୋଲ୍‌ ପମ୍ପରେ ଡ୍ୟୁଟି କରିବେ ପୁଲିସ୍‌

ଗାଡ଼ି ଚଲାଇବାକୁ ହେଲେ ପେଟ୍ରୋଲ ଓ ଡିଜେଲ କିମ୍ବା ସିଏନଜିର ଆବଶ୍ୟକତା ରହିଛି । ଯେହେତୁ ନୂଆ ନିୟମ ଅନୁସାରେ ୧୫ ଓ ୧୦ ବର୍ଷର ଗାଡ଼ିକୁ ନଜରରେ ରଖାଯାଇଛି ତେଣୁ ପୁରୁଣା ଗାଡ଼ିରେ ସିଏନ୍‌ଜି ବ୍ୟବହାର ହେଉନଥିବ । ସେପଟେ ଦିଲ୍ଲୀର ପେଟ୍ରୋଲ ପମ୍ପରେ ପୁଲିସ ମୁତୟନ ହେବେ ବୋଲି ସୂଚନା ମିଳିଛି । ଅର୍ଥାତ୍‌ ଯେଉଁ ଗାଡ଼ି ଚାଳକମାନେ ପୁରୁଣା ଗାଡ଼ି ନେଇ ପମ୍ପକୁ ଯିବେ ସେମାନଙ୍କଠାରୁ ଫାଇନ୍‌ କଟାଯିବ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ୩୫୦ ପମ୍ପ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୦ ପେଟ୍ରୋଲ ପମ୍ପରେ ପୁଲିସ୍‌ , ୫୯ ପେଟ୍ରୋଲ ପମ୍ପରେ ଦିଲ୍ଲୀ ପରବହନ ବିଭାଗ ସହ ଅନେକ ପମ୍ପରେ ପୌରପରିଷଦର କର୍ମଚାରୀ ବି ନିୟୋଜିତ ହେବେ । 

୬୨ ଲକ୍ଷ ଗାଡ଼ି ଉପରେ ପରିବହନ ବିଭାଗର ନଜର

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ପରିବହନ ବିଭାଗ ରାଡାରରେ ପ୍ରାୟ ୬୨ ଲକ୍ଷ ଗାଡ଼ି ରହିଛି । ଯେଉଁ ଗାଡ଼ି ଗୁଡ଼ିକ ୧୦ ଓ ୧୫ ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି । ତେଣୁ ଏହି ଗାଡ଼ିଗୁଡ଼ିକ ଉପରୁ ଜରିମାନା ଆଦାୟ କରାଯିବ । ମୋଟ୍‌ ଉପରେ କୌଣସି ବି ପରସ୍ଥିତିରେ ପୁରୁଣା ଗାଡ଼ି ଯେମିତି ରାସ୍ତାରେ ନଚାଲିବ ସେନେଇ ଧ୍ୟାନ ଦେବାକୁ ସରକାର ନିର୍ଦ୍ଦେଶ ଦେବା ପରେ ଏବେ ଆକ୍ସନ ମୋଡ୍‌ରେ ପରିବହନ ବିଭାଗ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe