କନକ ବ୍ୟୁରୋ: ଓଡ଼ିଶାର ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ମ୍ୟାଲେରିଆ ମାମଲା ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତମ ସ୍ୱାସ୍ଥ୍ୟ ସୁବିଧାର ଅଭାବ, ଅନିୟମିତ ଚିକିତ୍ସା ସେବା ଓ ନିରୋଧାତ୍ମକ ପଦକ୍ଷେପର ଅଭାବ ମ୍ୟାଲେରିଆକୁ ମୁଣ୍ଡ ଟେକିବାରେ ସହାୟକ ହେଉଛି । ବର୍ଷ ବର୍ଷ ଧରି ମ୍ୟାଲେରିଆମୁକ୍ତ ଅଭିଯାନ ଚାଲୁଥିଲେ ମଧ୍ୟ, ଆଜି ପର୍ଯନ୍ତ ମୂଳ ସମସ୍ୟା ମୂଳୋତ୍ପାଟନ ହୋଇପାରୁନି । ଆଉ ଏଭଳି ସଙ୍କଟ ସମୟରେ ‘ଦମନ’ ସିନେମା କଥା ମନେପଡ଼ି ଯାଉଛି ।
ରାଜ୍ୟର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ମ୍ୟାଲେରିଆରେ ମୃତ୍ୟୁ ଖବର ଆସୁଥିବାବେଳେ ଖଟିରେ ଏବେ ‘ଦମନ’ ସିନେମାର ଘଟଣାକୁ ନେଇ ଚର୍ଚ୍ଚା । ଯେଉଁଥିରେ ଏକ ଯୁବ ଡାକ୍ତର ମାଲକାନଗିରି ଜିଲ୍ଲାରେ ଥିବା ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ବିରୋଧରେ ଲଢ଼ିଥିଲେ । ସେଠାରେ ସରକାରୀ ସହଯୋଗ, ସଚେତନାତା ଅଭିଯାନ ଓ ନିଷ୍ଠାବାନ କର୍ମଚାରୀମାନଙ୍କ ଚେଷ୍ଟା ମାଧ୍ୟମରେ ଗାଁକୁ ମ୍ୟାଲେରିଆ ମୁକ୍ତ କରାଇଥିଲେ । ଏହି ସିନେମା ଦେଶବ୍ୟାପୀ ଭାବେ ପ୍ରଶଂସା ପାଇଥିଲେ ମଧ୍ୟ, ବର୍ତ୍ତମାନ ସରକାର କିମ୍ବା ପ୍ରଶାସନ ସେଥିରୁ କିଛି ଶିଖି ପାରିନଥିବା ଲୋକେ କହୁଛନ୍ତି ।
ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ କର୍ମଚାରୀମାନେ କହୁଛନ୍ତି ଯେ, ଟେଷ୍ଟ କିଟ୍ ଅଭାବ, ଔଷଧ ଓ ବ୍ୟବସ୍ଥାପନାର ଅନିୟମିତତା ବଡ଼ ସମସ୍ୟା । ଗାଁକୁ ଗାଁ ସ୍ୱାସ୍ଥ୍ୟ ଟିମ୍ ଯିବା ହେଉଛି ବହୁତ କାଠିକର ପାଠ । ଏଥିସହିତ ଗ୍ରାମବାସୀମାନଙ୍କ ମଧ୍ୟରେ ମ୍ୟାଲେରିଆ ନିରୋଧ ପାଇଁ ସଚେତନତାର ଘୋର ଅଭାବ ରହିଛି । ବହୁତ ଘରେ ଆଜି ବି ମଶାରି ବ୍ୟବହାର ହେଉନାହିଁ ।
ବିଶେଷଜ୍ଞମାନେ କହୁଛନ୍ତି, ସରକାର ଯଦି ଦୀର୍ଘକାଳୀନ ଓ ଦୃଢ଼ ନୀତି ଗ୍ରହଣ କରି ସ୍ୱାସ୍ଥ୍ୟ ଢାଞ୍ଚାକୁ ଶକ୍ତିଶାଳୀ ନକରିବେ, ତେବେ ମ୍ୟାଲେରିଆ ଏମିତି ଅନେକ ଜୀବନ ନେଉଥିବ । ଆଉ ‘ଦମନ’ ଏକ ସିନେମା ହେଲେ ମଧ୍ୟ ସେଥିରୁ କିଛି ଶିଖି ବାସ୍ତବରେ ଲାଗୁ କରିବା ସମୟ ଏବେ ଆସିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/08/08/69-2025-08-08-13-56-04.jpg)