Odisha Assembly : ପ୍ରସଙ୍ଗ ମାଳମାଳ : ଆଲୋଚନା ପୂରା ଦୁର୍ବଳ

ଏସନ ଡେରିରେ ଆରମ୍ଭ ହେଲା ବିଧାନସଭା । ବିଧାନସଭା କାହିଁକି ଡେରିରେ ହେଲା ସେନେଇ ଶାସକ ଦଳକୁ ବିରୋଧୀ ପ୍ରଶ୍ନ କରିଥିଲା । କହିଥିଲା, ପ୍ରସଙ୍ଗ ମାଳମାଳ ଥିବାରୁ ସରକାର ଜାଣିଶୁଣି ଅଧିବେଶନ ଡାକୁନାହା

Odisha Assembly

Odisha Assembly Photograph: (Kanak News)

କନକ ବ୍ୟୁରୋ: ବିଧାନସଭା ଚାଲିପାରୁନି, ଦୋଷ ବିରୋଧୀଙ୍କର । ସିଧାସିଧା ବିଧାନସଭା ଚାଲିପାରୁନଥିବାରୁ ବିରୋଧୀ ଦଳଙ୍କୁ ଟାର୍ଗେଟ୍‌ କଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଖାଲି ଟାର୍ଗେଟ୍‌ କରିଛନ୍ତି ତାହା ନୁହେଁ ବରଂ ବିଧାନସଭା ଜାଣିଶୁଣି ଶାସକ ଦଳ ଚଲାଇଦେଉନାହାନ୍ତି ବୋଲି ଅଭିଯୋଗ କଲେ । ଏହାସହ କହିଲେ, ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ବିରୋଧୀ ଜାଣିଶୁଣି ବିଧାନସଭା ଚଲାଇଦେଉନାହାନ୍ତି । କଂଗ୍ରେସ ଓ ବିଜେଡି ବିରୋଧରେ ମେଡାଲକୁ ନେଇ ପ୍ରତିଯୋଗିତା ଚାଲିଛି…

ବିଧାନସଭା ଚାଲିପାରୁନି 
ବିରୋଧୀଙ୍କୁ ଦୋଷ ଦେଉଛନ୍ତି ଶାସକ
ଶାସକ ଦୋଷ ଦେଉଛନ୍ତି ବିରୋଧୀଙ୍କୁ

ବିଧାନସଭା ଆରମ୍ଭ ହୋଇଛି
ହେଲେ ଆଲୋଚନା ହେଉନି
ସାରଠୁ…ନାରୀ ସୁରକ୍ଷା…
ପ୍ରସଙ୍ଗ ମାଳମାଳ…ଆଲୋଚନା ପୂରା ଦୁର୍ବଳ

ଏସନ ଡେରିରେ ଆରମ୍ଭ ହେଲା ବିଧାନସଭା । ବିଧାନସଭା କାହିଁକି ଡେରିରେ ହେଲା ସେନେଇ ଶାସକ ଦଳକୁ ବିରୋଧୀ ପ୍ରଶ୍ନ କରିଥିଲା । କହିଥିଲା, ପ୍ରସଙ୍ଗ ମାଳମାଳ ଥିବାରୁ ସରକାର ଜାଣିଶୁଣି ଅଧିବେଶନ ଡାକୁନାହାନ୍ତି । ହେଲେ ଏବେ ଅଧିବେଶନ ତ ହେଲା…କିନ୍ତୁ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରୁନି । ଗୁରୁବାରଠୁ ଆରମ୍ଭ ହୋଇଛି ବିଧାନସଭା । ପୂରା ରାଜ୍ୟରେ ବିଧାନସଭାକୁ ଅପେକ୍ଷା ରହିଥିଲା କେମିତି ପ୍ରସଙ୍ଗକୁ ନେଇ ବିରୋଧୀ ଆଲୋଚନା କରିବେ । ହେଲେ ସବୁ ଆଶା ଧୋଇଗଲା । କାରଣ ବିରୋଧୀ-ଶାସକ ଦଳ ମଧ୍ୟରେ ଦୋଷ ଲଦାଲଦି ସ୍ଥିତିକୁ ନେଇ ଏବେ ଗୃହ ଅଚଳ ।

ଦ୍ବିତୀୟ ଦିନରେ ଯାହା ହେଲା
ତୃତୀୟ ଦିନରେ ବି ସମାନ ସ୍ଥିତି

ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବି ବିରୋଧୀଙ୍କ ହଟ୍ଟଗୋଳରେ କଟିଥିଲା, ତୃତୀୟ ଦିନରେ ବି ସ୍ଥିତି ସମାନ । କଥାହେଲା ଏବେ 'ରାଜ୍ୟରେ ସାର ଓ ୟୁରିଆ ସଙ୍କଟ, ଚାଷୀ ହନ୍ତସନ୍ତ, ଅପରାଧ ଓ ନାରୀ ସୁରକ୍ଷା ପରି ମାଳମାଳ ପ୍ରସଙ୍ଗ ବିରୋଧୀଙ୍କ ପାଖରେ ରହିଛି । ହେଲେ ଆଲୋଚନା ହୋଇପାରୁନାହିଁ । ମୋଟ୍‌ ଉପରେ ବିଧାନସଭା ଉପରେ ପୂରା ରାଜ୍ୟର ନଜିର ଥିବା ବେଳେ ଏବେ ଯେଉଁସ୍ଥିତି ସୃଷ୍ଟି ହୋଇଛି ତାହା ପାଇଁ ଦାୟୀ କିଏ ସେନେଇ ଉଠିଲାଣି ପ୍ରଶ୍ନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe