America Russia : ପୁଟିନ୍‌ଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ : ସବୁ ଆଶା ଫସର ଫାଟିଗଲା

Advertisment

ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା

ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା

Trump Puttin

Trump Puttin Photograph: (Kanak News)

କନକ ବ୍ୟୁରୋ: ଆଲାସ୍କା ମିଟିଂ ଉପରେ ପୂରା ବିଶ୍ବର ନଜର ଥିଲା । କାରଣ ବିଶ୍ବର ୨ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ୱାନ ଟୁ ୱାନ ଆଲୋଚନା ହେବାର ଥିଲା । ଏହି ମିଟିଂକୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଥିଲା । କାରଣ ଋଷିଆ ୟୁକ୍ରେନ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ବନ୍ଦ ପାଇଁ ଆମେରିକା ବାରମ୍ବାର ଚେଷ୍ଟା କରିବା ପରେ ବି ଯୁଦ୍ଧର ପରିସମାପ୍ତି ହୋଇପାରୁନଥିଲା । ସେଇଥି ଲାଗି ତ ଆଲାସ୍କାରେ ଦୁଇ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା । ହେଲେ ବୈଠକରେ କୌଣସି ସମାଧାନ ହୋଇପାରିଲାନି ।

ଟ୍ରମ୍ପ କହିଲେ…ପୁଟିନ୍‌ ମାନିଲେନି
ମନେ ମନେ ହିରୋ ହେବେ ଭାବୁଥିଲେ ଟ୍ରମ୍ପ
ଫେଲ୍‌ ମାରିଲା ଆଲାସ୍କା ବୈଠକ
ଦୁଇ ନେତା ସାମ୍ନାସାମ୍ନା ବସିବା ପରେ କିଛି ହେଲାନି

ଆଲାସ୍କାର ଆଙ୍କୋରେଜରେ ବିଶ୍ବର ଦୁଇ ମହାଶକ୍ତିଙ୍କ ବୈଠକ ଶେଷ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ସକାରାତ୍ମକ ଥିବା ବୋଲି କୁହାଗଲେ ବି ଏଥିରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ । ବୈଠକ ପରେ ଦୁଇ ନେତା ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧନ କରିଥିଲେ, ମାତ୍ର ସାମ୍ବାଦିକମାନଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥି‌ଲେ ।

ବୈଠକ ପରେ ପ୍ରେସମିଟ୍‌ କଲେ ପୁଟିନ୍‌
କହିଲେ, ଯୁକ୍ରେନ୍‌କୁ ନେଇ ହୋଇଛି ବଡ଼ ଆଲୋଚନା

ବୈଠକ ପରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପୁଟିନ କହିଛନ୍ତି, ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦୁଇ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ । ରୁଷ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଯେଉଁପରି ଭାବରେ ଚେଷ୍ଟା କରୁଛନ୍ତି ତାହା ପ୍ରଶଂସା ଯୋଗ୍ୟ ନିଶ୍ଚିତ । ସେପଟେ ଆଗାମୀ ଦିନରେ ଉଭୟ ରାଷ୍ଟ୍ର ବ୍ୟବସାୟ କ୍ଷେତ୍ରରେ ବହୁ ଆଗକୁ ଯିବେ ବୋଲି ସେ ଆଶା କରିଛନ୍ତି । 

ସେପଟେ, ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ସେ ଖୁବଶୀଘ୍ର ନାଟୋ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ କଥା ହେବେ । ଆଗାମୀ ଦିନରେ ସେ ପୁଟିନ୍‌ଙ୍କ ସହ ପୁଣି ଥରେ ଆଲୋଚନା କରିବେ ବୋଲି କହିଛନ୍ତି । ମୋଟ୍‌ ଉପରେ ଆମେରିକା-ଋଷିଆକୁ ନେଇ ପୂରା ବିଶ୍ବରେ ଏବେ ଚର୍ଚ୍ଚା ଚାଲିଛି । ତେବେ ଆଗାମୀ ଦିନରେ ଯୁଦ୍ଧ ଥମିବ କି ବଢ଼ିବ ତାହାକୁ ନେଇ ଚର୍ଚ୍ଚା ଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe