କନକ ବ୍ୟୁରୋ : ନିକୋଲା ଟେସଲା... ଏହି ମହାନ ବ୍ୟକ୍ତିଙ୍କ ବିସୟରେ ବୋଧ ହୁଏ ଖୁବ୍ କମ୍ ଲୋକ ଜାଣିଥିଲେ । ନିକୋଲା ଟେସଲା ଥିଲେ ଜଣେ ମହାନ ବୈଜ୍ଞାନିକ । ଯିଏକି ଚାହୁଁଥିଲେ ସାରା ପୃଥ୍ୱୀବିକୁ ମାଗଣାରେ ଏବଂ ୱେୟାରଲେସ୍ ଇଲେକ୍ଟ୍ରି ସିଟି ଯୋଗାଇବାକୁ । ଅର୍ଥାତ୍ କହିବାକୁ ଗଲେ ସେ ଚାହୁଥିଲେ ଆଜିକାଲି ଯେପରି ମୋବାଇଲ୍ ବିନା ୱୟାରରେ ବ୍ୟବହାର ହେଉଛି । ବିନା ୱୟାରରେ ଏୟାର ନେଟୱର୍କ ଜରିଆରେ ଫୋନ୍ କଲ କରିପାରୁଛେ, ଠିକ୍ ସେହିଭଳି ଘରେ ଘରେ ୱୟାରଲେସ୍ ଇଲେକ୍ଟ୍ରିସିଟି ପହଞ୍ଚାଇବା ପାଇଁ । କିନ୍ତୁ ଜଣେ ବ୍ୟବସାୟୀ ତାଙ୍କର ଏହି ସ୍ବପ୍ନକୁ ମାଟିରେ ମିଶାଇଦେଲେ । ନିଜ ସ୍ବାର୍ଥ ପାଇଁ ନିକୋଲାଙ୍କୁ ଫସାଇଦେଲେ । ତାଙ୍କ ସ୍ବପ୍ନ କେବଳ ଏକ ସ୍ବପ୍ନରେ ରହିଗଲା । ପ୍ରକୃତରେ କଣ ଘଟିଥିଲା ଆସନ୍ତୁ ବିସ୍ତୃତ ଭାବେ ଜାଣିବା...
ନିକୋଲା ଚାହୁଥିଲେ ଘରେ ଘରେ କରେଣ୍ଟ ପହଞ୍ଚାଇବା ପାଇଁ କୌଣସି ତାର କିମ୍ବା ରାସ୍ତାରେ ଇଲେକ୍ଟ୍ରିକ୍ ଖୁଣ୍ଟ ନରହୁ । ଏୟାରରେ ହିଁ ଘରେ ଘରେ କରେଣ୍ଟ ପହଞ୍ଚୁ । ଏହାକୁ ବନାଇବା ପାଇଁ ସେ ଅନେକ କଷ୍ଟ କରିଥିଲେ, ଅନେକ୍ ବିଫଳତା ପରେ ସେହି ଦିନ ଆସିଥିଲା ଯେତେବେଳେ ସେ ତାଙ୍କ ପରୀକ୍ଷଣରେ ସଫଳ ହୋଇଥିଲେ । ୧୮୯୯ ମସିହାରେ ତାଙ୍କର କିଛି ଫଟୋ ସାମ୍ନାକୁ ଆସିଲା... ଯେଉଁଥିରେ ସେ ଇଲେକ୍ଟ୍ରିକ୍ ବଲ୍ବକୁ ହାତରେ ଧରିଥିଲେ ଏବଂ ସେହି ବଲ୍ବ ବିନା କୌଣସି କନେକସନ୍ରେ ଜଳୁଥିଲା । ତାଙ୍କର ପରୀକ୍ଷଣ ସଫଳ ହୋଇଥିଲା । ସେ ଏକ ଟାୱାର ବନାଇଥିଲେ । ଯାହାର ନାଁ ଥିଲା ୱାର୍ଡର୍ଣ୍ଣକ୍ଲାଇଫ୍ ଟାୱାର । ଏହି ଟାୱାର ଦ୍ୱାରା ବିନା କନେକସନ୍ ବିନା ୱେୟାରରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ କରେଣ୍ଟ ପହଞ୍ଚାଯାଇପାରୁଥିଲା । ଆଉ ସେ ଚାହୁଥିଲେ ସାରା ବିଶ୍ବକୁ ଏହି ପ୍ରକ୍ରିୟାରେ ସାମିଲ କରିବା ପାଇଁ । କିନ୍ତୁ ଫଣ୍ଡ ବା ଟଙ୍କା ଅଭାବ ସ୍ୱପ୍ନ ମଝିରେ ବାଧା ହୋଇ ଛିଡ଼ା ହୋଇଥିଲା । ଏତେ ବଡ଼ ପ୍ରୋଜେକ୍ଟ ପାଇଁ ବଡ଼ ଫଣ୍ଡର ବି ଆବଶ୍ୟକତା ରହିଥିଲା । ଫଣ୍ଡ୍ ଏକାଠି କରିବା ପାଇଁ ସେ ବଡ଼ ବଡ଼ କମ୍ପାନୀ ପାଖକୁ ଯାଇଥିଲେ, ଶେଷରେ ଜଣେ ବ୍ୟବସାୟୀ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ।
୧୯୦୦ ମସିହାରେ ଜେପି ମାର୍ଗନ ନାମକ ଜଣେ ବ୍ୟବସାୟୀ ତାଙ୍କୁ ୧୫୦,୦୦୦ ଡଲାର୍, ଆଜିର ମୂଲ୍ୟରେ ପ୍ରାୟ ୫ମିଲିୟନ୍ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪୦ କୋଟି ଟଙ୍କା ଦେଇଥିଲେ । ଏଠାରେ ଆପଣ ଭାବୁଥିବେ ଏତେ ବଡ଼ ଆମାଉଣ୍ଟ ଦେଇଁ ଜେପି ମାର୍ଗନ ଟେସଲାଙ୍କ ଉଦଭାବନକୁ ଆଗକୁ ନେବାକୁ ଚାହୁଁଥିଲେ । ନା... ଏହା ଥିଲା ଜେପି ମାର୍ଗନଙ୍କ ଏକ ଷଡ଼ଯନ୍ତ୍ର...
ମାର୍ଚ୍ଚ ୧୯୦୧
ଜେପି ମାର୍ଗନ୍ ଟେସଲାଙ୍କ ଏହି ପ୍ରୋଜେକ୍ଟକୁ ଫଣ୍ଡ ଯୋଗାଇବା ପାଇଁ ଏକ କଣ୍ଟ୍ରାକ୍ଟ ସାଇନ୍ କଲେ । ୧୫୦.୦୦୦ ହଜାର ଡଲାର୍ ଦେଇ ଟେସଲାର ୫୦ପ୍ରତିଶତ ସେୟାରକୁ କିଣିନେଲେ । ଅର୍ଥାତ୍ ୫୦ପ୍ରତିଶତ ଅଂଶୀଦାର ପାଲଟିଗଲେ ଜେପି ମାର୍ଗନ୍ । ସେପଟେ ଫଣ୍ଡ ପାଇବା ପରେ ଟେସଲା ଜୋରଦାର କାମ ଆରମ୍ଭ କରିଦେଇଥିଲେ । ଆମେରିକାର ଲଙ୍ଗ ଆୟରଲ୍ୟାଣ୍ଡରେ ୨୦୦ ଏକର ଜମି କିଣି ସେଠାରେ ପ୍ରୋଜେକ୍ଟ ଆରମ୍ଭ କଲେ । କିନ୍ତୁ ଜେପି ମାର୍ଗନ୍ ଦେଇଥିବା ଫଣ୍ଡ କମ୍ ପଡ଼ିଥିଲା । ତେଣୁ ଟେସଲା ବାଧ୍ୟ ହୋଇ ପୁଣି ଜେପି ମାର୍ଗନଙ୍କୁ ଫଣ୍ଡ ମାଗିଥିଲେ, କିନ୍ତୁ ଜେପି ମାର୍ଗନ ଫଣ୍ଡ ଯୋଗାଇବାକୁ ସଫା ସଫା ମନା କରିଦେଇଥିଲେ । ଏବଂ ଅନ୍ୟ କମ୍ପାନୀଙ୍କୁ ବି ଟେସଲାଙ୍କୁ ଫଣ୍ଡ ଦେବା ପାଇଁ ରୋକିଥିଲେ । ଆଉ ଫଣ୍ଡ ଅଭାବରୁ ଏହି ପ୍ରୋଜେକ୍ଟକୁ ଛାଡ଼ିବା ପାଇଁ ବାଧ୍ୟ ହୋଇଥିଲେ ନିକୋଲା ଟେସଲା ।
ଏସବୁ ଭିତରେ ଏକ ବଡ଼ ଷଡ୍ଯନ୍ତ୍ର ଲୁଚିରହିଥିଲା । ଜେପି ମାର୍ଗନଙ୍କ ଇଲେକ୍ଟ୍ରି ସହ ଜଡିତ ସବୁ ସାମଗ୍ରୀ, ଯେପରେ ତାର, ଟ୍ରାନ୍ସଫରମର୍, କଏଲ୍ ଭଳି ଇଲେକ୍ଟ୍ରିକ୍ ଜିନିଷର ବ୍ୟବସାୟ ଥିଲା । ଯଦି ନିକୋଲାଙ୍କ ପ୍ରୋଜେକ୍ଟ ସଫଳ ହୋଇଥାନ୍ତା ତେବେ ଜେପି ମାର୍ଗନଙ୍କ ବ୍ୟବସାୟ ଠପ୍ ହୋଇଯାଇଥାନ୍ତା । ତେଣୁ ଏହାକୁ ରୋକିବା ପାଇଁ, ନିକୋଲା ଟେସଲାଙ୍କୁ ବରବାଦ କରିବା ପାଇଁ ଏପରି ଷଡ୍ଯନ୍ତ୍ର ରଚିଥିଲେ ଜେପି ମାର୍ଗନ୍ ।
ଯଦି ନିକୋଲା ଟେସଲାଙ୍କ ଏହି ପ୍ରୋଜେକ୍ଟ ସଫଳ ହୋଇଥାନ୍ତା ତେବେ ଆଜି ସାରା ବିଶ୍ବ ବିନା ୱୟାରରେ ଏବଂ ମାଗଣାରେ କରେଣ୍ଟ୍ ପାଉଥାନ୍ତା...