ରାଧିକା ହତ୍ୟା ଘଟଣାରେ ନୂଆମୋଡ଼; ମର୍ଡର ମିଷ୍ଟ୍ରୀରେ ଏଲଭିସଙ୍କ ଏଣ୍ଟ୍ରି, ପୁଲିସ ଖୋଲିବ ତ ହତ୍ୟା ରହସ୍ୟ?

ଏହାରି ଭିତରେ ରାଧିକା ହତ୍ୟାଘଟଣାରେ ଯୋଡ଼ି ହୋଇଛି ବିଗବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ନାଁ ।

48ss

crime Photograph: (kanak news)

କନକ ବ୍ୟୁରୋ: ଟେନିସ୍ ଖେଳାଳି ରାଧିକା ଯାଦବ ହତ୍ୟା ଘଟଣାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି । ନିଜ ଝିଅକୁ ବାପା ଗୁଳିକରି ହତ୍ୟା କରିବା ସ୍ବୀକାର କରିଥିଲେ ବି ପୁଲିସର ସନ୍ଦେହୀ ଆଖି ଏବେ ବିଭିନ୍ନ ଦିଗରୁ ତଥ୍ୟ ଖୋଜିବାରେ ଲାଗିଛି । ଆଉ ଏହାରି ଭିତରେ ରାଧିକା ହତ୍ୟାଘଟଣାରେ ଯୋଡ଼ି ହୋଇଛି ବିଗବସ୍ ବିଜେତା ତଥା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ନାଁ ।

ଗୁରୁଗ୍ରାମର ୨୫ ବର୍ଷୀୟା ଟେନିସ୍ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । କେତେବେଳେ ରିଲ୍ସ ପାଇଁ ହତ୍ୟା ତ କେତେବେଳେ ମ୍ୟୁଜିକ୍ ଭିଡିଓ ପାଇଁ ହତ୍ୟା ହୋଇଥିବା ଚର୍ଚ୍ଚା ହେଉଛି । ହେଲେ ପୁଲିସର ସୂଚନା ମୁତାବକ, ରାଧିକା ଯାଦବ ଏଲଭିସ ଯାଦବଙ୍କ ଭଳି ଫେମସ୍ ହେବାକୁ ଚାହୁଥିଲେ । ଆଉ ଉଭୟ ବଞ୍ଜୀରାବାଦର ବାସିନ୍ଦା । କାନ୍ଧରେ ଆଘାତ ଲାଗିବା ପରେ ରାଧିକା ଏଲଭିସଙ୍କ ପରି ସୋସିଆଲ ମିଡିଆରେ କଣ୍ଟେଟ୍ କରି ରୋଜଗାର କରିବାକୁ ଘରେ ବାରମ୍ବାର କହୁଥିଲେ । ହେଲେ ରାଧିକାଙ୍କ ବାପା ଏହାକୁ ପସନ୍ଦ କରୁନଥିଲେ । ଏବେ ପୁଲିସ ରାଧିକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟର ଖୋଳତାଡ଼ କରିବା ପୂର୍ବରୁ ହିଁ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଡି-ଆକ୍ଟିଭେଟ୍ ହୋଇଯାଇଛି । ଯାହାକୁ ନେଇ ପୁଲିସର ସନ୍ଦେହ ଆହୁରି ବଢ଼ିବାରେ ଲାଗିଛି ।

ସେପଟେ ପୁଲିସ ତଦନ୍ତରୁ ଆଉ ନାଁ ମଧ୍ୟ ସାମ୍ନାକୁ ଆସିଛି । ରାଧିକାଙ୍କ ସହ-ଅଭିନେତା ଇନାମୁଲ ହକଙ୍କର ଏହି ହତ୍ୟା ସହ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ଯିଏ ରାଧିକାଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିଥିଲେ । ଏନେଇ ଇନାମୁଲ କହିଛନ୍ତି, ସେ ୨୦୨୩ରେ ଦୁବାଇରେ ମ୍ୟୁଜିକ୍ ଭିଡିଓ ସୁଟିଂ ସମୟରେ ରାଧିକାଙ୍କୁ ଶେଷ ଥର ପାଇଁ ଭେଟିଥିଲେ । ରାଧିକା ତାଙ୍କୁ କହିଥିଲେ ଯେ, ତାଙ୍କ ବାପା ଗୀତଟିକୁ ପସନ୍ଦ କରିଥିଲେ । ହତ୍ୟା ଘଟଣା ସହ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ଅନ୍ୟପଟେ ଝିଅ ଟେନିସ୍ ଏକାଡେମି ଚଳାଇବା ନେଇ ବାପା ଅସନ୍ତୁଷ୍ଟ ଥିଲେ, ଯାହା ହତ୍ୟାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଦେଖିବା ରାଧିକାଙ୍କ ମୃତ୍ୟୁ ରହସ୍ୟ ନେଇ ପ୍ରକୃତ ସତ୍ୟ ଘଟଣା କେବେ ସାମ୍ନାକୁ ଆସୁଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe