ନାମ ଦେଇଦେବ ନାଲି ଶାଢ଼ି ଟ୍ରେଣ୍ଡ୍, ନାନୋ ବାନାନା ନାଁରେ ଚୋରି ହୋଇପାରେ ତଥ୍ୟ

Advertisment

ଯେହେତୁ ମୋବାଇଲ୍‌ରେ ଗୋଟିଏ ଅନ୍‌ଲାଇନ୍ ସେବା ସହ ଅନ୍ୟ ଏକ ସେବା ଲିଙ୍କ୍ ଥାଏ, ତେଣୁ ଆପଣଙ୍କ ଫଟୋ ଅନ୍‌ଲାଇନ୍ ଲିଙ୍କ୍ ହେବାର ସମ୍ଭାବନା ରହିଥାଏ । ଯାହାକି ବିଭିନ୍ନ ପ୍ରକାର ଆପରାଧିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇପାରେ ।

ଯେହେତୁ ମୋବାଇଲ୍‌ରେ ଗୋଟିଏ ଅନ୍‌ଲାଇନ୍ ସେବା ସହ ଅନ୍ୟ ଏକ ସେବା ଲିଙ୍କ୍ ଥାଏ, ତେଣୁ ଆପଣଙ୍କ ଫଟୋ ଅନ୍‌ଲାଇନ୍ ଲିଙ୍କ୍ ହେବାର ସମ୍ଭାବନା ରହିଥାଏ । ଯାହାକି ବିଭିନ୍ନ ପ୍ରକାର ଆପରାଧିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇପାରେ ।

24

କନକ ବ୍ୟୁରୋ: ନାନୋ ବାନାନା; ସୁରକ୍ଷିତ ନା ନୁହେଁ? ଏଭଳି ପ୍ରଶ୍ନ ଭିତରେ ଏବେ କିଛି ସାଇବର ଏକ୍ସପର୍ଟ ଏହା ଅସୁରକ୍ଷିତ ବୋଲି ଯୁକ୍ତି ବାଢ଼ିଛନ୍ତି । ଏପରିକି ଏଆଇରେ ଏହି ଭଳି ଭାବେ ଫଟୋ ତିଆରି କଲେ ନିଜର ବ୍ୟକ୍ତିଗତ ଡାଟା ସହ ଫେସିଆଲ୍ ଇମେଜ୍ ଚୋରି ହେଉଥିବା କୁହାଯାଉଛି । ଯାହାକୁ କି ସାଇବର ଠକମାନେ ପରେ ଅପବ୍ୟବହାର କରିପାରନ୍ତି ବୋଲି ସାଇବର୍ ଏକ୍ସପର୍ଟ ସତର୍କ କରାଇଦେଇଛନ୍ତି ।

ଏପଟେ ଅନ୍ୟ କିଛି ସାଇବର୍ ବିଶେଷଜ୍ଞ ଯୁକ୍ତି ବାଢ଼ୁଛନ୍ତି ଯେ ଗୁଗଲ ପାଖରେ ଆମେ ଆମର ସମସ୍ତ ତଥ୍ୟ ଓ ଫଟୋ ଷ୍ଟୋର୍ କରି ରଖୁଛେ । ଫଳରେ ଏବେ ଯେଉଁ ଫଟୋ ଆମେ ଏଆଇ ଫଟୋ ତିଆରି ପାଇଁ ଦେଉଛୁ ତାହା ପୂର୍ବରୁ ହିଁ ଗୁଗଲ୍ ପାଖରେ ରହିଛି । ଏଣୁ ଆମର କୌଣସି ତଥ୍ୟ ପୂର୍ବରୁ ହିଁ ଗୋପନୀୟ ନୁହେଁ । ସାଇବର ସିକ୍ୟୁରିଟି ବିଶେଷଜ୍ଞ ତଥା ଡିପ୍‌ଷ୍ଟ୍ରାଟ୍ ସିଇଓ ସୈକତ୍ ଦତ୍ତ କହିଛନ୍ତି, ଯେତେବେଳେ ଏଆଇରେ ଆମେ ଫଟୋ କ୍ରିଏଟ୍ ପାଇଁ ନିଜ ଫେସ୍ ଇମେଜ୍ ଅପ୍‌ଲୋଡ୍ କରୁ, ଏହା ଆମର ଫେସକୁ କିଛି ସୟମ ଅନୁଶୀଳନ କରି ଜେନେରେଟ୍ କରିଥାଏ । ଯେହେତୁ ମୋବାଇଲ୍‌ରେ ଗୋଟିଏ ଅନ୍‌ଲାଇନ୍ ସେବା ସହ ଅନ୍ୟ ଏକ ସେବା ଲିଙ୍କ୍ ଥାଏ, ତେଣୁ ଆପଣଙ୍କ ଫଟୋ ଅନ୍‌ଲାଇନ୍ ଲିଙ୍କ୍ ହେବାର ସମ୍ଭାବନା ରହିଥାଏ । ଯାହାକି ବିଭିନ୍ନ ପ୍ରକାର ଆପରାଧିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇପାରେ ।

ଖାଲି ଏତିକି ଏତିକି ନୁହେଁ କେୱାଇସି ଓ ଫେସ୍ ଚିହ୍ନଟ ଦ୍ବାରା ବ୍ୟାଙ୍କ ସେବା ହେଉ ବା ବିଭିନ୍ନ କ୍ଷେତ୍ରରେ ଜରୁରି ହୋଇଥାଏ । ଯଦି ଆମ ଫେସିଆଲ୍ ଇମେଜ୍ ଚୋରି ହୁଏ, ତେବେ ଶହ ଶହ ସଂଖ୍ୟାରେ ନକଲି ଡକ୍ୟୁମେଣ୍ଟ୍‌ ତିଆରି ହେବ । ଏଥିସହ ଅନେକ ଗୁରୁତର ଅପରାଧ ଏବଂ ଆର୍ଥିକ ହେର୍‌ଫେର୍ ହୋଇପାରେ ।

ଗୁଗଲର କହିବା ମୁତାବକ, ଜେମିନିରେ ତିଆରି କରାଯାଉଥିବା ଫଟୋରେ ‘ସିନ୍ଥଆଇଡି’ ନାମକ ଏକ ଅଦୃଶ୍ୟ ଡିଜିଟାଲ୍ ୱାଟର୍‌ମାର୍କ ରହିଥାଏ । ଯାହାକି ଆମ ଗ୍ରାହକମାନଙ୍କୁ ଏକ ଗୋପନୀୟ ତଥା ସ୍ବଚ୍ଛ ସେବା ଯୋଗାଇବାରେ ଆମକୁ ସାହାଯ୍ୟ କରୁଛି । ତେବେ ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ୱାଟର୍‌ ମାର୍କକୁ ଅତି ସହକରେ ଟ୍ୟାମ୍ପର କରିହେବ । ରିୟାଲିଟି ଡିଫେଣ୍ଡର୍‌ର ସିଇଓ ବେନ୍‌ କୋଲ୍‌ ମାନ୍‌ଙ୍କ ମତରେ, ସୁରକ୍ଷା ଦୃଷ୍ଟିରୁ ୱାଟର୍‌ମାର୍କ ସ୍ଵତନ୍ତ୍ର ଶୁଣାଯାଉଥିଲେ ବି ବାସ୍ତବ କ୍ଷେତ୍ରରେ ଏହାକୁ ଅତି ସହଜରେ ନକଲ କରିହେବ । ଏଥିସହ ଏହାକୁ ହଟାଇବା ଓ ଗୁରୁତ୍ବହୀନ କରିବା ମଧ୍ୟ ସହଜ । ଫଟୋରେ ୱାଟର୍ ମାର୍କ ଦେବା ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞ ଯୁକ୍ତି ବାଢ଼ିଛନ୍ତି । ତେବେ ଏହା ସୁରକ୍ଷିତ କି ନୁହେଁ ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାର ଏନେଇ କିଛି ଗାଇଡ୍‌ଲାଇନ୍ ବା ସ୍ପଷ୍ଟତା ଆଣିବାକୁ ସଚେତନ ନାଗରିକମାନେ ଅନୁରୋଧ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe