କନକ ବ୍ୟୁରୋ: ନାନୋ ବାନାନା; ସୁରକ୍ଷିତ ନା ନୁହେଁ? ଏଭଳି ପ୍ରଶ୍ନ ଭିତରେ ଏବେ କିଛି ସାଇବର ଏକ୍ସପର୍ଟ ଏହା ଅସୁରକ୍ଷିତ ବୋଲି ଯୁକ୍ତି ବାଢ଼ିଛନ୍ତି । ଏପରିକି ଏଆଇରେ ଏହି ଭଳି ଭାବେ ଫଟୋ ତିଆରି କଲେ ନିଜର ବ୍ୟକ୍ତିଗତ ଡାଟା ସହ ଫେସିଆଲ୍ ଇମେଜ୍ ଚୋରି ହେଉଥିବା କୁହାଯାଉଛି । ଯାହାକୁ କି ସାଇବର ଠକମାନେ ପରେ ଅପବ୍ୟବହାର କରିପାରନ୍ତି ବୋଲି ସାଇବର୍ ଏକ୍ସପର୍ଟ ସତର୍କ କରାଇଦେଇଛନ୍ତି ।

Advertisment

ଏପଟେ ଅନ୍ୟ କିଛି ସାଇବର୍ ବିଶେଷଜ୍ଞ ଯୁକ୍ତି ବାଢ଼ୁଛନ୍ତି ଯେ ଗୁଗଲ ପାଖରେ ଆମେ ଆମର ସମସ୍ତ ତଥ୍ୟ ଓ ଫଟୋ ଷ୍ଟୋର୍ କରି ରଖୁଛେ । ଫଳରେ ଏବେ ଯେଉଁ ଫଟୋ ଆମେ ଏଆଇ ଫଟୋ ତିଆରି ପାଇଁ ଦେଉଛୁ ତାହା ପୂର୍ବରୁ ହିଁ ଗୁଗଲ୍ ପାଖରେ ରହିଛି । ଏଣୁ ଆମର କୌଣସି ତଥ୍ୟ ପୂର୍ବରୁ ହିଁ ଗୋପନୀୟ ନୁହେଁ । ସାଇବର ସିକ୍ୟୁରିଟି ବିଶେଷଜ୍ଞ ତଥା ଡିପ୍‌ଷ୍ଟ୍ରାଟ୍ ସିଇଓ ସୈକତ୍ ଦତ୍ତ କହିଛନ୍ତି, ଯେତେବେଳେ ଏଆଇରେ ଆମେ ଫଟୋ କ୍ରିଏଟ୍ ପାଇଁ ନିଜ ଫେସ୍ ଇମେଜ୍ ଅପ୍‌ଲୋଡ୍ କରୁ, ଏହା ଆମର ଫେସକୁ କିଛି ସୟମ ଅନୁଶୀଳନ କରି ଜେନେରେଟ୍ କରିଥାଏ । ଯେହେତୁ ମୋବାଇଲ୍‌ରେ ଗୋଟିଏ ଅନ୍‌ଲାଇନ୍ ସେବା ସହ ଅନ୍ୟ ଏକ ସେବା ଲିଙ୍କ୍ ଥାଏ, ତେଣୁ ଆପଣଙ୍କ ଫଟୋ ଅନ୍‌ଲାଇନ୍ ଲିଙ୍କ୍ ହେବାର ସମ୍ଭାବନା ରହିଥାଏ । ଯାହାକି ବିଭିନ୍ନ ପ୍ରକାର ଆପରାଧିକ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୋଇପାରେ ।

ଖାଲି ଏତିକି ଏତିକି ନୁହେଁ କେୱାଇସି ଓ ଫେସ୍ ଚିହ୍ନଟ ଦ୍ବାରା ବ୍ୟାଙ୍କ ସେବା ହେଉ ବା ବିଭିନ୍ନ କ୍ଷେତ୍ରରେ ଜରୁରି ହୋଇଥାଏ । ଯଦି ଆମ ଫେସିଆଲ୍ ଇମେଜ୍ ଚୋରି ହୁଏ, ତେବେ ଶହ ଶହ ସଂଖ୍ୟାରେ ନକଲି ଡକ୍ୟୁମେଣ୍ଟ୍‌ ତିଆରି ହେବ । ଏଥିସହ ଅନେକ ଗୁରୁତର ଅପରାଧ ଏବଂ ଆର୍ଥିକ ହେର୍‌ଫେର୍ ହୋଇପାରେ ।

ଗୁଗଲର କହିବା ମୁତାବକ, ଜେମିନିରେ ତିଆରି କରାଯାଉଥିବା ଫଟୋରେ ‘ସିନ୍ଥଆଇଡି’ ନାମକ ଏକ ଅଦୃଶ୍ୟ ଡିଜିଟାଲ୍ ୱାଟର୍‌ମାର୍କ ରହିଥାଏ । ଯାହାକି ଆମ ଗ୍ରାହକମାନଙ୍କୁ ଏକ ଗୋପନୀୟ ତଥା ସ୍ବଚ୍ଛ ସେବା ଯୋଗାଇବାରେ ଆମକୁ ସାହାଯ୍ୟ କରୁଛି । ତେବେ ବିଶେଷଜ୍ଞମାନେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି । ୱାଟର୍‌ ମାର୍କକୁ ଅତି ସହକରେ ଟ୍ୟାମ୍ପର କରିହେବ । ରିୟାଲିଟି ଡିଫେଣ୍ଡର୍‌ର ସିଇଓ ବେନ୍‌ କୋଲ୍‌ ମାନ୍‌ଙ୍କ ମତରେ, ସୁରକ୍ଷା ଦୃଷ୍ଟିରୁ ୱାଟର୍‌ମାର୍କ ସ୍ଵତନ୍ତ୍ର ଶୁଣାଯାଉଥିଲେ ବି ବାସ୍ତବ କ୍ଷେତ୍ରରେ ଏହାକୁ ଅତି ସହଜରେ ନକଲ କରିହେବ । ଏଥିସହ ଏହାକୁ ହଟାଇବା ଓ ଗୁରୁତ୍ବହୀନ କରିବା ମଧ୍ୟ ସହଜ । ଫଟୋରେ ୱାଟର୍ ମାର୍କ ଦେବା ଯଥେଷ୍ଟ ନୁହେଁ ବୋଲି ବିଶେଷଜ୍ଞ ଯୁକ୍ତି ବାଢ଼ିଛନ୍ତି । ତେବେ ଏହା ସୁରକ୍ଷିତ କି ନୁହେଁ ସେ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାର ଏନେଇ କିଛି ଗାଇଡ୍‌ଲାଇନ୍ ବା ସ୍ପଷ୍ଟତା ଆଣିବାକୁ ସଚେତନ ନାଗରିକମାନେ ଅନୁରୋଧ କରିଛନ୍ତି ।