କନକ ବ୍ୟୁରୋ : ଇଟାଲୀୟ ଫ୍ୟାଶନ୍ ହାଉସ୍ ପ୍ରାଡା ବିରୁଦ୍ଧରେ ମୁମ୍ବାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି । ଏହି ପିଟିସନରେ Prada Brandକୁ ଭାରତୀୟ କାରିଗରଙ୍କୁ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ଏଥିରେ କୁହାଯାଇଛି ଯେ ଫ୍ୟାଶନ୍ ହାଉସ୍ ବିନା ଅନୁମତିରେ କୋହ୍ଲାପୁରୀ ଚପଲ ବ୍ୟବହାର କରିଛି । ପ୍ରାଡା ନିଜର Spring & Summer Collectionରେ ନିଜର ଟୋ-ରିଙ୍ଗ୍ ସ୍ୟାଣ୍ଡେଲ୍ ପ୍ରଦର୍ଶନ କରିଥିଲା । ଯାହାକୁ ନେଇ ପିଟିସନରେ କୁହାଯାଇଛି ଯେ ପ୍ରଦର୍ଶିତ ହୋଇଥିବା ଏହି ସ୍ୟାଣ୍ଡେଲର ଡିଜାଇନ୍ କୋହ୍ଲାପୁରୀ ଚପଲ ସହିତ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଛି । ପ୍ରାଡାରେ ତିଆରି ଏହି ସ୍ୟାଣ୍ଡେଲର ମୂଲ୍ୟ ୧ ଲକ୍ଷ ଟଙ୍କା ।
/filters:format(webp)/kanak/media/media_files/2025/07/08/kolhapuri-2025-07-08-15-11-32.jpg)
ପ୍ରାଡା ବିରୁଦ୍ଧରେ ଏହି ପିଟିସନ ପୁଣେର ୬ ଜଣ ଓକିଲଙ୍କ ଦ୍ୱାରା ଦାଖଲ କରାଯାଇଛି । ଏହି ପିଟିସନରେ କୁହାଯାଇଛି ଯେ କୋହ୍ଲାପୁରୀ ଚପଲ ମହାରାଷ୍ଟ୍ରର ସାଂସ୍କୃତିକ ପ୍ରତୀକ । ସେମାନେ ପିଟିସନରେ ପ୍ରାଡାକୁ ବିନା କୌଣସି ଅନୁମତିରେ ନିଜର ‘ଟୋ-ରିଙ୍ଗ ସ୍ୟାଣ୍ଡେଲ’ର ବ୍ୟବସାୟିକରଣ ଏବଂ ବ୍ୟବହାର କରିବାକୁ ବାରଣ କରିବାକୁ ମଧ୍ୟ ଦାବି କରିଛନ୍ତି । ଏହା ବ୍ୟତୀତ ଫ୍ୟାଶନ୍ ଗ୍ରୁପ୍ ସର୍ବସାଧାରଣରେ କ୍ଷମା ମାଗିବା କଥା ବୋଲି ମଧ୍ୟ କୁହାଯାଇଛି । ପିଟିସନରେ କୁହାଯାଇଛି ଯେ କୋହ୍ଲାପୁରୀ ଚପଲକୁ ପୂର୍ବରୁ ହିଁ ଜିଆଇ ଟ୍ୟାଗ୍ ମିଳିସାରିଛି ଏବଂ ଏହାକୁ ସାମଗ୍ରୀର ଭୌଗୋଳିକ ସଙ୍କେତ ଅଧିନିୟମ ଅନୁସାରେ ସଂରକ୍ଷିତ କରାଯାଇଛି । ଏହି ପିଟିସନ ପ୍ରାଡା ଗ୍ରୁପ୍ ଏବଂ ମହାରାଷ୍ଟ୍ର ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ବିରୁଦ୍ଧରେ ଦାଖଲ କରାଯାଇଛି ।
/filters:format(webp)/kanak/media/media_files/2025/07/08/pradas_kolhapuri_chappal-2025-07-08-15-12-53.jpg)
ପିଆଇଏଲ କାରିଗରମାନଙ୍କ ସମୁଦାୟକୁ କ୍ଷତିପୂରଣ ଦେବାକୁ ଦାବି କରିଛି । ଯେଉଁଥିରେ ପ୍ରାଡାକୁ ଚପଲର ବିକ୍ରି ଏବଂ ରପ୍ତାନୀ ଉପରେ ରୋକ ଲଗାଇବା ପାଇଁ କୁହାଯାଇଛି । ଏଥିରେ କୁହାଯାଇଛି ପ୍ରାଡା ନିଜେ ସ୍ୱୀକାର କରିଛି ଯେ ତାହାର କଲେକ୍ସନ୍ ଭାରତୀୟ କାରିଗରଙ୍କ ଦ୍ୱାରା ଅନୁପ୍ରାଣିତ କିନ୍ତୁ ଏପର୍ଯ୍ୟନ୍ତ ମୂଳ କାରିଗରଙ୍କୁ କୌଣସି ଆନୁଷ୍ଠାନିକ କ୍ଷମା କିମ୍ବା କ୍ଷତିପୂରଣ ଦିଆଯାଇନାହିଁ । ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ ବ୍ୟକ୍ତିଗତ ସ୍ୱୀକୃତି କେବଳ ସମାଲୋଚନାକୁ ଏଡ଼ାଇବା ପାଇଁ ଏକ ସାମାନ୍ୟ ଉଦ୍ୟମ ଭଳି ମନେହୁଏ । ଆବେଦନକାରୀମାନେ ସମୁଦାୟର ଅଧିକାରକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ସହିତ କ୍ଷତିପୂରଣ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ।