କନକ ବ୍ୟୁରୋ : ଭାରତରେ ତିଆରି ହେଉଥିବା ହ୍ବିସକି ନା କେବଳ ଭାରତୀୟଙ୍କ ପସନ୍ଦ ସାରା ଦୁନିଆର ଲୋକଙ୍କୁ କିମିଆ କରିଛି ଏହାର ଟେଷ୍ଟ୍ । ବିଶ୍ବର ଟପ୍ ୨୦ ହ୍ବିସକିରେ ଭାରତର ୧୦ ରୁ ଅଧିକ ବ୍ରାଣ୍ଡ୍ ସାମିଲ ରହିଛି । ନିକଟରେ ଆସିଥିବା ଡ୍ରିଙ୍କ୍ସ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁସାରେ ଦୁନିଆରେ ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଟପ୍ ୨୦ ହ୍ବିସକି ବ୍ରାଣ୍ଡ୍ ମଧ୍ୟରେ ଅଧିକ ଭାରତର ହିଁ ବ୍ରାଣ୍ଡ୍ । ଏହି ରିପୋର୍ଟ ଭାରତୀୟ ହ୍ବିସକି ମାର୍କେଟ୍ ପାଇଁ ଏକ ବହୁତ ବଡ଼ ଉପଲବ୍ଧିକୁ ଦର୍ଶାଉଛି । ଭାରତର ହ୍ବିସକିର ନାମୀଦାମୀ ବ୍ରାଣ୍ଡ୍ ଏବେ ବିଦେଶରେ ମଧ୍ୟ ସମସ୍ତଙ୍କ ପସନ୍ଦ ପାଲଟିଛି । ଡ୍ରିଙ୍କ୍ସ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁସାରେ ୨୦୨୩ ରେ ଏହି ବ୍ରାଣ୍ଡ୍ ବିଶ୍ବସ୍ତରରେ ୧.୬ ମିଲିୟନରୁ ଅଧିକ ହ୍ବିସକି ବିକ୍ରି କରିଛି । ଯାହା ଭାରତୀୟ ହ୍ବିସକିର ବଢୁଥିବା ଲୋକପ୍ରିୟତାକୁ ଦର୍ଶାଉଛି ।
/kanak/media/media_files/2025/06/17/Zq4EVic2BCVbFlhZy7zR.jpg)
ଭାରତରେ ପ୍ରସ୍ତୁତ ହ୍ବିସକି ବିଦେଶରେ ପ୍ରଶଂସା ସାଉଁଟିବାର କାରଣ ହେଉଛି ମଦର ପୁରୁଣା ହେବା । ଗ୍ରାହକ ଭଲ ଟେଷ୍ଟ୍ ସାଙ୍ଗକୁ ଭଲ ବ୍ରାଣ୍ଡର ସନ୍ଧାନରେ ରହୁଛନ୍ତି ଏବଂ ଗ୍ରାହକଙ୍କ ମନକୁ ଚିହ୍ନି ଭାରତୀୟ ବ୍ରାଣ୍ଡ୍ ମଧ୍ୟ ଏଥିପ୍ରତି ବିଶେଷ ଦୃଷ୍ଟି ଦେଉଛନ୍ତି । ଉଦାହରଣ ସ୍ବରୂପ ଅମୃତ ଏବଂ ପାଲ୍ ଜନ୍ ଭଳି ଭାରତୀୟ ସିଙ୍ଗଲ୍ ମାଲ୍ଟ ହ୍ବିସକି ଅନ୍ତରାଷ୍ଟ୍ରୀୟ ପୁରସ୍କାର ଜିତି ବିଶ୍ବସ୍ତରରେ ଭାରତ ପାଇଁ ସୁନାମ ଅର୍ଜନ କରିଛନ୍ତି । ଏହି ବ୍ରାଣ୍ଡ୍ ସ୍କଚ୍ ଏବଂ ଅନ୍ୟ ବିଦେଶୀ ହ୍ବିସକିକୁ କଡ଼ା ଟକ୍କର ଦେଉଛନ୍ତି ।