କନକ ବ୍ୟୁରୋ: ଗତ କିଛି ମାସ ତଳେ ଭାରତ ମହିଳାଙ୍କ ପାଇଁ ଅସୁରକ୍ଷିତ କହି ନିଆଁ ଲଗାଇଥିବା ଟ୍ରମ୍ପଙ୍କୁ ମୋଦୀ ସରକାରଙ୍କ କଡ଼ା ଜବାବ । ଏନସିଆରବି ରିପୋର୍ଟ ଜାରି କରି ଟ୍ରମ୍ପ ସରକାରଙ୍କୁ ଶାଣିତ ନିଶାନା କରିଛନ୍ତି ମୋଦୀ । ଭାରତ ନିରାପଦ ଏବଂ ମହିଳାଙ୍କ ପାଇଁ ସୁରକ୍ଷିତ ବୋଲି ଏନସିଆରବି ରିପୋର୍ଟ ଜାରି କରି ଟ୍ରମ୍ପଙ୍କୁ ପାଲଟା ଜବାବ ଦେଇଛି ମୋଦୀ ସରକାର ।

Advertisment

କେନ୍ଦ୍ର ସରକାରଙ୍କ ଏନସିଆରବି ରିପୋର୍ଟ ମୁତାବକ ଭାରତରେ ହିଂସାତ୍ମକ ଅପରାଧ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ମୁତାବକ, ୨୦୦୪ ରୁ ୨୦୧୪ ମଧ୍ୟରେ ହତ୍ୟା, ବଳାତ୍କାର, ଯୌତୁକ ମୃତ୍ୟୁ ଏବଂ ଦଙ୍ଗା ବୃଦ୍ଧି ପାଇଥିଲା, କିନ୍ତୁ ୨୦୧୪ ପରଠାରୁ ଏଗୁଡ଼ିକ ବହୁ ପରିମାଣରେ ହ୍ରାସ ପାଇଛି । ଫଳରେ ଦେଶ ଅଧିକ ସୁରକ୍ଷିତ ହୋଇଛି, ବିଶେଷକରି ମହିଳାମାନଙ୍କ ପାଇଁ ।

ଖାଲି ଟ୍ରମ୍ପ ନୁହେଁ କଂଗ୍ରେସକୁ ମଧ୍ୟ ସମାଲୋଚନା କରିଛି ମୋଦୀ ସରକାର । ୟୁପିଏ ଶାସନ କାଳରେ ଦୁଷ୍କର୍ମ ମାମଲା ଉଦବେଗଜନକ ଭାବେ ବୃଦ୍ଧି ପାଇଥିଲା, ଯାହା ୨୦୦୪ରେ ୧୮,୨୩୩ରୁ ପ୍ରାୟ ଦ୍ୱିଗୁଣିତ ହୋଇ ୨୦୧୪ରେ ୩୬,୭୩୫ରେ ପହଞ୍ଚିଥିଲା ।  ହେଲେ ମୋଦୀଙ୍କ ଯୁଗରେ ଏଥିରେ ଅହେତୁକ ହ୍ରାସ ଦେଖିବାକୁ ମିଳିଛି । ୨୦୨୩ ସୁଦ୍ଧା, ରିପୋର୍ଟ ହୋଇଥିବା ମାମଲା ୨୯,୬୭୦ କୁ ହ୍ରାସ ପାଇଛି, ଯାହାକି ୨୦୧୪ ସ୍ତର ତୁଳନାରେ ୧୯ ପ୍ରତିଶତ କମ୍‌ । ସେହିପରି ୟୁପିଏ ଶାସନ କାଳରେ ଯୌତୁକ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ଏପରି ମାମଲା  ସଂଖ୍ୟା ୨୦୦୪ରେ  ୭,୦୨୬ ରୁ ୨୦୧୪ ରେ ୮,୪୫୫ କୁ ବୃଦ୍ଧି ପାଇଥିଲା, ଏଥିରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ଦେଖା ଦେଇଥିଲା । ତେବେ ୨୦୧୪ ପରଠାରୁ ଯୌତୁକ ମୃତ୍ୟୁ କ୍ରମାଗତ ଭାବରେ ହ୍ରାସ ପାଇଛି । ତେଣୁ କରି ମହିଳାମାନଙ୍କ ପାଇଁ ଭାରତକୁ ସୁରକ୍ଷିତ କରିବାର ପ୍ରୟାସକୁ ସଫଳ କରୁଥିବା ଏହି ରିପୋର୍ଟ କରୁଛି ।