ଅଢ଼େଇ ହଜାରରୁ ସିଧା ୨୫ ହଜାର, ୧୦ ଗୁଣା ବଢ଼ିଗଲା ଗାଡ଼ି ଫିଟନେସ୍ ଫି

ପୁରୁଣା ଗାଡ଼ି ମାଲିକଙ୍କୁ ଝଟକା । କାରଣ ଭାରତ ସରକାରଙ୍କ  ministry of road transport and highways  ପୂରା ଦେଶରେ ଗାଡ଼ି ଫିଟନେସ୍ ନିୟମରେ କରିଛି ବଡ଼ ସଂଶୋଧନ କରିଛନ୍ତି । ସଂଶୋଧିତ ନିୟମ  ଅନୁସାରେ , ଏଥର ଗାଡ଼ି ଫିଟନେସ୍ ପାଇଁ ୧୦ ଗୁଣା ଅଧିକ ଫି ଦେବାକୁ ପଡ଼ିବ ।

ଅଦ୍ୟତନ ହୋଇଛି
18-vehicle fitness-Anu

vehicle fitness Photograph: (KanakNews)

କନକ ବ୍ୟୁରୋ: ପୁରୁଣା ଗାଡ଼ି ମାଲିକଙ୍କୁ ଝଟକା । କାରଣ ଭାରତ ସରକାରଙ୍କ  ministry of road transport and highways  ପୂରା ଦେଶରେ ଗାଡ଼ି ଫିଟନେସ୍ ନିୟମରେ କରିଛି ବଡ଼ ସଂଶୋଧନ କରିଛନ୍ତି । ସଂଶୋଧିତ ନିୟମ  ଅନୁସାରେ , ଏଥର ଗାଡ଼ି ଫିଟନେସ୍ ପାଇଁ ୧୦ ଗୁଣା ଅଧିକ ଫି ଦେବାକୁ ପଡ଼ିବ । ଏହି ପରିବର୍ତ୍ତନ central motor vehicle rules  ଆଧାରରେ ଲାଗୁ କରାଯାଇଛି  ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ ବି କରାଯାଇଛି ।

ସୂଚନା ମୁତାବକ, ଏହି ପରିବର୍ତ୍ତନ ଅନୁସାରେ ଗାଡ଼ିଗୁଡିକର ଫିଟନେସ୍ ଫି’ ହାଇ କାଟାଗରୀ ପାଇଁ ଗାଡ଼ିର ସମୟ ସୀମାକୁ କମାଇଦିଆଯାଇଛି । କହିବାର ଅର୍ଥ, ପୂର୍ବରୁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ହୋଇଥିଲେ ତା’ର ଫିଟନେସ୍ ପାଇଁ ଭାରି ଫି ପଡ଼ୁଥିଲା । କିନ୍ତୁ ଏବେ ସରକାର ୧୫ ବର୍ଷକୁ ହଟାଇ ୧୦ ବର୍ଷ ସମୟ କରିଦେଇଛନ୍ତି । ଏହାର ଅର୍ଥ, ଗାଡ଼ି ୧୦ବର୍ଷରୁ ପୁରୁଣା ହୋଇଗଲେ ଫିଟନେସ୍ ପାଇଁ ଆପଣଙ୍କୁ ମୋଟା ଅଙ୍କର ଫି’ ଭରିବାକୁ ପଡ଼ିବ । 
ministry of road transport and highways , central motor vehicle rules ରେ ସଂଶୋଧନ କରି ଫିଟନେସ୍ ଟେଷ୍ଟ ନୂଆ ରେଟ୍ ଧାର୍ଯ୍ୟ କରିଛନ୍ତି । ନୂଆ ବ୍ୟବସ୍ଥା ଅନୁସାରେ ଗାଡ଼ିଗୁଡିକର ଅଲଗା ଅଲଗା ସମୟ ସୀମା ଧାର୍ଯ୍ୟ କରାଯାଇଛି ।
୧୦ରୁ ୧୫ ବର୍ଷ
୧୫ରୁ ୨୦ ବର୍ଷ
୨୦ରୁ  ଅଧିକ ପୁରୁଣା ଗାଡ଼ି

ବିହାରରେ ଆଜିଠୁ ପୁଣି ନୀତୀଶ ରାଜ: ବିଜେପିରୁ ଅଧିକ ମନ୍ତ୍ରୀ ହେବା ସମ୍ଭାବନା

ଗାଡ଼ିର ବୟସ ଯେତେ ଅଧିକ ହୋଇଥିବ ଫିଟିନେସ୍ ଟେଷ୍ଟ ଖର୍ଚ୍ଚ ବି ସେତିକି ଅଧିକ ପଡ଼ିବ । ଏହି ନୂଆ ନିୟମ ଦୁଇ ଚକିଆ, ତିନି ଚକିଆ, କ୍ବାଡ୍ରିସାଇକେଲ, ଲାଇଟ୍ ମୋଟର ଭେଇକିଲ, ମିଡିୟମ୍ ଓ ହେଭି ଗୁଡ୍ସ ବା ପାସେଞ୍ଜର ଭେଇକିଲ ସହିତ ସବୁ ପ୍ରକାର ବାହନ ଗୁଡ଼ିକ ଉପରେ ଲାଗୁ ହେବ । ଛୋଟ ଗାଡ଼ି ହେଉ କି ବଡ଼, ସମୟ ବଢ଼ିବା ସହ ଫିଟନେସ୍ ଫି ବି ବଢ଼ିଯିବ । 

କେଉଁ ଗାଡ଼ି ପାଇଁ କେତେ ଫି?
୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି- ୨,୫୦୦ରୁ ୨୫ ହଜାରକୁ ବୃଦ୍ଧି
୨୦ ବର୍ଷରୁ ପୁରୁଣା ମିଡିୟମ କମର୍ସିଆଲ ଗାଡ଼ି - ୧,୮୦୦ରୁ ୨୦,୦୦୦କୁ ବୃଦ୍ଧି
୨୦ ବର୍ଷରୁ ପୁରୁଣା ଲାଇଟ୍ ଭେଇକିଲ - ୧୫ ହଜାରକୁ ବୃଦ୍ଧି
୩ ଚକିଆ ଗାଡ଼ି- ୭,୦୦୦କୁ ବୃଦ୍ଧି
ଦୁଇଚକିଆ – ୬୦୦ରୁ ୨,୦୦୦କୁ ବୃଦ୍ଧି

କେବଳ ୧୫ରୁ ଅଧିକ ପୁରୁଣା ଗାଡ଼ି ନୁହେଁ ଏବେ ୧୦ ବର୍ଷରୁ ପୁରୁଣା ଗାଡ଼ି ହୋଇଥିଲେ ବି ପୂର୍ବ ଅପେକ୍ଷା ଏଣିକି ଅଧିକ ଫିଟନେସ୍ ଫି ଦେବା ପଡ଼ିବ । 
ସରକାରଙ୍କ କହିବା କଥା, ସଡ଼କ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ଠିକଣା ସମୟରେ ପୁରୁଣା ଗାଡ଼ିଗୁଡିକୁ ହଟାଇବା ଏହି ପରିବର୍ତ୍ତନ ଜରୁରୀ । କିନ୍ତୁ ଗାଡ଼ି ମାଲିକଙ୍କ ପାଇଁ ଏହା ବଡ଼ ବୋଝ ନିଶ୍ଚୟ । ଯଦି ଆପଣଙ୍କ ଗାଡ଼ିବ ୧୦ ବର୍ଷରୁ ପୁରୁଣା ତାହେଲେ ଫିଟନେସ୍ ପାଇଁ ନିଜ ପକେଟ ଭର୍ତ୍ତି କରି ରଖନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe